ଆଇଫୋନ କମ୍ପାନୀ ଏବେ ଶସ୍ତା ଦାମ ସହ ବଡ଼ ସ୍କ୍ରିନ ଥିବା ଲାଟେଷ୍ଟ ମଡେଲକୁ କରିବ ଲଞ୍ଚ …

ଆଇଫୋନ ଲଭର୍ସଙ୍କୁ ଖୁସି କରିବା ପାଇଁ କମ୍ପାନୀ ତରଫରୁ ନୂଆ ନୂଆ ମଡେଲରେ ବଢ଼ିଆ ଅଫର ରଖାଯାଇଥାଏ। କମ ଦାମରେ କିପରି ଭଲ ମଡେଲ ୟୁଜର୍ସଙ୍କୁ ଦେଇପାରିବେ ତାହା ଉପରେ ବେଶି ଧ୍ୟାନ ଦିଏ। ଏବେ କମ୍ପାନୀ ଫୋନ ସ୍କ୍ରିନ ଉପରେ ବେଶି ଫୋକସ୍‌ ରଖିଛି।ଆଇଫୋନ ବହୁତ ଶୀଘ୍ର iPhone 14 ସିରିଜ ଲଞ୍ଚ କରିବାକୁ ଯାଉଛି। କମ୍ପାନୀ କିନ୍ତ ୁ ଏଥର Mini ମଡେଲ ସ୍ଥାନରେ Max ମଡେଲ କୁ ମାର୍କେଟକୁ ଆଣିବ। ଏହି ମେଡଲକୁ ନେଇ ବହୁତ ଚର୍ଚ୍ଚା ମଧ୍ୟ ହେଉଛି। କାରଣ କମ୍ପାନୀ ଏହାକୁ ଶସ୍ତାରେ ବିକ୍ରି କରିବା ସହିତ ଏଥିରେ ବଡ଼ ସ୍କ୍ରିନ ମଧ୍ୟ ରଖିବ। ଯାହାକି ୟୁଜର୍ସଙ୍କୁ ପସନ୍ଦ ଆସିବ ବୋଲି ଆଶା ରହିଛି।

Advertisement

ସୂଚନା ଅନୁଯାୟୀ କମ୍ପାନୀ ଏହି ମଡେଲକୁ ୪ମାସ ପରେ ଲଞ୍ଚ କରିବ। କିନ୍ତୁ ଲଞ୍ଚ ପୂର୍ବରୁ iPhone 14ର ଡିଜାଇନ ଓ ଫିଚର୍ସ ସମ୍ପର୍କରେ ଅନେକ କିଛି ସୂଚନା ଲିକ ହୋଇଛି। ରିପୋର୍ଟ ଅନୁଯାୟୀ ଆଇଫୋନ ନିଜର ଏହି ମଡେଲର ମିନି ମଡେଲକୁ ଲଞ୍ଚ କରିବା ବନ୍ଦ କରିଛି। ଏମିତିରେ କିଛି ଗ୍ରାହକ ନିରାଶ ହୋଇପାରନ୍ତି। ଟେକ ରିସର୍ଚ୍ଚର iPhone 13 ମିନି କୁ iPhone 14 maxରେ ବଦଳାଇବାର ପ୍ଲାନ ରଖିଛି। ଏବେ ପର୍ଯ୍ୟନ୍ତ iPhone 13 ପ୍ରୋ ମାକ୍ସରେ ସବୁଠୁ ବଡ଼ ସ୍କ୍ରିନ ରହିଛି। ଏହାବ୍ୟତିତ ୟୁଜର୍ସ ଅନ୍ୟ ମଡେଲକୁ ଲକ୍ଷାଧିକ ଟଙ୍କାରେ କିଣିବା ସତ୍ତ୍ୱେ ମଧ୍ୟ ସେସବୁର ସ୍କ୍ରିନ ବଡ଼ ନଥାଏ।

ଏବେ କମ୍ପାନୀ ଏହି ମଡେଲକୁ କମ ଦାମରେ ସେଲ କରିବ ପାଇଁ ଯୋଜନା ରଖିଛି। iPhone 14 max ର ଦାମ ୮୯୯ ଡଲାର ମାନେ ପାଖାପାଖି ୭୦ ହଜାର ଟଙ୍କା ହେବାର ସମ୍ଭାବନା ରହିଛି। ତେବେ ଯେଉଁ ଲୋକମାନେ ଛୋଟ ଓ କମ୍ପାକ୍ଟ iPhone କୁ ଖୋଜୁଛନ୍ତି ତାହେଲେ ସେମାନେ ଚଳିତ ବର୍ଷ ଲଞ୍ଚ ହୋଇଥିବା iPhone SE କୁ କିଣିପାରିବେ। କିନ୍ତୁ ମିନି ଆଇଫୋନ ସବୁଠୁ ବେଷ୍ଟ ହୋଇଥାଏ। ତେବେ ମନେ ରଖନ୍ତୁ ବଡ଼ ସ୍କ୍ରିନ ଥିବା ଭାରିଏଣ୍ଟ ତୁଳନାରେ ଏହାର ବ୍ୟାଟେରୀ ଲାଇଫ ଭଲ ନଥାଏ। ଏହା ଶୀଘ୍ର ଖରାପ ହୋଇଯାଏ। ରିପୋର୍ଟ ଅନୁଯାୟୀ ଛୋଟ ଆଇଫୋନ ଭଲ ସେଲ୍‌ ହେଉନଥିବା କାରଣରୁକମ୍ପାନୀ ଏହି ପ୍ଳାନ ବାହାର କରିଛି। ବଡ଼ ସ୍କ୍ରିନ ଥିବା ସହ ଶସ୍ତା ଦାମରେ ବିକ୍ରି କରି ୟୁଜର୍ସଙ୍କୁ ଖୁସି କରିବା ଲକ୍ଷ୍ୟରେ ଏହି ବିକଳ୍ପ ବାହାରିଛି।

ଏମିତିରେ iPhone 14 maxରେ ୬.୭ ଇଞ୍ଚର ଡିସପ୍ଲେ ଆସିବାର ଶୁଣିବାକୁ ମିଳିଛି। ଏହାପୂର୍ବରୁ ୨୦୧୮ ମସିହାରେ iPhone XS Max ପ୍ରୋ ମଡେଲରେ ବଡ଼ ସ୍କ୍ରିନ ଥିଲା। ଏହାପୂର୍ବରୁ ୨୦୧୭ ମସିହାରେ iPhone 8plus ରେ ଏହି ସ୍କ୍ରିନ ଥିଲା। କିନ୍ତୁ ଏଥର ମଡେଲରେ ଥିବା ବଡ଼ ସ୍କ୍ରିନ ସହ କମ ଦାମ ଲୋକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!