ମୁଖ୍ୟ ଶାସନ ସଚିବଙ୍କ ଗସ୍ତ ପରେ କୋଟିଆରେ ବଢିଲା ଆନ୍ଧ୍ରର ଦାଦାଗିରି, ଅପାରଗ ରାଜ୍ୟ ସରକାର !

କୋରାପୁଟ -: ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କୋଟିଆ ଗସ୍ତ ପରେ ଆନ୍ଧ୍ର ସରକାରଙ୍କ ମନମାନୀ ବୃଦ୍ଧି ପାଇଛି । ମାନ୍ୟମ ଜିଲ୍ଲା ମାନ୍ୟତା ପାଇବା ଓ ସାଲୁର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ମିଳିବା ପରେ କୋଟିଆରେ ଆନ୍ଧ୍ରୀ ଅନୁପ୍ରବେଶ ଆଶାତିତ ଭାବେ ବୃଦ୍ଧି ପାଇଛି । ଗତ ତିନିଦିନ ମଧ୍ୟରେ ଓଡ଼ିଶାରେ ପ୍ରବେଶ କରି ଔଷଧ ବିତରଣ କରିବା, ଓଡିଆ ଅଙ୍ଗନବାଡି କେନ୍ଦ୍ରରେ ମାନ୍ୟମ ଜିଲ୍ଲାର ମ୍ୟାପ୍ କାଟିବା ଓ ଘର ତିଆରି କରିବା ଇତ୍ୟାଦି ବୃଦ୍ଧି ପାଇଛି । କୋଟିଆରେ ଫାଣ୍ଡି ରହିଥିଲେ ବି ଆନ୍ଧ୍ର ଅନୁପ୍ରବେଶକୁ ରୋକି ପାରୁନି ଜିଲ୍ଲା ପୁଲିସ ।

Advertisement

ନାରେଡିବାଲସା ଓ ଫାଟୁସିନେରୀରେ ପୁଲିସ ଗେଟ୍ ସ୍ଥାପନ କରିବାକୁ ଦାବି ଉଠିଥିଲେ ମଧ୍ୟ ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନାହାନ୍ତି ଫଳରେ ଏହାର ସୁଯୋଗ ନେଇ ଆନ୍ଦ୍ରର ନେତାଠୁ ଆରମ୍ଭ କରି ପ୍ରଶାସକ ଯାଏ ସବୁ ଅନାୟସରେ ପ୍ରବେଶ ଜାରି ରଖିଛନ୍ତି । ତେବେ ଏହାକୁ ନେଇ ରାଜନୀତି ପୁଣି ଥରେ ଗରମ ହେବାକୁ ଲାଗିଲାଣି । ସର୍ବଦଳୀୟ ନେତା ଆନ୍ଧ୍ରର ଆଭିମୁଖ୍ୟକୁ ତିବ୍ର ସମଲୋଚନା କରିଛନ୍ତି । ଏନେଇ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ କହିଛନ୍ତି ଯେ ଓଡ଼ିଶା ସରକାର ଆନ୍ଧ୍ରକୁ ଚେକ୍‌ମେଟ ଦେବାକୁ ହେଲେ ଲୋକଙ୍କ ପାଖକୁ ପହଞ୍ଚିବାକୁ ହେବ । ଘରେ ଘରେ ସରକାରଙ୍କ ସୁବିଧା ପହଞ୍ଚାଇବାକୁ ପଡିବ ।

ଲୋକେଥରେ ଓଡ଼ିଶା ମୁହାଁ ହେଲେ ଆଉ ଆନ୍ଧ୍ର ସେମାନଙ୍କୁ ପ୍ରଲୋଭିତ କରି ପାରିବ ନାହିଁ । ମୁଖ୍ୟଶାସନ ସଚିବ ଯେତେବେଳେ ଆସିଥିଲେ ସେତେବଳେ ସ୍ଥାନୀୟ ନେତୃତ୍ୱକୁ ଡାକି ଆଲୋଚନା କରିବାର ଥିଲା । ସ୍ଥାନୀୟ ଯୁବକଙ୍କୁ କିପରିକର୍ମସଂସ୍ଥାନ ଯୋଗାଇ ଦିଆଯିବ, କିପରି ସେମାନଙ୍କର ଜୀବନଧାରଣ ମାନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନିଆଯିବା ଉଚିତ ବୋଲି ସେ କହିଛନ୍ତି । ଏନେଇ ପଟାଙ୍ଗୀ ବିଧାୟକ ପିତମ ପାଢୀ କହିଛନ୍ତି ଯେ ଓଡ଼ିଶା ସରକାର ଯେତିକି କୋଟିଆ ବାସୀଙ୍କ ଉପରେ ଓଜାଡିଛନ୍ତି କେଉଁ ସରକାର ବି ଏପରି କରି ପାରିବ ନାହିଁ । ଆନ୍ଧ୍ର ସରକାର ଖଣି ପାଇଁ ଲୋକଙ୍କୁ ପ୍ରଲୋଭିତ କରୁଛି । ଏହା ବିରୋଧରେ ସାଧାରଣରେ ସ୍ୱାର ତୀବ୍ର ହେଲାଣି । ଆସନ୍ତାଦିନରେ ଏହାର ଜବାବ ମିଳିବ ବୋଲି ସେ କହିଛନ୍ତି ।

watch video

ଏନେଇ ଜିଲ୍ଲାପରିଷଦ ସଦସ୍ୟା ଟିକାଇ ଗେମେଲ କହିଛନ୍ତି ଯେ ଲୋକଙ୍କ ପାଖକୁ ସରକାର ଯାଉ ନାହାନ୍ତି । ଆନ୍ଧ୍ର ସରକାର କମ୍ ଦେଇ ମିଡିଆରେ ବେଶୀ ପ୍ରଚାର ପ୍ରସାର କରୁଛି । ଓଡ଼ିଶା ସରକାର ଆନ୍ଧ୍ରକୁ ଚେକ୍ ଦେବାକୁ ହେଲେ ଲୋକଙ୍କ ପାଖକୁ ସବୁ ସେବା ପ୍ରଦାନ କରିବାକୁ ହେବ । ଏନେଇ ଆସନ୍ତା ଜିଲ୍ଲା ପରିଷଦ ବୈଠକରେ କୋଟିଆରେ ରହୁଥିବା ୫୦୦୦ ଲୋକଙ୍କ ସ୍ୱର ଉଠିବ । ସମାଧାନ ନ କଲେ ସ୍ୱର ତୀବ୍ର ହେବ ବୋଲି ସେ କହିଛନ୍ତି । ଏନେଇ ଜିଲ୍ଲାପାଳ ଅବଦ୍ଦଲ ଏମ.ଅଖତର କହିଛନ୍ତି ଯେ କୋଟିଆବାସୀଙ୍କ ପାଇଁ ଆମେ ସବୁ ବ୍ୟବସ୍ଥା ଗ୍ରହଣ କରୁଛୁ । ସେମାନେ କିପରି ଭଲ ଭାବେ ଚଳିବେ ଓ ସସେମାନଙ୍କ ଜୀବନଧାରଣ ମାନ ବୃଦ୍ଧି କରିବାକୁ ଆମେ ପ୍ରୟାସ ଜାରି ରଖିଛୁ ବୋଲି ସେ କହିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!