ବରଗଡରେ ଟାଟା ପାୱାରର ଦାଦାଗିରି, ଆଗକୁ ହୋଇପାରେ ଭୟଙ୍କର ଅନ୍ଦୋଳନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: କଥାରେ ଅଛି-ମୋତେ ଯେତେ ମାଠିବୁ ମାଠ୍‌….. ମୁଁ ସେଇ ଦରପୋଡା କାଠ୍ । ଏହି ଉକ୍ତିଟି ଠିକ ପ୍ରମାଣିତ ହେଉଛି ସ୍ଥାନୀୟ ଅଞ୍ଚଳରେ । ଟାଟା ପାୱାରର ମନମାନୀ ଅତି ଅସହ୍ୟ ହେଲାଣି । ରାଜ୍ୟ ସରକାର ଟାଟା ହାତରେ ବିଦ୍ୟୁତ ବିଭାଗକୁ ଟେକିଦେବା ପରେ ଏକ ପ୍ରକାର ଦାଦାଗିରି ଚଳାଇବା ଆରମ୍ଭ କରିଦେଲାଣି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରଛି ଯାହା ଆଗକୁ ଭୟଙ୍କର ଆନ୍ଦୋଳନର ଆଭାସ ଦେଉଛି ।

Advertisement

ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ପରେ ମଧ୍ୟ କୈାଣସି ସୁଧାର ଆସିନାହିଁ । ଟାଟା ପାୱାର ନୀତି ପିଲାମାନଙ୍କ ଭବିଷ୍ୟତ ଅନ୍ଧକାରମୟ ଆଡକୁ ଠେଲି ହେଇଯାଉଛି । ବର୍ତ୍ତମାନ ପରୀକ୍ଷା ସମୟ ଚାଲୁଥିଲେ ସୁଦ୍ଧା ଘଣ୍ଟାଘଣ୍ଟା ଧରି ବିଜୁଳି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଲାଣି । ଅଭିଭାବକ ମନରେ ଚିନ୍ତା ପଶିଗଲାଣି ପିଲାମାନଙ୍କ ରେଜଲ୍ଟ କଣ ହେବ କାରଣ ଅସହ୍ୟ ଗରମ ସାଙ୍ଗକୁ ବିଦ୍ୟୁତ କାଟ୍ ପାଇଁ ପାଠପଢା ଠିକ କରିପାରୁନାହାନ୍ତି ପରୀକ୍ଷା ପାଇଁ ପ୍ରସ୍ତୁ ହୋଇପାରୁନାହାନ୍ତି ।

ଆପଣ ବେକାର ଅଛନ୍ତି କି ? ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ କ୍ଲିକ କରି ଦେଖନ୍ତୁ ଜେ.ଇ ଶାଢୀରେ ଆପଣଙ୍କ କ୍ୟାରିଅର ଗଢନ୍ତୁ (CLICK NOW)

ଲଖମରା ବିଦ୍ୟୁତ ବିଭାଗୀର ଗ୍ରୀଡ ଭଳି ଗ୍ରୀଡ ବୋଧହୁଏ ସଂସାରେ ନାହିଁ । ଏଇ ଗ୍ରୀଡ ଯୋଗାଇ ଆସୁଥିବା ବିଜୁଳି ଲାଇନରେ ଜନସାଧାରଣ ଅତିଷ୍ଟ ହୋଇ ଗଲେଣି । କେତେବେଳେ ଲୁଚକାଳି ଖେଳିବାକୁ ଯାଏ କାହାକୁ ଜଣାନାହିଁ । ସବୁବେଳେ ସବୁ ସମୟରେ ଲାଇନ କାଟ । ପରୀକ୍ଷା ଚାଲିଛି ଏ ପଟେ,ସେ ପଟେ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ୱଳ ଭବିଷ୍ୟତ କାମନା ତ ଦୂରର କଥା । ବିଜୁଳି କାଟ ହେବା ଫଳରେ ପିଲାମାନଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି କରିଚାଲିଛି ବିଦ୍ୟୁତ ବିଭାଗ । କୈାଣସି ଟାଇମ୍ ଟେବୁଲ୍ ଏଇ ବିଭାଗର ନାଇ କହିଲେ ଚଳେ । ବିଦ୍ୟୁତ୍ ବିଭାଗର ତୃଟି ସମ୍ପର୍କରେ ସବୁ ସମୟରେ ସମସ୍ତ ଗଣମାଧ୍ୟ୍ୟମରେ ମାନଙ୍କରେ ପ୍ରକାଶିତ ହୋଇଆସୁଥିଲେ ମଧ୍ୟ କିଛି ସୁଫଳ ଲୋକେ ଅଦ୍ୟାବଧି ମିଳୁନାହିଁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!