ମାଟ୍ରିକ ଫେଲ୍ କିନ୍ତୁ କୋଟିପତି : ୨୨ବର୍ଷ ବୟସରୁ କରୁଥିଲେ ଏହି ବେପାର, ବାନ୍ଧିଲା ପୋଲିସ

Creat A Revolution

ପୁରୀ -: ଆଜି ସୁଦ୍ଧା ପୁରୀ ଜିଲ୍ଲାରେ ବ୍ରାଉନ୍‌ସୁଗାର୍‌ ବିକ୍ରି କରି ସବୁଠାରୁ ବଡ଼ ନିଶା ବେପାରୀ ଭାବେ କଣାସ କେଶରପୁରର ସୁଶାନ୍ତ ବୋଲି ପୁଲିସ କହିଛି। ଯଦିଓ କେଶରପୁରରେ ତା’ର ଏକ ଦାମୀ ଘର ରହିଛି। କିନ୍ତୁ ସେ ଓ ତା’ର ସହଯୋଗୀମାନେ ଖୋର୍ଦ୍ଧାରେ ରହି ବ୍ରାଉନ୍‌ସୁଗାର୍‌ ବେପାର କରନ୍ତି। ଏପରିକି ତା’ର ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କେତୋଟି ଘର ରହିଥିବା ଜଣାପଡ଼ିଛି। ତେବେ ସେ ମାଟ୍ରିକ ଫେଲ୍‌ ହୋଇଥିବା ବେଳେ କୌଣସି ପ୍ରକାର ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗର ମନୋରଞ୍ଜନ ଦାସ ସହିତ ମିଶି ଏହି ବ୍ରାଉନ୍‌ସୁଗାର୍‌ ଧନ୍ଦା ଆରମ୍ଭ କରିଥିଲା। ମାତ୍ର ମନୋରଞ୍ଜନ ପୁଲିସ ଦ୍ବାରା ଗିରଫ ହୋଇଯିବା ପରେ ସୁଶାନ୍ତ ନିଜେ ଏହି ବେପାରକୁ ବଢ଼ାଇବା ଆରମ୍ଭ କରିଦେଇଥିଲା।

ସେ ପୁରୀ ସମେତ ଖୋର୍ଦ୍ଧା, ନୟାଗଡ଼, କଟକ ଓ ଭୁବନେଶ୍ବର ଆଦି ଅଞ୍ଚଳରେ ବ୍ରାଉନ୍‌ସୁଗାର୍‌ କାରବାର କରୁଥିଲା। ସେ ଆଜି ପୁରୀ ସହରାଞ୍ଚଳରେ ବିକ୍ରି କରିବାପାଇଁ ୩ କେଜି ବ୍ରାଉନ୍‌ସୁଗାର୍‌ ନେଇ ଆସୁଥିବା ବେଳେ ଧରାପଡ଼ିଥିଲା। କିନ୍ତୁ ଏଠାରେ ପ୍ରଶ୍ନ ଉଠିଛି ଯେ ଯଦି ସେ ପୁରୀ ସହରକୁ ସପ୍ଲାଇ କରିବାକୁ ୩ କେଜି ବ୍ରାଉନ୍‌ସୁଗାର୍‌ ଆଣୁଥିଲା,ତେବେ ଏଠାରେ ତାର ଗ୍ରାହକ କିଏ?ସେ ନେଇ ପୁଲିସ ପାଖରେ କିଛି ତଥ୍ର ନାହିଁ। ପୁଲିସ କହିଛି ଯେ ମାତ୍ର ୨୨ ବର୍ଷ ବୟସରେ ସେ ଏହି ବ୍ରାଉନ୍‌ସୁଗାର୍‌ ବ୍ୟବସାୟରେ ପଶି କୋଟିପତି ହୋଇସାରିଲାଣି। ଏଠାରେ ପ୍ରଶ୍ନ ଉଠୁଛି ଯେ ଆଜି ପର୍ଯ୍ୟନ୍ତ ସେ କାହିଁକି ପୁଲିସ ହାବୁଡ଼ରେ ଧରାପଡ଼ିନଥିଲା? ଏହି ବେପାର ସେ ପୁଲିସ ଜାଣତରେ କରୁଥିଲା କି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହେଉଛି।

ନେଟ୍‌ୱର୍କ ମାର୍କେଟିଂ ଷ୍ଟାଇଲ୍‌ରେ ବେପାର କରେ ସୁଶାନ୍ତ

ବ୍ରାଉନ୍‌ସୁଗାର୍‌ ବେପାରକୁ ଏକ ନମ୍ବର ବ୍ୟବସାୟରେ ପରିଣତ କରିବା ପାଇଁ ସୁଶାନ୍ତ ନେଟୱର୍କ ମାର୍କେଟିଂ ଷ୍ଟାଇଲ୍‌ରେ ଏହି ବେପାର ପରିଚାଳନା କରୁଥିଲା। ତେଣୁ ତା’ର ବେପାର ବଢ଼ାଇବାରେ ଯେଉଁମାନେ ତାକୁ ସହଯୋଗ କରୁଥିଲେ, ସେମାନଙ୍କ ସହିତ ସୁଶାନ୍ତର ସିଧାସଳଖ ସମ୍ପର୍କ ରହୁନଥିଲା। ପ୍ରତି ଜିଲ୍ଲାରେ ସୁଶାନ୍ତ ତା’ର ପ୍ରତିନିଧି ରଖିଛି। ଏମାନଙ୍କୁ ସେ ବ୍ରାଉନ୍‌ସୁଗାର୍‌ ଦେଇଥାଏ। ଏହି ପ୍ରତିନିଧିମାନେ ସେହି ଜିଲ୍ଲାରେ ବ୍ରାଉନ୍‌ସୁଗାର୍‌ ବେପାର ପରିଚାଳନା କରିଥାନ୍ତି। ଏପରିକି ଏହି ବେପାରରେ ସୁଶାନ୍ତ କେତେକ ମହିଳାଙ୍କୁ ମଧ୍ୟ ନିୟୋଜିତ କରିଥିବା ନେଇ ଖବର ମିଳିଛି।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights