ତିଗିରିଆ କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ତିଗିରିଆ -: ତିଗିରିଆ କୋର୍ଟ ପରିସରରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ଆଜି ତିଗିରିଆ କୋର୍ଟ ପରିସରରେ ତିଗିରିଆ ତାଲୁକ ଆଇନ୍ ସେବା କମିଟି ଆନୁକୂଲ୍ୟରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ତାଲୁକ ଆଇନ୍ ସେବା କମିଟି ତିଗିରିଆର ଅଧକ୍ଷl ତଥା ତିଗିରିଆ କୋର୍ଟର ବିଚାର ପତି ଶ୍ରୀମତୀ ସୁମିତ୍ରା କୁମାରୀ ଦାସ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଅଧ୍ୟକ୍ଷତା କରିଥିଲେ l

Advertisement

ମୋଟ ୩୧ ଟି ଫୌଜଦାରୀ ମାମଲା ରୁ ୧୬ ଟି ମାମଲା, ସର୍ବମୋଟ ୧୧୧ ଟି ରାଜସ୍ୱ ମାମଲା ମଧ୍ୟରୁ ୧୦୨ ଟି ମାମଲା ର ସମାଧାନ କରାଯାଇ ମୋଟ ମାସିକ ୨୯,୭୪୭ ଟଙ୍କା ଜୋରିମାନା ଆଦାୟ କରାଯାଇଛି l ସେହିଭଳି ତିଗିରିଆ ୟୁକୋ ବ୍ଯାଙ୍କ ଶାଖାର ୩୨ ଟି ଅନାଦେୟ ରୁଣ ମାମଲା ମଧ୍ୟରୁ ୩ ଟି ମାମଲାର ସମାଧାନ କରାଯାଇ ୫, ୧୦୦୦୦ ଟଙ୍କା ଆଦାୟ କରାଯାଉଛି l କାର୍ଯ୍ୟକ୍ରମର ତିଗିରିଆ ଓକିଲ ସଂଘର ସଭାପତି ସରୋଜ କୁମାର ସାହୁ ବରିଷ୍ଠ ଆଇନ୍ ଜୀବୀ ବିକ୍ରମ କେଶରୀ ଦାସ, ରମେଶ ଚନ୍ଦ୍ର ମାଝି, ପଠାଣି ଚରଣ ବେହେରା, ମଙ୍ଗଳ କୃଷ୍ନ ଦାସ, ତନ୍ମୟ ମିଶ୍ର, ଶାନ୍ତନୁ କୁମାର ଦାସ, ରଞ୍ଜନ କୁମାର ମହାରଣା, ସୁଚିତ୍ର କୁମାର ସାହୁ, କୋର୍ଟ ର ଏ ପି ପି ରଶ୍ମି ପ୍ରଭା ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ତାଲୁକ ଆଇନ୍ ସେବା କମିଟିର ସହାୟକ ସୂର୍ଯ୍ୟକାନ୍ତ ବେହେରା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି କାର୍ଯ୍ୟକ୍ରମରେ କୋର୍ଟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!