ଜୀରା ନଦୀର ଦୁଃଖ ଶୁଣୁନି ପ୍ରଶାସନ, ଜୀରା ନଦୀ ପାଇଁ ବରଗଡରେ ଆସିବ ଏହି ବଡ ମହାମାରୀ …!

ବରଗଡ(ନିରଞ୍ଜନ ତ୍ରୀପାଠି) -: ବରଗଡବାସୀଙ୍କ ଦୁଃଖ ଆଗକୁ ଦ୍ୱି-ଗୁଣିତ ହେବ । ପ୍ରଶାସନ ଏବେଠାରୁ ନଜର ନଦେଲେ ବରଗଡର ଜନସାଧାରଣ ଏଭଳି ରୋଗର ଶିକାର ହେବେ ଯାହା ମହାମାରୀ ଭଳି ବ୍ୟାପିବାର ସମ୍ଭାବନା ରହିଛି । ବେଳହୁଁ ସାବଧାନ ପ୍ରଶାସନ ଓ ସାଧାରଣ ଜନତା । ଜୀରା ନଦୀର ଅବସ୍ଥା କୈାଣସି ବଡ଼ ନର୍ଦ୍ଦମାଠାରୁ ବି କମ୍ ନୁହଁ ।

ସହରର ସବୁ ଆବର୍ଜନା ଏବଂ ନର୍ଦ୍ଦମା ପାଣି ସିଧାସଳଖ ଏହି ନଦୀର ପାଣିରେ ମିଶୁଛି । ବର୍ତ୍ତମାନ ପାଣି ସୁଅ ନଥିବାରୁ ବାଲିବନ୍ଧ ଦ୍ୱାରା ପାଣି ସଂରକ୍ଷିତ ରଖାଯାଇଛି । ଏଠାରେ ଅମ୍ବାପାଲି ଏବଂ ବରଗଡ଼ ୱାର୍ଡ ନମ୍ବର ୧ର ବିଭିନ୍ନ ପଡ଼ାବାସୀ ଗାଧୁଆପାଧୁଆ କରୁଛନ୍ତି । କିନ୍ତୁ ଏହି ସ୍ଥିର ପାଣିରେ ନର୍ଦ୍ଦମା ପାଣି ସିଧାସଳଖ ମିଶୁଛି । ଯଦ୍ୱାରା ଲୋକେ ପ୍ରଦୂଷିତ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି । ପୂର୍ବରୁ ଆବର୍ଜନ ପାଣି ନଦୀରେ ନପକାଇବା ପାଇଁ ଲୋକେ ରାସ୍ତାରୋକ କରିଥିଲେ ।

Advertisement

କିଛିଦିନ ସବୁ ଠିକ୍ ରହିବା ପରେ ପୁଣି ସମାନ ପ୍ରକ୍ରିୟା ଚାଲିଛି । ତୁରନ୍ତ ଏହାର ପ୍ରତିକାର ନକଲେ ସହରରେ ଜଣ୍ଡିସ୍ ବ୍ୟାପିବା ଭୟ ସୃଷ୍ଟି ହୋଇଛି । ବର୍ତ୍ତମାନ ଖରାଦିନେ ଜୀରା ନଦୀ ଶୁଖିଲା ପଡ଼ିଛି । ଯେଉଁ କେତୋଟି ସ୍ଥାନରେ ପାଣି ସଂରକ୍ଷିତ ରଖାଯାଇଛି, ସେଥିରେ ନର୍ଦ୍ଦମା ପାଣି ପଡ଼ି ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରୁଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!