ବଡ ବଡ ସେଲିବ୍ରେଟିଙ୍କୁ ପଛରେ ପକାଇ ସଫଳତା ପାଇଲେ ଆଲିଆ


ନୂଆଦିଲ୍ଲୀ -: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିବାରେ ଲାଗିଛନ୍ତି । ସମୟ ସହିତ ନୂଆ ନୂଆ ରେକର୍ଡ ନିଜ ନାଁରେ କରି ଚାଲିଛନ୍ତିି ଆଲିଆ । ଅଭିନେତ୍ରୀ କିଛି ମାସ ମଧ୍ୟରେ ହଲିଉଡରେ ପାଦ ଦେବା ସହ ହଲିଉଡ ଅଭିନେତ୍ରୀଙ୍କୁ ଗାଲ ଗାଡୋଟଙ୍କ ସହ ସ୍କ୍ରିନ୍ ସେୟାର କରିବେ ।

କିନ୍ତୁ ହଲିଉଡରେ ନିଜର ଯାତ୍ରା ଆରମ୍ଭ ନକରି ବି ଏବେ ସେ ଅନେକ ହଲିଉଡ ଷ୍ଟାରଙ୍କୁ ପଛରେ ପକାଇଛନ୍ତି । ଇନଫ୍ଲୁଏନ୍ସର ମାର୍କେଟିଂ ହବର ସଦ୍ୟତମ ରିପୋର୍ଟ ଅନୁଯାୟୀ, ଆଲିଆ ଭଟ୍ଟ ଗ୍ଲୋବାଲ୍ ସେଲିବ୍ରିଟି ଇନଫ୍ଲୁଏନ୍ସର ତାଲିକାରେ ଷଷ୍ଠ ସ୍ଥାନ ହାସଲ କରିଛନ୍ତି । ଏହି ତାଲିକାରେ ଅଭିନେତ୍ରୀ ହଲିଉଡ ତାରକା ଜେନିଫର ଲୋପେଜ, କ୍ରିସ ହେମସୱର୍ଥ ଏବଂ ରୋବର୍ଟ ଡାଓନି ଜୁନିଅରଙ୍କୁ ପଛରେ ପକାଇଛନ୍ତି । ଏହି ତାଲିକାରେ ଜେନଡୟା ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ସ୍ପାଇଡରମ୍ୟାନ ଅଭିନେତା ଟମ୍ ହଲାଣ୍ଡ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏହା ପଛକୁ ଡ୍ୱାନ ଜନସନ ଏବଂ ଦକ୍ଷିଣ କୋରିଆର ରାପର ଜେ ହୋପ ଏବଂ ୱିଲ ସ୍ମିଥ ଅଛନ୍ତି । ବଲିଉଡରୁ ପ୍ରଥମ ଅଭିନେତ୍ରୀ ଭାବେ ଆଲିଆ ନିଜକୁ ଟପ୍ ୧୦ରେ ସାମିଲ କରିପାରିଛନ୍ତି ।

Advertisement

କେବଳ ଏତିକି ନୁହେଁ ପ୍ରିୟଙ୍କା ଚୋପ୍ରା, ଅକ୍ଷୟ କୁମାର, ଶ୍ରଦ୍ଧା କପୁର ଏବଂ ରସ୍ମିକା ମନ୍ଦନା ମଧ୍ୟ ଏହି ତାଲିକାରେ ୧୩, ୧୪, ୧୮ ଏବଂ ୧୯ତମ ସ୍ଥାନରେ ରହିଛନ୍ତି । ତେବେ ଇନଷ୍ଟାଗ୍ରାମରେ ଆଲିଆ ଭଟ୍ଟଙ୍କର ୬୪.୩ ନିୟୁତ ଫଲୋଓର୍ସ ଅଛନ୍ତି । କେବଳ ଭାରତରେ ନୁହେଁ, ଆନ୍ତର୍ଜାତୀୟ ବ୍ରାଣ୍ଡ ଏବଂ ବ୍ୟବସାୟୀ ମଧ୍ୟ ଆଲିଆ ଭଟ୍ଟଙ୍କ ବଡ଼ ପ୍ରଶଂସକ ଅଟନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!