ନକ୍ସଲଙ୍କ ଉଗ୍ରରୁପ, ଜାଳିଦେଲେ ୭ଟି ଗାଡି

ମାଲକାନଗିରି -: ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ନକ୍ସଲ ହିଂସା ଦେଖିବାକୁ ମିଳିଛି । ବାଲିଘାଟରେ ଲାଗିଥିବା ୭ଟି ଗାଡିକୁ ନକ୍ସଲ ନିଆଁ ଲଗାଇ ପୋଡି ଦେଇଥିବା ଜଣାପଡିଛି । ଜିଲ୍ଲାର ନମେଡ ଥାନା ଅଂଚଳର ମୀନଗାଚଲ ନଦୀ ଘାଟରେ ବାଲି ସଂଗ୍ରହ କରୁଥିବା ପ୍ରାୟ ୭ଟି ଗାଡିକୁ ଗତକାଲି ସଶସ୍ତ୍ର ନକ୍ସଲ ପହଞ୍ଚି ଡ୍ରାଇଭରମାନଙ୍କୁ ନିସ୍ତୁକ ମାଡ ମାରିବା ପରେ ଗାଡିଗୁଡିକକୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।

ତେବେ ଏନେଇ ପୁଲିସ ନିକଟରେ ଖବର ପହଞ୍ଚିିନଥିବା ଜଣାପଡିଛି । ଗତ କିଛି ଦିନ ହେଲା ବିଜାପୁର ଜିଲ୍ଲାରେ ନକ୍ସଲ ଉତ୍ପାତ ମଚାଉଛନ୍ତି । ଲଗାତାର ପୁଲିସ ଉପରେ ଆକ୍ରମର କରିବା, ନୀରିହ ଲୋକଙ୍କୁ ପୁଲିସ ଇନଫର୍ମର କହି ହତ୍ୟା କରିବା ଭଳି ହିଂସାତ୍ମକ କାର୍ଯ୍ୟ କରୁଛନ୍ତି, ଯାହାକୁ ଜନସାଧାରଣ ପସନ୍ଦ କରୁନଥିବା ଜଣାପଡିଛି । ନକ୍ସଲଲ ନିଜର ପତିଆରା ଜାହିର କରିବା ପାଇଁ ଏଭଳି କରୁଥିବା ପୁଲିସ କହିଛି । ଏହା ପୂର୍ବରୁ ଦନ୍ତେୱାଡା ଏବଂ ବିଜାପୁର ମଧ୍ୟରେ ଥିବା ମଙ୍ଗିନାର ଗ୍ରାମରେ ଚାଲିଥିବା ପ୍ରଧାନମନ୍ତ୍ରୀ ସଡକ ଯୋଜନାର ରାସ୍ତା କାମକୁ ବିରୋଧ କରି ନକ୍ସଲ ହିଂସା ଘଟାଇଛନ୍ତି ।

Advertisement

ରବିବାର ବିଳମ୍ବିତ ରାତିରେ ସଶସ୍ତ୍ର ନକ୍ସଲ ରାସ୍ତା କାମ ନିକଟରେ ଥବା କ୍ୟାମ୍ପରେ ପହଞ୍ଚିଥିଲେ । ରାସ୍ତା କାମରେ ନିୟୋଜିତ ଥିବା କର୍ମଚାରୀଙ୍କୁ ନିସ୍ତୁକ ମାଡ ମାରିବା ସହ ତୁରନ୍ତ ସେଠାରୁ ଚାଲିଯିବାକୁ କହିଥିଲେ ।ପୁନଃ କାମ କରିବାକୁ ଆସିଲେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଧମକ ଦେଇଥିଲେ । ତେବେ କାମରେ ନିୟୋଜିତ ଥିବା ୬ଟି ଗାଡିକୁ ନକ୍ସଲ ନିଆଁରେ ପୋଡି ଦେଇଥିଲେ । କ୍ୟାମ୍ପକୁ ଧ୍ୱଂସ କରିବା ସହ ଚାରିଆଡେ ନିଆଁ ଲଗାଇ ଚାଲିଯାଇଥିଲେ ।

ଶେଷରେ କ୍ୟାମ୍ପ ନିକଟରେ ଏକ ରଂଗ ବ୍ୟାନର ମାରି ଠିକାଦାରକୁ ଧମକ ଦେଇଥିବା ଦେଖିବାକୁ ମିଳିଛି । ସକାଳୁ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ନକ୍ସଲ ପୁଣି ଦନ୍ତେୱାଡା ଜିଲ୍ଲାରେ ସକ୍ରିୟ ହୋଇଥିବା ଏଥିରୁ ଅନୁମାନ କରାଯାଏ । ପ୍ରକାଶ ଥାଉକି ଏହି ରାସ୍ତା କାମକୁ ନକ୍ସଲ ପ୍ରଥମରୁ ହିଁ ବିରୋଧ କରିଆସୁଥିଲେ । ରାସ୍ତା କାମ ବନ୍ଦ କରିବା ନେଇ ବାରମ୍ବାର ଧମକ ଦେଉଥିଲେ । କିନ୍ତୁ ଠିକାଦାର ନକ୍ସଲଙ୍କ ଧମକକୁ ନମାନି କାମ କରୁଥିଲା । ତେବେ ଅଳ୍ପକେ କ୍ୟାମ୍ପରେ କାମ କରୁଥିବା ଅନ୍ୟ କର୍ମଚାରୀ ବର୍ତ୍ତିଯାଇଥିବା କୁହାଯାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!