ଅଶାନ୍ତ ପୁରୀ ଜଣେ ମୃତ, ଫୁଟୁଛି ବନ୍ଧୁକ ବୁଲୁଛି ଛୁରା

ପୁରୀ-: ପୁଣି ଅଶାନ୍ତ ପୁରୀ । ଏମାରମଠ ନିକଟରେ ଗୁଳିମାଡ଼ରେ ଜଣେ ସେବାୟତଙ୍କ ହୋଇଛି ମୃତ୍ୟୁ । ମୃତକ ତଳୁଛ ସାହିର ଲୋକନାଥ ମନ୍ଦିର ସେବକ ଶିବରାମ ପାତ୍ର । ପୂର୍ବ ଶତ୍ରୁତାରୁ ଗୁଳିମାଡ଼ କରାଯାଇଥିବା ସନ୍ଦେହ କରାଯାଉଛି ।

Advertisement

ଦୁଇ ରାଉଣ୍ଡ ଗୁଳିମାଡ଼ କରିଥିଲେ ଦୁର୍ବୃତ୍ତ । ଘଟଣାରେ ଚନ୍ଦନ ବାରିକ ନାମକ ବ୍ୟକ୍ତିକୁ ପୋଲିସ ଅଟକ ରଖିଥିବା ବେଳେ ତାଠୁ ବନ୍ଧୁକ ଜବତ ହୋଇଛି । ଗୁଳିମାଡ଼ର କେଇ ଘଣ୍ଟା ପରେ ପୁଣି ହୋଇଛି ଛୁରାମାଡ଼ । ବଡ଼ଦାଣ୍ଡ ମାଉସୀମା ମନ୍ଦିର ନିକଟରେ ହୋଇଛି ଛୁରାମାଡ । ଛୁରାମାଡ଼ରେ ସୂର୍ଯ୍ୟନାରାୟଣ ତ୍ରିପାଠୀ ନାମକ ଯୁବକ ହୋଇଛନ୍ତି ଗୁରୁତର । ଗୁରୁତର ଯୁବକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୂର୍ବ ଶତ୍ରୁତାରୁ ଛୁରା ମାଡ଼ ହୋଇଥିବା ଜଣାଯାଇଛି । ପୋଲିସ ତନାଘନା ଜାରି ରଖିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!