ନବୀନଙ୍କ ନୂଆ ମନ୍ତ୍ରୀ ମଣ୍ଡଳ ଟିମ୍‌ : ରାତି ପାହିଲେ ନେବେ ଶପଥ !

ଭୁବନେଶ୍ବର: ଆଜି ମଧ୍ୟାହ୍ଣରୁ ଆରମ୍ଭ ହୋଇଥିବା ଚର୍ଚ୍ଚାର ଅବସାନ ଘଟୁଛି। ରହସ୍ୟ ଉପରୁ କ୍ରମେ ପରଦା ଊଠୁଛି। ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଯିବାକୁ କୁହାଯାଇଥିବା ଖବର ପ୍ରସାରିତ ହେବା ପରେ ସ୍ପଷ୍ଟ ହୋଇଥିଲା କି ମୁଖ୍ୟମନ୍ତ୍ରୀ ମନ୍ତ୍ରିମଣ୍ଡଳର ପୁର୍ନଗଠନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପରେ କିଏ ତାଙ୍କ ନୂଆଟିମରେ ସ୍ଥାନ ପାଇବେ କିଏ ବାଦ ପଡ଼ିବେ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ସଂଧ୍ୟାରେ ଭାବୀ ମନ୍ତ୍ରୀମାନଙ୍କୁ ଫୋନ୍ କଲ୍ ଯିବା ପରେ କ୍ରମଶଃ ନବୀନଙ୍କ ନୂଆଟିମର ସ୍ବରୂପ ପଦାରେ ପଡ଼ିଛି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମରେ କିଏ ଆସନ୍ତାକାଲି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisement

ତେବେ ପୁରୁଣା ମନ୍ତ୍ରିମଣ୍ଡଳରୁ କିଏ ରହିବେ ଓ ନୂଆ କିଏ ସାମିଲ ହେବେ ତାହାକୁ ନେଇ ସମସ୍ତଙ୍କ ମଧ୍ୟରେ ଜାରି ରହିଛି ଉତ୍ସୁକତା। ଇତିମଧ୍ୟରେ ଉଭୟ ନୂଆ ମୁହଁ ଓ ପୁରୁଣା ମନ୍ତ୍ରୀଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିବା ଜଣାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଟିମ୍‌ରେ ମାହାଙ୍ଗା ବିଧାୟକ ପ୍ରତାପ ଜେନା, ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ, ଭୁବନେଶ୍ବର (ଏକାମ୍ର) ବିଧାୟକ ଅଶୋକ ପଣ୍ଡା, ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ, ନିମାପଡ଼ା ବିଧାୟକ ସମୀର ରଂଜନ ଦାଶ, କାମାକ୍ଷାନଗର ବିଧାୟକ ପ୍ରଫୁୁଲ୍ଲ ମଲ୍ଲିକ, ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଷମକଟକ ବିଧାୟକ ଜଗନ୍ନାଥ ସାରକା ଓ ଝାରସୁଗୁଡ଼ା ବିଧାୟକ ନବ କିଶୋର ଦାସ ସାମିଲ ହେବେ ବୋଲି ଜଣାପଡ଼ିଛି। ନିଜର ଏହି ପୁରୁଣା ସହଯୋଗୀଙ୍କ ଉପରେ ନବୀନଙ୍କ ଭରସା ପୂର୍ବ ଭଳି ରହିଛି। ଆଜି ସନ୍ଧ୍ୟାରେ ଏମାନଙ୍କୁ ମନ୍ତ୍ରିତ୍ବ ନେଇ ଫୋନ୍ ଜରିଆରେ ଜଣାଇ ଦିଆଯାଇଛି। ଏହାବାଦ୍ ନବୀନ ନିଜର ମନ୍ତ୍ରିମଣ୍ଡଳରେ ନବାଗତ ଓ ପୂର୍ବ ପାଳିରେ ମନ୍ତ୍ରୀ ଥିବା ବିଧାୟକଙ୍କୁ ସୁଯୋଗ ଦେଇଛନ୍ତି।

ଏହି କ୍ରମରେ ସେ ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ, ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ସୁକିନ୍ଦା ବିଧାୟକ ପ୍ରୀତିରଂଜନ ଘଡେଇ, ବିଜେପୁର ବିଧାୟିକା ରୀତା ସାହୁ, ଆଳି ବିଧାୟକ ପ୍ରତାପ ଦେବ, ବିଞ୍ଝାରପୁର ବିଧାୟିକା ପ୍ରମିଳା ମଲ୍ଲିକ,ଚିକିଟି ବିଧାୟିକା ଉଷା ଦେବୀ ଓ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କୁ ମନ୍ତ୍ରୀ ପଦ ମିଳିଥିବା ନେଇ ସୂଚନା ଫୋନ ଯୋଗେ ଆସିଛି। ଏଥିପାଇଁ ଲୋକସେବା ଭବନରେ ପୂର୍ବାହ୍ନ ୧୧ଟା ୪୫ରେ ରାଜ୍ୟପାଳ ଗଣେଶୀ ଲାଲ ଏକ ସ୍ବତନ୍ତ୍ର ଉତ୍ସବରେ ମନ୍ତ୍ରୀମାନଙ୍କୁ ଶପଥ ଗ୍ରହଣ କରାଇବେ। ମୁଖ୍ୟମନ୍ତ୍ରୀ ନବୀନଙ୍କ ଟିମ୍ରେ କିଛି ପୁରୁଣା ମନ୍ତ୍ରୀଙ୍କୁ ସ୍ଥାନ ମିଳିଥିବା ବେଳେ ନବାଗତଙ୍କୁ ମଧ୍ୟ ସୁଯୋଗ ମିଳିଛି। ଯେଉଁମାନେ ଆସନ୍ତାକାଲି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ଆଜି ସନ୍ଧ୍ୟାରେ ସେମାନଙ୍କ ପାଖକୁ ଫୋନ୍ ଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!