ପ୍ରଧାନ ଶିକ୍ଷୟତ୍ରୀ ଗୀତିକା ରାଉତଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

watch now then subscribe our youtube chhanel BNS News


ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ମଧୁସୂଦନପୁର ଶାସନ ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତିକା ରାଉତଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି | ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ତ୍ରିଲୋଚନ ସାହୁଙ୍କ ସଭାପତିତ୍ୱ ରେ ମୁଖ୍ୟ ଅତିଥିଭାବେ ଜଗତସିଂହପୁର ଜ଼ିଲ୍ଲା ପରିଷଦ ସଭାପତି ମନୋଜ କୁମାର ଭୋଇ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ କରିବା ସହିତ ଜଗନ୍ନାଥଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ | ବରିଷ୍ଟ ଶିକ୍ଷୟିତ୍ରୀ ଅର୍ଣ୍ଣସ୍ୱୟା ମଲ୍ଲିକ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ |

Advertisement

ମୁଖ୍ୟ ଅତିଥି ଶ୍ରୀ ଭୋଇ ରାଜ୍ୟ ସରକାରଙ୍କ ମୋ ସ୍କୁଲ ଅଭିଯାନର ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇଥିଲେ l ମୁଖ୍ୟବକ୍ତା ଭାବେ ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ବିଦ୍ୟାଧର ପ୍ରଧାନ ସଂମ୍ମାନିତ ଅତିଥି ଭାବେ ବୃନ୍ଦାବନ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୁବାଷ ଚନ୍ଦ୍ର ରାଉତ , ଜ଼ିଲ୍ଲା ଓଷ୍ଟା ସଙ୍ଘ ସାଧାରଣ ସମ୍ପାଦକ ନାରାୟଣ ବାରିକ , ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ବାରିକ , ବିଜୟ କୁମାର ରଥ , ଶରତ ମହାପାତ୍ର , କୁଜଙ୍ଗ ବ୍ଲକ ଅବସର ପ୍ରାପ୍ତ ମଣ୍ଡଳ ଶିକ୍ଷା ଅଧିକାରୀ ସୁଦର୍ଶନ ନନ୍ଦ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଅଞ୍ଜନ କୁମାର ବେହେରା, ସରପଞ୍ଚ ଦିପ୍ତିମୟୀ ରଥ, ସମିତି ସଭ୍ୟ ସେହାଂସିସ ନନ୍ଦ l ମୋ ସ୍କୁଲ ଅଭିଯାନ ସମ୍ପାଦକ ଅକ୍ଷୟ କୁମାର ବେହେରା ପ୍ରମୁଖ ଯୋଗଦେଇ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଗୀତିକା ରାଉତ ଙ୍କୁ ପୁଷ୍ପମାଲ୍ୟ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏ ସମସ୍ତ କାର୍ଯ୍ୟକ୍ରମକୁ ଶୁଭଶ୍ରୀ ମଲ୍ଲିକ, କୀର୍ତ୍ତିବାଳା ରାଉତରାୟ , ରଶ୍ମି ରଞ୍ଜନ ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ l

watch now then subscribe our youtube chhanel BNS Bhakti


Advertisement

Leave a Reply

Your email address will not be published. Required fields are marked *

error: Content is protected !!