ଆସୁଛି ଫେସବୁକର ସୁରକ୍ଷା ନୀତି, ଜାଣନ୍ତୁ କେମିତି କରିବେ ଅପଡେଟ ନହେଲେ ବନ୍ଦ ହେବ ଫେସବୁକ୍‌

ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ମେଟା ଫେସବୁକ, ମେସେଞ୍ଜର, ଇନ୍ଷ୍ଟଗ୍ରାମ ପାଇଁ ଆସନ୍ତା ଜୁଲାଇ ୨୬ ତାରିଖରୁ କିଛି ଜରୁରୀ ସୁରକ୍ଷା ନୀତି ଜାରି କରିବା ନେଇ ଘୋଷଣା କରିଛି । ଗୁରୁବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛିକି ଏହି ସବୁ ନୀତିନିୟମ ଗୁଡିକୁ ପୁଣି ଥରେ ଜାରି କରାଯାଇଛି ଯାହାଦ୍ୱାରା ୟୁଜର୍ସ ମାନେ ଖୁବ ସହଜ ଓ ସରଳ ତରିକାରେ ଏଗୁଡ଼ିକୁ ବୁଝିପାରିବେ ଓ ଜାଣିପାରିବେ । ଏହା ଅନୁସାରେ ୟୁଜର୍ସଙ୍କ ବାବଦରେ ବିଭିନ୍ନ ତଥ୍ୟ ଓ ସୂଚନା ଫେସବୁକ ଓ ମେଟା କମ୍ପାନୀ କିପରି ଉପଯୋଗ କରନ୍ତି ତାହା ଜଣାପଡିବ ।

Advertisement
Facebook/Meta Stocks Plummet: Has Facebook Peaked? | BU Today | Boston  University

ଏଇ ନିକଟରେ ହିଁ କେତେ ଗୁଡିଏ ୟୁରୋପୀୟ ଦେଶ, ଆମେରିକା, ଅଷ୍ଟ୍ରେଲିଆ ଏମିତିକି ନିଜେ ଭାରତ ସରକାର ଏହି ନୀତିକୁ ନେଇ କଡା ନିର୍ଦ୍ଦେଶ ଦେଇଛନ୍ତି । ଯାହା ଦ୍ୱାରା ନାଗରିକ ମାନଙ୍କ ତଥ୍ୟକୁ ସୁରକ୍ଷିତ ଭାବେ ରଖାଯାଇପାରିବ । ବିଶେଷଜ୍ଞ ମାନେ ଦାବି କରିଛନ୍ତିକି କେମ୍ବ୍ରିଜ ଏନଲିଟିକା ଭଳି ମାମଲା ପରେ ମେଟା ସମେତ ବିଭିନ୍ନ ସୋସିଆଲ ମିଡ଼ିଆ ପ୍ଲାଟ୍ଫର୍ମ ବିଭିନ୍ନ ଭ୍ରମାତ୍ମକ ଶବ୍ଦାବଳୀ ତଥା ଭାଷା ଗୁଡିକର ବ୍ୟବହାର କରୁଛନ୍ତି । ଯାହା ଦ୍ୱାରା ସରକାରୀ କ୍ରିୟାନୁଷ୍ଠାନରୁ ରକ୍ଷା ମିଳିପାରିବ ।

ଯେବେକି ଫେସବୁକର ଜଣେ ପୂର୍ବ କର୍ମଚାରୀ ଫ୍ରାନ୍ସେସ ହୋଗେନ ବିଭିନ୍ନ ଦସ୍ତାବିଜ ତଥା ସାକ୍ଷୀ ମାନଙ୍କ ସହିତ ଆମେରିକା ସିନେଟରେ ପ୍ରମାଣିତ କରିଥିଲେକି ସୋସିଆଲ ମିଡ଼ିଆ (ଫେସବୁକ) ବିଭିନ୍ନ ଗଣତାନ୍ତ୍ରିକ ଦେଶ ମାନଙ୍କରେ ଭ୍ରମାତ୍ମକ ପ୍ରଚାର, ମିଛ ଓ ଫର୍ଜି ଖବର ଜରିଆରେ ଜନମତକୁ ପ୍ରଭାବିତ କରୁଛି । ଏହା ଦ୍ୱାରା ମିଆଁମାର ତଥା କେତେ ଗୁଡିଏ ଆଫ୍ରିକୀୟ ଦେଶ ଗୁଡିକରେ ହିଂସାତ୍ମକ ଘଟଣାମାନ ଘଟୁଥିବା ଦେଖିବାକୁ ମିଳିଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!