ବିଜେଡିର ୯୫% ପ୍ରତିଶତ ପ୍ରାର୍ଥୀ କୋଟିପତି, ପ୍ରାର୍ଥଙ୍କ ଅପରାଧ ରେକର୍ଡ କଣ ରହିଛି ଆସନ୍ତୁ ଜାଣିବା

ଭୁବନେଶ୍ୱର -: ନିକଟ‌ରେ ଶେଷ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୮୨ଜଣଙ୍କ ବିରୋଧରେ ଅପରାଧିକ ମାମଲା ଅଛି । ୧୫ଜଣ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା (ଆଇପିସି ଧାରା ୩୦୭) ଲାଗିଥିବା ସେମାନେ ସତ୍ୟପାଠରେ ଜଣାଇଛନ୍ତି । ରାଜ୍ୟର ୮୫୧ ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ନିର୍ବାଚିତ ହୋଇଥିବା ୭୨୬ଜଣ ସଭ୍ୟଙ୍କ ସତ୍ୟପାଠକୁ ବିଶ୍ଲେଷଣ କରି ଓଡ଼ିଶା ଇଲେକ୍ସନ ୱାଚ୍ ଏବଂ ଆସୋସିଏସନ ଫର୍ ଡେମୋକ୍ରାଟିକ୍ ରିଫର୍ମସ (ଏଡିଆ‌ର୍) ପକ୍ଷରୁ ଏହି ରିପୋର୍ଟ ପ୍ରକାଶ ପାଇଛି । ବାକି ୧୨୫ଜଣ ସଭ୍ୟଙ୍କ ସତ୍ୟପାଠ ୱେବସାଇଟ୍‌‌ରେ ଅପଲୋଡ୍ ହୋଇନଥିବାରୁ ସେମାନଙ୍କ ତଥ୍ୟ ଜଣାପଡ଼ିନି ।

Advertisement

ଏଡିଆ‌ର୍ ରିପୋର୍ଟ ଅନୁଯାୟୀ, ୬୫ଜଣ (୯%) ଜିଲ୍ଲା ପରିଷଦ ସଭ୍ୟଙ୍କ ନାଁରେ ହତ୍ୟା ଉଦ୍ୟମ, ମହିଳାଙ୍କ ବିରୋଧରେ ଅପରାଧ ଇତ୍ୟାଦି ମାମଲା ରହିଛି । ୧୨ଜଣ ସଭ୍ୟଙ୍କ ନାଁରେ କେବଳ ମହିଳାଙ୍କ ବିରୋଧରେ ଅପରାଧ ମାମଲା ରହିଛି ।ଚଳିତ ନିର୍ବାଚନରେ ବିଜେଡିର ୯୦% ପ୍ରାର୍ଥୀ ଜିଲ୍ଲା ପରିଷଦ ନିର୍ବାଚିତ ହୋଇଥିବାବେଳେ ଅଧିକ ଅପରାଧ ରେକର୍ଡ ଥିବା ସଭ୍ୟ ବି ବିଜେଡିର । ବିଜେଡିର ୬୬୧ଜଣ ନିର୍ବାଚିତ ସଭ୍ୟଙ୍କ ମଧ୍ୟରୁ ୬୬ଜଣ (୧୦%) ବିଜେଡିର, ୩୭ଜଣ ବିଜେପିର ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୬ଜଣ (୧୬%), କଂଗ୍ରେସର ୨୨ଜଣ ସଭ୍ୟଙ୍କ ମଧ୍ୟରୁ ୭ଜଣ (୩୨%), ଜେଏମ୍‌‌ଏମ୍‌‌ର ୩ଜଣଙ୍କ ମଧ୍ୟରୁ ଜଣେ (୩୩%), ସିପିଆଇ(ଏମ୍‌‌)ର ଜଣେ ସଦସ୍ୟ ନିର୍ବାଚିତ ହୋଇଥିବାବେଳେ ଜଣେ (୧୦୦%), ୨ଜଣ ସ୍ୱାଧୀନ ସଭ୍ୟଙ୍କ ମଧ୍ୟରୁ ଜଣେ (୫୦%)ଙ୍କ ନାମରେ ଅପରାଧିକ ମାମଲା ଥିବା ସେମାନେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ।

