ଫେରିଲା କରୋନା, ପୁଣି ବାଧ୍ୟତାମୂଳକ ହେଲା ମାକ୍ସ

Creat A Revolution


ଥିରୁବନ୍ତପୁରମ୍ -: ଦେଶର ଏକାଧିକ ରାଜ୍ୟରେ କୋଭିଡ-୧୯ ମାମଲାରେ ବୃଦ୍ଧି ଘଟୁଥିବା ପରିପ୍ରେକ୍ଷୀରେ କେରଳ ସରକାର ବୁଧବାର ପୁନର୍ବାର ରାଜ୍ୟରେ ଫେସ୍ ମାସ୍କ ନିୟମକୁ ଲାଗୁ କରିଛନ୍ତି । କେରଳ ରାଜ୍ୟ ସରକାରଙ୍କ ପକ୍ଷରୁ ବୁଧବାର ପ୍ରକାଶିତ ଏକ ଘୋଷଣାନାମାରେ କୁହାଯାଇଛି ଯେ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟରେ ପୁନର୍ବାର ଫେସ ମାସ୍କ ନିୟମକୁ ଲାଗୁ କରାଯାଇଛି । ଏବଂ ଏହି ନିୟମର ଉଲ୍ଲଂଘନ ଦଣ୍ଡନୀୟ ହେବ ।

Advertisement

ରାଜ୍ୟ ମୁଖ୍ୟ ସଚିବ ଭି ପି ଜୟଙ୍କ ଦ୍ୱାରା ଜାରି ଏହି ସଦ୍ୟତମ ଆଦେଶରେ କୁହାଯାଇଛିି ଯେ ରାଜ୍ୟରେ କୋଭିଡ-୧୯ ନିୟନ୍ତ୍ରଣ କାର୍ଯ୍ୟକଳାପ ସମ୍ପର୍କରେ ବିପର୍ଯ୍ୟୟ ପରିଚାଳନା ଅଧିନିୟମ-୨୦୦୫ ଅନୁଯାୟୀ ଲାଗୁ କରାଯାଇଥିବା ସମସ୍ତ ପ୍ରତିବନ୍ଧକକୁ ପୂର୍ବରୁ ସରକାର ପ୍ରତ୍ୟାହାର କରି ନେଇଥିଲେ । ତେବେ ବର୍ତ୍ତମାନର କରୋନାଭାଇରସ୍ ସ୍ଥିତିକୁ ବିଶ୍ଳେଷଣ କରିବା ପରେ ସମସ୍ତ ସାର୍ବଜନୀନ ସ୍ଥାନରେ ମାସ୍କ ପିନ୍ଧିବାକୁ ବର୍ତ୍ତମାନ ରାଜ୍ୟରେ ଆଉଥରେ ବାଧ୍ୟତାମୂଳକ କରାଯାଇଛି ବୋଲି ଏଥିରେ କୁହାଯାଇଛି ।

ନିର୍ଦ୍ଦେଶାବଳୀର ଉଲ୍ଲଂଘନ ଡିଏମ ଅଧିନିୟମ ଏବଂ କାର୍ଯ୍ୟକାରୀ ଅନ୍ୟାନ୍ୟ ପ୍ରାସଙ୍ଗିକ ଆଇନର ବ୍ୟବସ୍ଥା ଅନୁଯାୟୀ ଦଣ୍ଡନୀୟ ଅପରାଧ ରୂପେ ପରିଗଣିତ ହେବ । ରାଜ୍ୟରେ କରୋନା ଭୂତାଣୁ ଦ୍ୱାରା ପ୍ରଭାବିତ ଲୋକଙ୍କ ସଂଖ୍ୟା ହ୍ରାସ ହେତୁ ରାଜ୍ୟ ସରକାର ଏପ୍ରିଲ ୧୦ରେ ଦୈନିକ କରୋନାଭାଇରସ୍ ଆକଳନ ପ୍ରକାଶ କରିବା ବନ୍ଦ କରି ଦେଇଥିଲେ । ଏବେ ଏହାକୁ ଆଉଥରେ ଆରମ୍ଭ କରାଯାଇଛି । ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, କେରଳ ପୂର୍ବରୁ ଦିଲ୍ଲୀ ଓ ପଞ୍ଜାବ ସରକାର ମଧ୍ୟ ମାସ୍କ ନିୟମକୁ ନିଜ ନିଜ ରାଜ୍ୟରେ ପୁନର୍ବାର ଫେରାଇ ଆଣିଛନ୍ତି ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights