କଟକରେ ଅଜଣା ମହିଳାଙ୍କ ମୃତଦେହ ମିଳିବା ଘଟଣା, ସାମ୍ନାକୁ ଆସିଲା ନୂଆ ଖିଅ

କଟକ -:  ପ୍ରଥମେ ଚାଞ୍ଚଲ୍ୟ ପରେ ନୂଆ ଖିଅ । କଟକ ବିଡାନାସୀ କୃଷକ ବଜାର ପାଣିଟାଙ୍କି ତଳେ ମହିଳାଙ୍କ ମୃତଦେହ ମିଳିବା ଘଟଣାରେ ସାମ୍ନାକୁ ଆସିଲା ନୂଆ ଖିଅ । ମହିଳାଙ୍କ ବ୍ୟାଗ ଭିତରୁ ମିଳିଥିବା ନୋଟ୍‌ଟି ସୁଇସାଇଡ୍‌ ନୋଟ୍‌ ବୋଲି ସ୍ପଷ୍ଟ କଲା ପୋଲିସ୍‌ । ସୁଇସାଇଡ୍‌ ନୋଟ୍‌ରେ ଲେଖାଯାଇଛି ‘ମତେ କୃଷ୍ଣଙ୍କ ପାଖକୁ ଯିବାକୁ ଦିଅ’ ।

Advertisement

ତେବେ କିଏ ଏହି କୃଷ୍ଣ ? କୃଷ୍ଣଙ୍କ ସହ ମହିଳାଙ୍କ ସମ୍ପର୍କ କଣ ? ତାହା ଏଯାଏ ସସ୍‌ପେନ୍ସ । ସେପଟେ ମହିଳାଙ୍କ କପାଳରେ ସିନ୍ଦୁର ଟୋପା ଥିବା କହିଛି ପୋଲିସ୍‌ । ବୟସ ୨୨ ରୁ ୨୫ ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଛି । ଆଜି ସକାଳେ ତଳେ ମୁହଁମାଡି ପଡିଥିବା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ପାଣି ଟାଙ୍କି ଉପରୁ ମିଳିଥିଲା ମହିଳାଙ୍କ ଚପଲ ଓ ଭ୍ୟାନିଟି ବ୍ୟାଗ୍‌। ଏବେ ଏକ ଲେଡିଜ୍‌ ସାଇକେଲ୍‌ ମିଳିଛି । ତେବେ ପୋଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ, ମହିଳାଙ୍କ ପଚିୟ ଖୋଜିବା।

ମୃତଦେହକୁ ବ୍ୟବଛେଦ ପାଇଁ କଟକ ବଡ ମେଡିକାଲକୁ ପଠାଯାଇଛି। ଘଟଣାସ୍ଥଳରେ କଟକ ଡିସିପି, ସାଇଣ୍ଟିଫିକ୍‌ ଟିମ୍‌ ଓ ଡଗ୍‌ ସ୍କାଡ ପହଞ୍ଚି ଛାନ୍‌ଭିନ୍‌ କରିଛନ୍ତି । ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ ଖୋଲିବ ମୃତ୍ୟୁର ପ୍ରକୃତ କାରଣ। ଯଦି ଏହା ଆତ୍ମହତ୍ୟା ତେବେ କାରଣ କଣ ? ମୃତଦେହ ନିକଟରେ ମଦ ବୋତଲ ପଡିଥିବାରୁ ସନ୍ଦେହ ଆହୁରି ବଢିଛି।.

Advertisement

Leave a Reply

Your email address will not be published. Required fields are marked *

error: Content is protected !!