ଆର୍‌.ପି କଲେଜରେ ଅଧ୍ୟାପକ ଓ ଛାତ୍ରଙ୍କୁ ଗୋଗଚ୍ଛବାଡିଆ ମାଡ, ପିଲାଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ


କଟକ -: କଟକ ଜିଲ୍ଲା ବଡମ୍ବା ବିଧାରପୁର ଠାରେ ଥିବା ଆର୍‌.ପି. ଆବାସିକ ବିଜ୍ଞାନ ମହାବିଦ୍ୟାଳୟର ଦୁଇ ଛାତ୍ର ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଉଗ୍ର ରୁପ ନେଇଥିଲା । ବାଧ୍ୟ ହୋଇ ବାହାର ଲୋକ ଓ ଅଣ ଛାତ୍ର ହସ୍ତକ୍ଷେପ କରିଥିବା ଅଭିଯୋଗ ଆସୁଛି । ସୁଚନା ମୁତାବକ କଲେଜ ପରିସରରେ ଯୁକ୍ତ୨ପ୍ରଥମ ଓ ଯୁକ୍ତ୨ଦ୍ୱିତୀୟ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

Advertisement

ଯାହା କଲେଜ କତ୍ତୃପକ୍ଷଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଫଳରେ ଛାତ୍ରଙ୍କ ଅଭିଭାବକ ହସ୍ତକ୍ଷେପ କରିବାକୁ ବାଧ୍ୟ ହୋଇଥିଲେ । ପରେ ଗଣ୍ଡଗୋଳ ଉଗ୍ରରୁପ ନେଇଥିଲା ଯେ ଛାତ୍ରଙ୍କ ସମ୍ପର୍କୀୟ ମାନେ ଆସି କଲେଜ ପରିସରରେ ଅଧ୍ୟାପକ ସମେତ କିଛି କର୍ମଚାରୀ ଓ ଛାତ୍ରଙ୍କୁ ଭୟଙ୍କର ଭାବରେ ମାଡମାରିଥିଲେ । ଏ ଘଟଣା ସଂପର୍କରେ ଥାନାରେ କୈାଣସି ଅଭିଯୋଗ ହୋଇନଥିବା ବେଳେ ଘଟଣାକୁ ଲୁଚାଇବା କଲେଜ କତ୍ତୃପକ୍ଷ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏ ସଂକ୍ରାନ୍ତରେ କଲେଜ କତ୍ତୃପକ୍ଷଙ୍କୁ ଫୋନରେ ଯୋଗାଯୋଗ କରିବାରୁ ସେ କହିଲେ ଯେ ଏବେ କୈାଣସି ଭୟ ନାହିଁ ସବୁ ଶାନ୍ତ ପଡିଯାଇଛି ।

watch video

କିନ୍ତୁ ଅନ୍ୟପକ୍ଷରେ ଅଭିଭାବକ ନିଜ ପିଲାଙ୍କ ସୁରକ୍ଷା ଦୃଷ୍ଟିରୁ ଗାଡି କରି ଘରକୁ ନେଇଯାଉଥିବାର ଦେଖିବାକୁ ମିଳିଥିଲା । କଲେଜ ପରିସରରେ ଏଭଳି ଗଣ୍ଡଗୋଳ ପଛର କାରଣ କଣ କୈାଣସି ସ୍ପଷ୍ଟ ସୁଚନା ମିଳିନାହିଁ । ଏ ସଂକ୍ରାନ୍ତରେ ବି.ଏନ୍‌.ଏସ ନିୟୁଜ ତରଫରୁ ଅନୁସନ୍ଧାନ ଜାରିରହିଛି । ଆଗାମୀ ଦିନରେ କଲେଜରେ କଣ ସବୁ ଚାଲିଛି ପିଲାଙ୍କ ଭବିଷ୍ୟତ ନେଇ ଏଭଳି କିଏ ଖେଳୁଛି ତାହାର ଗୁମର ଖୋଲିବ । କଲେଜରେ ପିଲାଙ୍କ ନାମ ଲେଖା ସରିବା ପରେ ଅଧିକ ଟଙ୍କା ଦାବି କରାଯାଉଛି ବୋଲି କିଛି ଅଭିଭାବକ ତାଙ୍କ ନାମ ଗୁପ୍ତ ରଖି ପ୍ରକାଶ କରିଛନ୍ତି । କିଛି ବର୍ଷ ତଳେ ଜନୈକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା ଯାହା ପରବର୍ତ୍ତୀ ସମୟରେ ଏହା ହତ୍ୟା କି ଆତ୍ମହତ୍ୟା କୈାଣସି ଖବର ଆସିନଥିଲା ।

apka pasanda je saree
Advertisement

Leave a Reply

Your email address will not be published. Required fields are marked *

error: Content is protected !!