ପାୱାର ବଣ୍ଟନକାରୀ ସଂସ୍ଥା ଓ ଗ୍ରୀଡକୋର ମହାଷଡଯନ୍ତ୍ର, କୃତିମ ବିଦ୍ୟୁତ ଅଭାବ ଦେଖାଇ ପାୱାରକଟ

Creat A Revolution

ଭୁବନେଶ୍ୱର -: ଗ୍ରୀଷ୍ମ ତାତିରେ ଭାଜି ହେଉଛି ଆଭ୍ୟନ୍ତରୀଣ ଓଡ଼ିଶା । ଉପକୂଳରେ ଗୁଳୁଗୁଳି ଅସ୍ତବ୍ୟସ୍ତ କରିଦେଲାଣି । ପାଣିପାଗ ବିଜ୍ଞାନୀ ପୂର୍ବାନୁମାନ କଲେଣି, ୨୪ ତାରିଖରୁ ତାତି ଆହୁରି ବଢ଼ିବ; ୨୮ ତାରିଖ ବେଳକୁ ରାଜ୍ୟର କିଛି ଅଞ୍ଚଳରେ ତାପମାତ୍ରା ୪୬ ଡିଗ୍ରି ଛୁଇଁଯିବା ବିଚିତ୍ର ନୁହେଁ ।

Advertisement

ଏଭଳି ଦୁଃସ୍ଥିତି ସମୟରେ ନିଧଡ଼କ ଭାବେ ବିଦ୍ୟୁତ୍ ଆବଣ୍ଟନକାରୀ କଂପାନି ରାଜ୍ୟର ଗାଁ ଗଣ୍ଡା ଏବଂ ଛୋଟବଡ଼ ସହରରେ ଘଣ୍ଟା ଘଣ୍ଟା ପାୱାର କଟ୍ କରିବା ଦ୍ୱାରା ଲୋକଙ୍କ ଯନ୍ତ୍ରଣା ଦ୍ୱିଗୁଣିତ ହୋଇଯାଇଛି । ଏହା ଭିତରେ ଯେଉଁ ଚାଞ୍ଚଲ୍ୟକର ତଥ୍ୟଟି ହସ୍ତଗତ ହୋଇଛି; ତାହା ହେଲା, ଏହି ପାୱାର କଟ୍ ରାଜ୍ୟରେ ବିଦ୍ୟୁତ୍ ଅଭାବ ଜନିତ ନୁହେଁ, ବରଂ ମନୁଷ୍ୟ କୃତ । ଘରୋଇ କଂପାନିଙ୍କୁ ଅନୁକମ୍ପା ପ୍ରଦର୍ଶନ ଏବଂ ପରିଚାଳନା ଅବ୍ୟବସ୍ଥା ଆଳରେ ରାଜ୍ୟରେ କୃତ୍ରିମ ବିଦ୍ୟୁତ୍‌୍ ଅଭାବ ସୃଷ୍ଟି କରି ଆବଣ୍ଟନକାରୀ କଂପାନି ଏବଂ ସରକାରୀ ସଂସ୍ଥା ଗ୍ରିଡ୍‌କୋ ଲୋକଙ୍କୁ ଦୁର୍ଦ୍ଦଶା ଭିତରକୁ ଠେଲି ଦେଇଛନ୍ତି ।

