ବାସି ପଖାଳ ହେଲା ବିଷାକ୍ତ, ୨୪ଜଣ ମେଡିକାଲରେ ଭର୍ତ୍ତି

ଭଦ୍ରକ/ତିହିଡ଼ି -: ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦ୍ୱୀପବାଡ଼ି ଗ୍ରାମରେ ବାସି ପଖାଳ ଖାଇ ୨୪ଜଣ ଅସୁସ୍ଥ ହୋଇ ତିହିଡ଼ି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ପ୍ରକାଶ ଯେ ଗ୍ରାମରେ ରାମନବମୀ ଠାକୁର ଭଷାଣ ପାଇଁ ଅନ୍ନ ପ୍ରସାଦ ତିଆରି ହୋଇଥିଲା ।

ମଙ୍ଗଳବାର ରାତିରେ ଭାଷାଣ ସାରି ଗ୍ରାମବାସୀମାନେ ଏହି ଅନ୍ନ ପ୍ରସାଦ ପାଇ ଘରକୁ ଯାଇଥିବା ବେଳେ କିିଛି ପ୍ରସାଦ ବଳି ପଡ଼ିଥିଲା । ଯାହାକୁ ପଖାଳ କରି ଦିଆଯାଇଥିଲା । ଏହି ପଖାଳକୁ ନଷ୍ଟ ନକରି ପରଦିନ ଗ୍ରାମର କେତକ ଲୋକ ଏହାକୁ ଖାଇଥିଲେ । ତେବେ ସନ୍ଧ୍ୟାରେ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଅସୁସ୍ଥ ଅବସ୍ଥାରେ ତିହିଡ଼ି ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ହେବାରୁ ଭଦ୍ରକ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ତେବେ ଏହି ବାସି ପଖାଳ ଖାଳ ବିଷାକ୍ତ ହୋଇ ଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!