ରାଜ୍ୟ ଗଣଶିକ୍ଷା ବିଭାଗର ବିଚିତ୍ର ନିତି, ଦୁର୍ନୀତିଗ୍ରସ୍ତ ଶିକ୍ଷକଙ୍କୁ ପଦନ୍ନୋତି …

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) – ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜଗତସିଂହପୁର ଶିକ୍ଷା ଜ଼ିଲ୍ଲାରେ ୩୨ଜଣ ସହକାରୀ ଶିକ୍ଷକଙ୍କର ପ୍ରଧାନଶିକ୍ଷକ ପଦବୀକୁ ପଦନ୍ନୋତି ହୋଇଛି । ହେଲେ ଜଣେ ଦୁର୍ନୀତିଗ୍ରସ୍ତ, କୁଚରିତ୍ର, ଭ୍ରଷ୍ଟାଚାର ସହକାରୀ ଶିକ୍ଷକଙ୍କ ବିରୋଧରେ ଏକାଧିକ ଅଭିଯୋଗ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଅଭିଭାବକ ମାନେ ପ୍ରଦାନ କରିଥିବା ବେଳେ ଶିକ୍ଷା ବିଭାଗ ସହକାରୀ ଶିକ୍ଷକଙ୍କୁ ସେହି ବିଦ୍ୟାଳୟରେ ପଦନ୍ୱତି ଦେଇ ପ୍ରଧାନ ଶିକ୍ଷକ ଭାବେ ନିଯୁକ୍ତି କରିବା ପ୍ରତିବାଦରେ ଶତାଧିକ ଅଭିଭାବକ ମାନେ ବିଦ୍ୟାଳୟ ଗେଟରେ ତାଲା ପକାଇ ବିକ୍ଷୋଭ ପଦର୍ଶନ କରିଛନ୍ତି ।

Advertisement

ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ କନକଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ । ପୂର୍ବରୁ ଥିବା ପ୍ରଧାନ ଶିକ୍ଷକ ଅବସର ନେବା ପରେ ସହକାରୀ ଶିକ୍ଷକ ପ୍ରଭାକର ସାହୁ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦାଇତ୍ୱ ତୁଲାଉଥିଲେ । କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ଅନ୍ୟତ୍ର ବିକ୍ରି କରିବା, ମୋ ସ୍କୁଲ ଅଭିଯାନ ଅର୍ଥ ଜାଲ ଦସ୍ତଖତ କରି ଆତ୍ମସାତ କରିବା ଓ ବିଦ୍ୟାଳୟ ଛାତ୍ରୀ ମାନଙ୍କୁ ଅଶାଳୀନ ବ୍ୟବହାର କରିବା ଆଦି ଜଘନ୍ୟ ଅପରାଧ ସମ୍ପର୍କ ରେ ଶତାଧିକ ଅଭିଭାବକ ଜ଼ିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିଥିଲେ । ଜ଼ିଲ୍ଲା ଶିକ୍ଷା ଅଧିକାରୀ ଅଭିଭାବକଙ୍କ ଅଭିଯୋଗ କୁ ଭିତ୍ତି କରି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ସମସ୍ତ ଦାଇତ୍ୱରୁ ନିବୃତ କରିଥିଲେ । ହେଲେ ରାଜ୍ୟ ଗଣଶିକ୍ଷା ନିର୍ଦେଶାଳୟ କନକ ଦୁର୍ଗା ସରକାରୀ ଉଚ୍ଚ ବିଦ୍ୟାଳୟରେ ସେହି ଦୁର୍ନୀତି ଗ୍ରସ୍ତ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପ୍ରଧାନ ଶିକ୍ଷକ ଭାବେ ପଦନ୍ୱତି ଦେବାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଦୁର୍ନିିତି ଗ୍ରସ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର ନଚେତ ଅନ୍ୟତ୍ର ବଦଳି ଦାବି କରି ଅଭିଭାବକମାନେ ବିଦ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପଦର୍ଶନ କରିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!