ବିବାଦରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ, ରୋଷେୟାକୁ ମାରିଦେଇ ଟାଙ୍ଗିଦେଲେ !

ଭୁବନେଶ୍ୱର/ଝାରସୁଗୁଡ଼ା -: ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ରୋଷେୟା ଲଳିତ ସାହୁଙ୍କ ଆତ୍ମହତ୍ୟାକୁ ନେଇ ବିଜେପି ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ବିଜେଡି ଖଣ୍ଡନ କରିଛି । ବିଜେଡି କହିଛି ଯେ, ରାଜନୈତିକ ଉଦ୍ଦେଶ୍ୟ ରଖି ବିରୋଧୀ ଦଳ ଅଭିଯୋଗ ଆଣିଛନ୍ତି । ଏହି ଘଟଣା ନେଇ ପୁଲିସ ତଦନ୍ତ କରୁଛି । ତେଣୁ ତଦନ୍ତ ଉପରେ ସମସ୍ତେ ଭରସା ରଖିବା ଉଚିତ ।

ରୋଷେୟା ଲଳିତ ସାହୁଙ୍କ ଶବ ବ୍ୟବଚ୍ଛେଦ ରାତିରେ ହୋଇଥିଲା ବୋଲି ବିଜେପି ନେତା ଟଙ୍କଧର ତ୍ରିପାଠୀ କହିଥିଲେ । ସଂଧ୍ୟା ୫ଟାରେ ପରେ ଶବ ବ୍ୟବଚ୍ଛେଦ କରିବାକୁ ନିୟମ ନଥିବା ବେଳେ ରାତି ଅଧିଆ କିପରି ହେଲା ଶବ ବ୍ୟବଛେଦ ତାକୁ ନେଇ ସେ ପ୍ରଶ୍ନ ଉଠାଇଥିଲେ । ତାହା ସହ ଯଦି କୌଣସି ପ୍ରକାର ଜରୁରୀ ପରିସ୍ଥିତିରେ ଶବ ବ୍ୟବଚ୍ଛେଦ କରିବାକୁ ନିୟମ ଥିବାବେଳେ ଏମିତି କଣ ଜରୁରୀ ପରିସ୍ଥିତି ଥିଲା ବୋଲି ବିଜେପି ପ୍ରଶ୍ନ କରିଛି ।

Advertisement

ଏହି ଘଟଣାରେ ଥିବା ସମସ୍ତ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛି ଦଳ । ସୂଚନା ଅନୁସାରେ ଗତ ୧୭ ତାରିଖରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରରୁ ଝୁଲନ୍ତା ଅବସ୍ଥାରେ ଲଲିତଙ୍କ ମୃତଦେହ ଉଦ୍ଧାର କରିଥିଲା ପୁଲିସ । ପରେ ରାତିଅଧିଆ ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିଲା । ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ଝାରସୁଗୁଡ଼ା ଟାଉନ ଥାନା ଅନ୍ତର୍ଗତ ସରବାହାଲଠାରେ ଲଲିତଙ୍କ ମୃତଦେହ ଉଦ୍ଧାର ହୋଇଥିଲା ।

ଲଳିତ ସାହୁଙ୍କ ଘର ଢେଙ୍କାନାଳ ଜିଲ୍ଲା ବଲିମି ଗ୍ରାମ । ସେ ମନ୍ତ୍ରୀ ନବ କିଶୋର ଦାସଙ୍କ ବାସଭବନ ପଛ ପାର୍ଶ୍ୱରେ ଥିବା ଷ୍ଟାଫ କ୍ୱାର୍ଟରରେ ରହି ରୋଷେଇ କାର୍ଯ୍ୟ କରୁଥିଲେ । ଝାରସୁଗୁଡ଼ା ଟାଉନ ଥାନା ପକ୍ଷରୁ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯିବା ସହ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ତେବେ ସାଧାରଣରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ରୋଷେୟା ଯଦି ଆତ୍ମହତ୍ୟା କରିଛି ପ୍ରଚ୍ଛଦ ପଟ୍ଟର କାରଣ କଣ ? ଯଦି ହତ୍ୟା କରାଯାଇଥାଏ କିଏ କରିଛି କାହିଁକି କରିଛି ତାହା ଉଚ୍ଚସ୍ତରୀୟ ତଦନ୍ନ କରାଯାଇ ଦୋଷୀକୁ ଗିରଫ କରାଯାଉ ?

Advertisement

Leave a Reply

Your email address will not be published. Required fields are marked *