ସ୍ୱୟଂ ସହାୟିକା ଗୋଷ୍ଠୀର ମାଛକୁ ଚୋରି କରିନେଲେ ଗ୍ରାମବାସୀ, ଥାନାରେ ମାମଲା

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ରାଜ୍ୟରେ ନେତୃତ୍ୱ ସରକାର ମିଶନ ଶକ୍ତି ଜରିଆରେ ଗ୍ରାମୀଣ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ପଞ୍ଚାୟତରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଟି ଗଠନ କରିଛନ୍ତି । ଏହି ସ୍ୱୟଂ ସହାୟକ ଗୋଷ୍ଟିମାନଙ୍କୁ ଆତ୍ମ ନିର୍ଭରଶୀଳ ହେବା ପାଇଁ କୁକୁଡ଼ା ଚାଷ, ମାଛ ଚା. ଛତୁ ଚାଷ ଆଦି ନିମନ୍ତେ ବ୍ୟାଙ୍କ ଜରିଆରେ ଆର୍ଥିକ ପ୍ରୋତ୍ସାହନ ମଧ୍ୟ୍ୟ ଯୋଗାଉଛନ୍ତି । ହେଲେ ଗ୍ରାମାଞ୍ଚଳରେ କିଛି ନ୍ୟସ୍ତସ୍ୱାର୍ଥ ବ୍ୟକ୍ତିଙ୍କ ଆକ୍ରୋଶମୂଳକ ମନୋଭାବ ଏବଂ ହିନ ରାଜନୈତିକ ଉଦେଶ୍ୟ ଯୋଗୁଁ ମହିଳା ସ୍ୱୟଂ ସହାୟକ ଗୋଷ୍ଟିମାନଙ୍କ ବିକାଶରେ ବାଧକ ସାଜିଛି ।

Advertisement

ଏଭଳି ଅଭାବନୀୟ ଘଟଣା ଘଟିଛି ବାଲିକୁଦା ବ୍ଲକ ନହରଣା ପଞ୍ଚାୟତରେ । ଏହି ପଞ୍ଚାୟତର ଶିବ ପୋଖରୀକୁ ସେହି ଗ୍ରାମର ସିରିଡ଼ି ସାଇ ସ୍ୱୟଂ ସହାୟକ ଦଳକୁ ପଞ୍ଚାୟତ ଅଧିକାରୀ ୨୦୨୧/୨୨ଏବଂ ୨୨/୨୩ ଆର୍ôଥକ ବର୍ଷ ନିମନ୍ତେ ମାର୍ଚ୍ଚ ୧୬ତାରିଖରେ ଅଠର ସହ ଟଙ୍କାରେ ନିଲାମ ଦେଇଥିଲେ । ନିଲାମ ଅବଧି ଆଉ ଛ ମାସ ଥିବାରୁ ସିରିଡ଼ି ସାଇ ସ୍ୱୟଂ ସହାୟିକା ଗୋଷ୍ଟି ଶିବ ପାଖରୀରେ ଚଳିତ ବର୍ଷ ବ୍ୟାଙ୍କ ଋଣ କରି ହଜାର ହଜାର ଟଙ୍କାର ମାଛ ଜାଆଁଳ ଛାଡିଥିଲେ । ହେଲେ ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତିଙ୍କ ପ୍ରରୋଚନାରେ ସମସ୍ତ ମାଛକୁ ବଳ ପୂର୍ବକ ଗ୍ରାମବାସୀ ଧରି ନେବାରୁ ଘଟଣା ସମ୍ପର୍କରେ ସ୍ୱୟଂ ସହାୟକ ଦଳ ସମ୍ପାଦିକା ଦେବିଳତା ରାଉତ ବନ୍ଦର ମେରାଇନ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗକୁ ଭିତିକରି ତଦନ୍ତ ଚଳାଇଛି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!