୨୦୨୨ ଏପ୍ରିଲ ୨୧ ତାରିଖରେ ରାଜ୍ୟରେ ବିଦ୍ୟୁତ୍ ଚାହିଦା ଏବଂ ଯୋଗାଣକୁ ନିରେଖି ଦେଖିଲେ ଷଡ୍‌ଯନ୍ତ୍ରର ଗନ୍ଧ ଭଣ ଭଣ ହୋଇ ବାହାରୁଛି । ପ୍ରଥମେ ଜଳବିଦ୍ୟୁତ୍‌୍ କଥା ବିଚାର କରାଯାଉ । ୨୦୨୧ ଏପ୍ରିଲ ୨୨ ତାରିଖରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ଥିଲା ୬୦୮.୯୭ ଫୁଟ । ୨୦୨୨ ଏପ୍ରିଲ ୨୨ ଅର୍ଥାତ୍ ଆଜିର ହିସାବ କହୁଛି ଯେ ୪ଫୁଟରୁ ଅଧିକ (୬୧୩.୦୪ ଫୁଟ) ପାଣି ସେଠାରେ ରହିଛି । ରେଙ୍ଗାଳିରେ ଗତବର୍ଷ ତୁଳନାରେ ୨ମିଟର ଅଧିକ ପାଣି ରହିଛି ଏବଂ ଅପରକୋଲାବରେ ଜଳସ୍ତର ଗତବର୍ଷ ଯେତିକି ଥିଲା, ଏବର୍ଷ ବି ପ୍ରାୟ ସେତିକି ରହିଛି । ବାଲିମେଳା, ଅପର ଇନ୍ଦ୍ରାବତୀ, ମାଛକୁଣ୍ଡରେ ଜଳପତ୍ତନ ଗତବର୍ଷ ତୁଳନାରେ କିଛି କମ୍ ରହିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଲା, ରାଜ୍ୟରେ ଯେତିକି ଜଳବିଦ୍ୟୁତ୍ ଉତ୍ପାଦନ (୨୦୯୯.୫ ମେଗା୍ୱାଟ୍‌) କ୍ଷମତା ରହିଛି, ତାହାର ୩୩% ବିଦ୍ୟୁତ୍ ଉତ୍ପାଦନ କରାଯାଉଛି । କଂପାନିକୁ ପାଣି ଦେବା କ୍ଷେତ୍ରରେ ସରକାର ଆଦୌ ଅବହେଳା କରୁନଥିବା ବେଳେ ଜଳ ବିଦ୍ୟୁତ୍ ଉତ୍ପାଦନ ପାଇଁ କୁନ୍ଥକୁନ୍ଥ କାହିଁକି? ତାପଜ ବିଦ୍ୟୁତ୍ କ୍ଷେତ୍ରର ସ୍ଥିତି ଆହୁରି ଗମ୍ଭୀର । ଓପିଜିସିର ଚାରିଟି ୟୁନିଟ୍ ମିଶାଇ ରାଜ୍ୟରେ ଏ କ୍ଷେତ୍ରରେ ମୋଟ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨୨୦୦ ମେଗା୍ୱାଟ୍ ରହିଛି ।

ହେଲେ ୪୧% ଅର୍ଥାତ୍ ପାଖାପାଖି ୯୦୩.୮୩୦ ମେଗା୍ୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯାଉଛି କାହଁକି? ଓପିଜିସି ଇବ୍ ତାପଜ ବିଦ୍ୟୁତ୍ କେନ୍ଦ୍ରର ଷ୍ଟେଜ-୨ର ୬୬୦ ମେଗା୍ୱାଟକୁ ବାର୍ଷିକ ମରାମତି ପାଇଁ ବନ୍ଦ ରଖାଯାଇଛି । ଓଡ଼ିଶାରେ ଖରାଦିନେ ବିଦ୍ୟୁତ୍ ଚାହିଦା ସର୍ବୋଚ୍ଚ ରହୁଥିବା ବେଳେ ବାର୍ଷିକ ମରାମତି ପାଇଁ ସେହି ସମୟକୁ କର୍ତ୍ତୃପକ୍ଷ ବାଛିବା ପରିଚାଳନାଗତ ଅପାରଗତା ଆଡ଼କୁ ଆଙ୍ଗୁଠି ଉଠାଉନି କି? ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା (ଆଇପିପି) କ୍ଷେତ୍ରରେ ଷଡ୍‌ଯନ୍ତ୍ର ଜଳ ଜଳ ପରିଲକ୍ଷିତ ହେଉଛି । ମାମଲା ଭିତରେ ଛନ୍ଦେିଦଇ ଜିନ୍ଦଲ ଇଣ୍ଡିଆ ଥର୍ମାଲ ପା୍ୱାର ଲିମିଟେଡ୍ ଗତ ତିନିବର୍ଷ ହେଲାଣି ଗୋଟିଏ ବି ୟୁନିଟ୍ ବିଦ୍ୟୁତ୍ ରାଜ୍ୟକୁ ଦେଉନାହିଁ । ଏପଟେ ଗ୍ରିଡ୍‌କୋ କୋର୍ଟକୁ ନ ଯାଇ ପରୋକ୍ଷରେ ଜିନ୍ଦଲକୁ କେବଳ ଆର୍ôଥକ ଫାଇଦା ଦେଉଛି ତା ନୁହେଁ, ରାଜ୍ୟର କୋଟିଏ ବିଦ୍ୟୁତ୍ ଗ୍ରାହକଙ୍କ ବିଜୁଳି ବିଲ୍ କଷଣ ବଢ଼ାଇଦେଇକ୍ତି । ଅନ୍ୟ ଦୁଇ ଘରୋଇ ବିଦ୍ୟୁତ୍ ଉତ୍ପାଦନକାରୀ ସଂସ୍ଥା କ୍ଷେତ୍ରରେ ଏହି କେଳେଙ୍କାରୀର ସ୍ୱରୂପ ଆହୁରି ବିଶାଳ । ନିୟମ ଅନୁସାରେ, ବେଦାନ୍ତ ପ୍ରତ୍ୟହ ୭୨୦ ମେଗା୍ୱାଟ୍ ରାଜ୍ୟକୁ ଦେବା କଥା । କିନ୍ତୁ ଗତକାଲି ଅର୍ଥାତ୍ ୨୧ ତାରିଖରେ ମାତ୍ର ୨୩୦ ମେଗା୍ୱାଟ୍ ବିଦ୍ୟୁତ୍‌୍ ତା’ ଠାରୁ ଅଣାଯାଇଛି ।

