ରିଲିଜ ହେଲା ଫିଲ୍ମ “ପୃଥ୍ୱୀରାଜ”ର ଟ୍ରେଲର, ଫ୍ୟାନ୍ସ ମାନଙ୍କୁ ଅକ୍ଷୟ ଦେଲେ ଏମିତି କିଛି ବାର୍ତ୍ତା

ବଲିଉଡର ଖିଲାଡୀ କୁମାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ପୃଥ୍ୱୀରାଜର ନୂଆ ଟ୍ରେଲର ରିଲିଜ ହୋଇଛି । ଡାକ୍ତର ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମରେ ପୃଥ୍ୱୀରାଜ ଚୌହାନଙ୍କ ଜୀବନ ଓ ତାଙ୍କ ପରାକ୍ରମତା ଉପରେ ଆଧାରିତ । ଏହି ଫିଲ୍ମରେ ଅକ୍ଷୟ ପୃଥ୍ୱୀରାଜଙ୍କ ଭୂମିକା ନିଭାଉଛନ୍ତି ।

Advertisement

ଯେବେକି ମାନୁଷୀ ଚିଲ୍ଲାର ଏଥିରେ ପୃଥ୍ୱୀରାଜଙ୍କ ପ୍ରେମିକା ରାଜକୁମାରୀ ସୟୋଙ୍ଗିତା ଭୂମିକାରେ ଦେଖାଦେବେ । ଫିଲ୍ମ ପୃଥ୍ୱୀରାଜର ନୂଆ ଟ୍ରେଲର ରିଲିଜ ହୋଇଯାଇଛି । ଏହାର ଟ୍ରେଲର ଅକ୍ଷୟ କୁମାର ଫ୍ୟାନ୍ସ ମାନଙ୍କ ସହିତ ସେୟାର ବି କରିଛନ୍ତି । ଯାହାର କ୍ୟାପ୍ସନରେ ସେ ଲେଖିଛନ୍ତିକି, ସମ୍ରାଟ ପୃଥ୍ୱୀରାଜଙ୍କ ହୃଦୟ ଗୋଟେ ବାଘ ଭଳି ଥିଲା ଆଉ ତାଙ୍କ ସାହସର କିଛି ସୀମା ନଥିଲା । ଏହା ସହିତ ପୁରା ଫିଲ୍ମକୁ ଥିଏଟରରେ ଦେଖିବାକୁ ଫ୍ୟାନ୍ସ ମାନଙ୍କୁ ନିବେଦନ କରିଛନ୍ତି ଅକ୍ଷୟ କୁମାର । କହିରହିବା ଉଚିତ ହେବକି ଆସନ୍ତା ଜୁନରେ ପୃଥ୍ୱୀରାଜ ହିନ୍ଦୀ, ତାମିଲି, ତେଲୁଗୁ ଭାଷାରେ ରିଲିଜ ହେବାକୁ ଯାଉଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!