ଲାଲୁଙ୍କ ଘରେ ଝଗଡା, ବଡ ପୁଅ ଦେଲେ ଏଭଳି ଯାହାକୁ ନେଇ ରାଜନୀତି ହଟଚମଟ


ପାଟନା: ତୀବ୍ର ହେବାରେ ଲାଗିଛି ଆରଜେଡି ସୁପ୍ରିମୋ ଲାଲୁଙ୍କ ପରିବାରରେ ଝଗଡା । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ମୁଖ୍ୟ ଲାଲୁ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ ସୋମବାର ରାତିରେ ହଠାତ୍ ଆରଜେଡିରୁ ଇସ୍ତଫା ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି ।

ସାନ ଭାଇ ତେଜସ୍ୱୀଙ୍କୁ ଅର୍ଜୁନ କହି ନିଜକୁ ସାରଥୀ କୃଷ୍ଣ ବୋଲି ତୁଳନା କରୁଥିବା ତେଜପ୍ରତାପଙ୍କ ଟ୍ୱିଟ ଏବେ ଲାଲୁଙ୍କ ପରିବାରରେ ମହାଭାରତ ସୃଷ୍ଟି କରିଛି । ସୂଚନା ମୁତାବକ ଗତକାଲି ରାତିରେ ତେଜପ୍ରତାପ ଯାଦବ ଘୋଷଣା କରିଛନ୍ତି ଯେ ଲାଲୁଙ୍କୁ ଭେଟି ସେ ତାଙ୍କ ଇସ୍ତଫା ପତ୍ର ଦାଖଲ କରିବେ । ଆରଜେଡି ଯୁବ ନେତା ରାମରାଜ ଲାଲୁ-ତେଜସ୍ୱୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହେବାର କିଛି ଘଣ୍ଟା ପରେ ତେଜପ୍ରତାପ ଯାଦବ ଟ୍ୱିଟରରେ ଲେଖିଛନ୍ତି, “ମୁଁ ମୋ ବାପାଙ୍କ ପଦାଙ୍କ ଅନୁସରଣ କରିଛି ।

Advertisement

ସମସ୍ତ କର୍ମୀଙ୍କୁ ସମ୍ମାନ ଜଣାଇ ମୁଁ ମୋର ପିତାଙ୍କୁ ଭେଟିବା ପରେ ଶୀଘ୍ର ଇସ୍ତଫା ଦେବି । ”ଏହି ଟ୍ୱିଟରେ ସେ ବାପା ଲାଲୁ ଯାଦବ, ମା ରାବିଡି ଦେବୀ, ଭାଇ ତେଜସ୍ୱୀ ଯାଦବ ଏବଂ ଭଉଣୀ ମିସା ଭାରତୀଙ୍କୁ ମଧ୍ୟ ଟ୍ୟାଗ କରିଛନ୍ତି । କିଛି ସମୟ ପରେ ସେ ଫେସବୁକରେ ମା ରାବିଡି ଦେବୀଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଥିଲେ । ଆଉ କୁହାଯାଉଛି ଯେ ତେଜପ୍ରତାପ ଏହି ଛବି ମାଧ୍ୟମରେ ସୂଚାଇବାକୁ ଚେଷ୍ଟା କରିଛନ୍ତି ଯେ ତାଙ୍କ ପାରିବାରିକ କଳହରେ ତାଙ୍କ ମା ତାଙ୍କ ସହ ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!