ସେହିପରି ଗୁରୁତର ଅପରାଧିକ ମାମଲା ଥିବା ନିର୍ବାଚିତ ସଭ୍ୟଙ୍କ ମଧ୍ୟରେ ବି ବିଜେଡି ଆଗୁଆ ଅଛି । ବି‌ଜେଡିର ୫୩ଜଣ (୮%), ବିଜେପିର ୪ଜଣ (୧୧%), କଂଗ୍ରେସର ୬ଜଣ (୨୭%), ଜେଏମ୍‌‌ଏମ୍‌‌ର ଜଣେ (୩୩%), ଜଣେ ସ୍ୱାଧୀନ ପ୍ରାର୍ଥୀଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି । ଅନ୍ୟପକ୍ଷରେ ୭୨୬ଜଣ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୯୫ଜଣ (୧୩%) କୋଟିପତି ଅଛନ୍ତି । ବିଜେଡିର ୯୦ଜଣ (୧୪%), ବିଜେପିର ୩ଜଣ (୮%), କଂଗ୍ରେସର ୨ଜଣ (୯%) ସଭ୍ୟ କୋଟିପତି ଅଛନ୍ତି । ଚଳିତ ନିର୍ବାଚନରେ ଅଧିକ କୋଟିପତି ପ୍ରାର୍ଥୀ ଥିବାରୁ ନିର୍ବାଚିତ ସଭ୍ୟଙ୍କର ହାରାହାରି ସମ୍ପତ୍ତି ୫୬.୬୦ଲକ୍ଷ ଟଙ୍କାର ବୋଲି ଜଣାପଡ଼ିଛି । ବାଲେଶ୍ୱର ଜିଲ୍ଲା ସୋରୋ-୧ ଜୋନ୍‌‌ର ସଭ୍ୟ ରେବତୀ ନାୟକଙ୍କର ସର୍ବାଧିକ ୧୮କୋଟି ୬୮ଲକ୍ଷ ୫୭ହଜାର ୪୫୦ଟଙ୍କାର ସମ୍ପତ୍ତି ଥିବାବେଳେ ଖୋର୍ଦ୍ଧା ଜିଲ୍ଲ ଚିଲିକା-୨ ଜୋନ୍‌‌ର ସଭ୍ୟ ରୀନା ବେହେରାଙ୍କର କିଛି ସମ୍ପତ୍ତି ନଥିବା ସେ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । େ‌ରବତୀ ଧନୀ ହୋଇଥିଲେ ବି ତାଙ୍କ ନାଁରେ ଅଧିକ ଋଣ ଅଛି । ତାଙ୍କ ନାଁରେ ୬କୋଟି ୮୭ଲକ୍ଷ୬୯ହଜାର ୮୮୦ଟଙ୍କା ଋଣ ରହିଛି ।

ଏଡିଆ‌ର୍ ରିପୋର୍ଟ ଅନୁଯାୟୀ, ୪୫୧ଜଣ (୬୨%) ପ୍ରାର୍ଥୀ ୫ମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ପାଠ ପଢ଼ିଛନ୍ତି । ୨୫୬ ଜଣ (୩୫%) ପ୍ରାର୍ଥୀ ସ୍ନାତକ ଏବଂ ଏହାଠାରୁ ଅଧିକ ପାଠ ପଢ଼ିଛନ୍ତି । ୬ଜଣ ସଭ୍ୟ ଡିପ୍ଲୋମା ପଢ଼ିଛନ୍ତି । ୭ଜଣ କେବଳ ପଢ଼ି ଜାଣିଛନ୍ତି ବୋଲି ଉଲ୍ଲେଖ କରିଥିବାବେଳେ ୬ଜଣ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ନେଇ ତଥ୍ୟ ଦେଇନାହାନ୍ତି । ୮୮ଜଣ ପ୍ରାର୍ଥୀଙ୍କ ବୟସ ୫୧ରୁ ୭୦ବର୍ଷ ବୟସ ମଧ୍ୟରେ ହୋଇଥିବାବେଳେ ୩୭୩ଜଣ ପ୍ରାର୍ଥୀ ସେମାନଙ୍କର ବୟସ ନେଇ ସତ୍ୟପାଠରେ ସୂଚନା ଦେଇନାହାନ୍ତି । ଏଡିଆ‌ର୍ ପକ୍ଷରୁ ବିଶ୍ଲେଷଣ ହୋଇଥିବା ୭୨୬ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କ ମଧ୍ୟରୁ ୩୮୫ଜଣ ମହିଳା ଅଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!