ଅସହାୟ ବୃଦ୍ଧଙ୍କୁ ସହାୟ ହେଲେ ସମାଜସେବୀ ଯଶୋବନ୍ତ ଓ ରାଜେଶ

କଳାହାଣ୍ଡି(ଜଗୁଲାଲ ମାଝୀ)- ଥଇଥାନ ହେଲେ ଉଦ୍ଧାର ହୋଇଥିବା ଅସହାୟ ବୃଦ୍ଧ । ସୂଚନା ଅନୁସାରେ କିଛିଦିନ ତଳେ ଜଣେ ବୃଦ୍ଧଙ୍କୁ ସମାଜସେବୀ ଯଶୋବନ୍ତ ରଣା ଓ ରାଜେଶ ଗୌଡ଼ କରଳାଗୁଡା ପଞ୍ଚାୟତ ଖଇର୍ମାଲ ଗାଁ ର ପୋଖରୀ ହୁଡ଼ାରୁ ଉଦ୍ଧାର କରି ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିସ୍ୟାଳୟ ଠାରେ ଆଡମିଟ କରିଥିଲେ ।

ବୃଦ୍ଧ ଜଣଙ୍କୁ ଡାକ୍ତରଖାନାରେ ୭ ଦିନ ଆଡମିଟ କରି ୧୮ ତାରିଖ ଦିନ ମ. ରାମପୁରର ଶ୍ରୀ ରାମକୃଷ୍ଣ ଆଶ୍ରମକୁ ଥଇଥାନ କରିଛନ୍ତି । ବୃଦ୍ଧ ଡାକ୍ତରଖାନାରେ ଥିବା ସମୟରେ ଦୁଇଜଣ ସମାଜସେବୀ ପ୍ରତିଦିନ ଖାଇବା ଦେବା ସହ ଗାଧଉଥିଲେ । ୧୮ ତାରିଖ ଦିନ ଡ଼ିଏସଏସଓ ଶ୍ରୀ ମଦନଜିତ ହୋତାଙ୍କ ନିର୍ଦେଶରେ ଶ୍ରୀ ରାମକୃଷ୍ଣ ଆଶ୍ରମରୁ ଏକ ଗାଡି ଆସି ତାଙ୍କୁ ନେଇକି ଯାଇଥିଲେ ।

Advertisement

ଏବେ ସେ ସେଠାରେ ସୁସ୍ଥ ଥିବାନେଇ ସୂଚନା ଦେଇଛନ୍ତି । ସମାଜସେବୀ ମାନଙ୍କ ଏହିପରି କାର୍ଯ୍ୟକୁ ଗ୍ରାମବାସୀ ସମାଜସେବୀ ଯଶୋବନ୍ତ ରଣା, ରାଜେଶ ଗୌଡ଼, ସରପଞ୍ଚ ଆଦିତ୍ୟ ନାଏକ, ଡ଼ିଏସଏସଓ ମଦନଜିତ ହୋତା, ଅରୁଣ ମହାପାତ୍ରଙ୍କୁ ସାଧୁବାଦ ଜଣେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!