କାହିଁକି ଓ କାହା ସ୍ୱାର୍ଥରେ ବେଦାନ୍ତଠାରୁ ୪୯୦ ମେଗା୍ୱାଟ୍ ବିଦ୍ୟୁତ୍ ଆଣିବାକୁ ଗ୍ରିଡକୋ ହାତଛଡା କରିଛି, ଏହା ପ୍ରତିବଦଳରେ ଅପେକ୍ଷାକୃତ ମହଙ୍ଗା ବିଦ୍ୟୁତ୍‌୍ କିଣିବା ପଛର ଯୁକ୍ତି କଣ, ତାହା ବୁଝିହେଉନାହିଁ । ସେହିଭଳି ଜିଏମ୍‌ଆର୍ କମଳାଙ୍ଗରୁ ୨୬୨.୫୦ ମେଗା୍ୱାଟ୍ ବା ୧୭୨୪.୬୨ ନିୟୁତ ୟୁନିଟ୍ ବିଦ୍ୟୁତ୍ ମିଳିବା କଥା । ସଂପୃକ୍ତ କଂପାନି ସହିତ ହୋଇଥିବା ବିଦ୍ୟୁତ୍‌୍ କ୍ରୟ ଚୁକ୍ତିରେ ଆହୁରି ଉଲ୍ଲେଖ ରହିଛି ଯେ ଏହି ସଂସ୍ଥା ୮୦ ପ୍ରତିଶତରୁ ଅଧିକ ଉତ୍ପାଦନ କଲେ, ଅତିରିକ୍ତ ଉତ୍ପାଦିତ ବିଦ୍ୟୁତ୍‌୍ କେବଳ ଓଡ଼ିଶାକୁ ବିକ୍ରି କରିବାକୁ ବାଧ୍ୟ । କିନ୍ତୁ ଗତକାଲି ରିପୋର୍ଟ କହୁଛି ମାତ୍ର ୧୮୬ ମେଗା୍ୱାଟ୍ ବିଦ୍ୟୁତ୍ ଅଣାଯାଇଛି । ଏହି କଂପାନିକୁ ୮୬ ମେଗା୍ୱାଟ୍ ବିଦ୍ୟୁତ୍ ହାତଛଡା କରାଯିବା ପଛର ରହସ୍ୟ କ’ଣ? ସିଜିପିରୁ ୫୦୫ ମେଗା୍ୱାଟ୍‌, କେନ୍ଦ୍ରୀୟ ସୂତ୍ରରୁ ୨୧୩୫ ମେଗା୍ୱାଟ୍ ଆଦିକୁ ମିିଶାଇଲେ ଗତକାଲି ହାରାହାରି ୪୭୫୯.୨୭୮ ମେଗା୍ୱାଟ୍ ବିଦ୍ୟୁତ୍ ବ୍ୟବହାର ହୋଇଛି । ଏଠାରେ ଉଲ୍ଲେଖଥାଉକି, ଗତକାଲିର ବିଦ୍ୟୁତ୍ ବ୍ୟବହାର ରିପୋର୍ଟ ଦେଖିଲେ, ପିକ୍ ଆ୍ୱାରରେ ୫ହଜାର ମେଗା୍ୱାଟ୍ ବିଦ୍ୟୁତ୍ ବ୍ୟବହାର ହୋଇଛି । ଶକ୍ତି ସମୀକ୍ଷକ ଏହି ପ୍ରସଙ୍ଗକୁ ଗମ୍ଭୀରତା ସହିତ ନେଇଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି, ଓଡ଼ିଶାରେ ବିଦ୍ୟୁତ୍‌୍‌ର ସର୍ବୋଚ୍ଚ ଚାହିଦା ଯେବେ ୫୦୦୦ ମେଗା୍ୱାଟରୁ ଅଧିକ ରହୁଛି, ସେବେ ଆବଣ୍ଟନ କଂପାନିମାନେ ଚଳିତବର୍ଷ ବିଦ୍ୟୁତ୍ ଦର ନିର୍ଧାରଣ ବେଳେ ଏହାକୁ ୪୫୦୦ ମେଗା୍ୱାଟ୍ ବା ୫୦୧୦ ଏମ୍‌ଭିଏ ବୋଲି ଦର୍ଶାଇ କାହିଁକି ଓଡ଼ିଶା ବିଦ୍ୟୁତ୍‌୍ ନିୟାମକ ଆୟୋଗଙ୍କ ଅନୁମୋଦନ କରାଇଲେ ତାହା ବୁଝାପଡୁନାହିଁ ।

watch video

ଏହା କିନ୍ତୁ ସୂଚାଇ ଦେଉଛି ଯେ ସମ୍ଭବତଃ ବର୍ଷ ଆରମ୍ଭରୁ ଆବଣ୍ଟନ କଂପାନି ବିଦ୍ୟୁତ୍ କାଟ୍ କରିବା ପାଇଁ ପ୍ରାୟୋଜିତ ଯୋଜନା କରିଛନ୍ତି । କେବଳ ସେତିକି ନୁହେଁ, ଆହୁରି ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ଦେଖାଯାଉଛି ଯେ ଗତକିଛି ଦିନ ଧରି ହାରାହାରି ବିଦ୍ୟୁତ୍ ଚାହିଦା ୪୫୦୦ ମେଗା୍ୱାଟ୍ ଉପରେ (ଗତକାଲି ୪୭୫୯ ମେଗାୱାଟ୍ ଥିଲା) ରହୁଛି । କିନ୍ତୁ ଆବଣ୍ଟନନ କଂପାନି ୪ହଜାରରୁ ସାମାନ୍ୟ ଅଧିକ ମେଗା୍ୱାଟର ବିଦ୍ୟୁତ୍ (ଗତକାଲି ୪୧୭୦ ମେଗାୱାଟ୍ ) ନେବା ପାଇଁ ଆବେଦନ କରୁଛନ୍ତି କେମିତି? ରିପୋର୍ଟ ଦେଖିଲେ ଜଣାପଡୁଛି ଯେ ଗତକାଲି ଆବଣ୍ଟନ କଂପାନି ୪୪୩୦ ମେଗାୱାଟ୍ ରାଜ୍ୟ ଗ୍ରିଡରୁ ଏସଏଲଡିସିର ଅନୁମୋଦନରେ ଗ୍ରହଣ କରିଛନ୍ତି ।

ଏହା ବି ଯୋଜନାବଦ୍ଧ ପା୍ୱାର କଟ୍ ସନ୍ଦେହକୁ ଦୃଢୀଭୂତ କରୁଛି । ଏଠାରେ ସ୍ମରଣଥାଉକି, ଉତ୍ପାଦନକାରୀ ରାଜ୍ୟ ହୋଇଥିଲେ ସୁଦ୍ଧା ଓଡ଼ିଶାରେ ବିଦ୍ୟୁତ୍‌୍ ଦର ଅତ୍ୟନ୍ତ ମହଙ୍ଗା । ଅନେକ କାରଣ ମଧ୍ୟରୁ ଗୋଟିଏ ପ୍ରମୁଖ କାରଣ ହେଲା; ଘରୋଇ ବିଦ୍ୟୁତ୍ ଉତ୍ପାଦନ କଂପାନିଙ୍କୁ ସୁବିଧା ଟେକିଦେବା ଲାଗି ଗ୍ରିଡ୍‌କୋ-ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ହାତ ମିଳାଇଛନ୍ତି । ଏହା ପଛର ଭୀଷଣ ସରକାରୀ ଷଡ଼୍‌ଯନ୍ତ୍ର ଆଉ କାହାକୁ ଅଛପା ନାହିଁ । ହେଲେ ରାଜ୍ୟରେ ଯେ କୃତ୍ରିମ ବିଦ୍ୟୁତ୍‌୍ ସଙ୍କଟ ସୃଷ୍ଟି କରି ଘଣ୍ଟା ଘଣ୍ଟା ବିଦ୍ୟୁତ୍ କାଟ୍ କରାଯାଉଛି; ଏକଥା ସାଧାରଣରେ ଆଲୋଚନାର ବିଷୟ ହେଲାଣି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights