ଏଭଳି କଥା ଅଛି କେବେ କାହାକୁ କୁହନ୍ତୁ ନାହିଁ ହୋଇପାରେ ବଡ଼ କ୍ଷତି, ଆସନ୍ତୁ ଜାଣିବା

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା l ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ l ଆଜି ଆମେ ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କ ଏମିତି ନୀତି ବିଷୟରେ କହିବୁ, ଯାହାକୁ ଅନ୍ୟ ଆଗରେ କଲେ ଆପଣଙ୍କର ବହୁତ ବଡ଼ କ୍ଷତି ହୋଇଥାଏ । ଯଦି ଏହି ୩ କଥା କାହା ଆଗରେ ପ୍ରକାଶ ନ କରନ୍ତି, ତେବେ ବିନା ସଂକଟରେ ଜୀବନ ଯାପନ କରିପାରିବେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କ ଏହି ୩ ଅମୂଲ୍ୟ କଥା ।

Advertisement

୧. ଦାମ୍ପତ୍ୟ ଜୀବନ ସହ ଜଡିତ କଥା -:

ପତି-ପତ୍ନୀଙ୍କ ମଧ୍ୟରେ ଘଟିଥିବା କଥା ବାହାରେ ପ୍ରକାଶ କରିବା କଥା ନୁହେଁ । ଦାମ୍ପତ୍ୟ ଜୀବନ ସହ ଜଡିତ କଥା କେବେ ବି କାହା ସହ ସେୟାର କରନ୍ତୁ ନାହିଁ । ସେ ଆପଣଙ୍କ ଅତି ପ୍ରିୟ ମିତ୍ର ହେଉ ବା ଅନ୍ୟ ଅତି ନିକଟତର କେହି । ପତି-ପତ୍ନୀଙ୍କ ଚର୍ଚ୍ଚା ବାହାରକୁ ଚାଲିଗଲେ ଏହା ଆପଣଙ୍କ ଦାମ୍ପତ୍ୟ ଜୀବନରେ ଝଡ଼ ଆଣିପାରେ ।

୨. ଆର୍ଥିକ କ୍ଷତି ସମ୍ପର୍କରେ ଅନ୍ୟକୁ କହିବା -:

ନୀତି ଶାସ୍ତ୍ର ଅନୁଯାୟୀ, କୌଣସି ବି ଅଜଣା ବ୍ୟକ୍ତିଙ୍କ ଆଗରେ ଧନ ସମ୍ପର୍କରେ ଚର୍ଚ୍ଚା କରନ୍ତୁ ନାହିଁ । ଧନ ମାମଲାରେ କାହା ଉପରେ ବି ବିଶ୍ୱାସ କରିବା ଭୁଲ ହୋଇଥାଏ । ଯିଏ ଆର୍ଥିକ ଭାବେ ଅସୁବିଧାରେ ଅଛନ୍ତି, କାହା ଠାରୁ କରଜ ନେଇଛନ୍ତି ଏ ସମ୍ପର୍କରେ କାହା ଆଗରେ କହିବା ଅନୁଚିତ୍‌ । ଏହି କଥା ନିଜ ଭିତରେ ସୀମିତ ରଖିବା ଦରକାର । ଯଦି ଆପଣ ଏହି କଥା ଅନ୍ୟ ଆଗରେ କହି ଦିଅନ୍ତି, ତେବେ ଲୋକ ଆପଣଙ୍କ ଠାରୁ ଦୂରତା ବନାଇବେ ।

୩. ଧୋକା ମିଳିଥିଲେ -:

ଯଦି ଆପଣଙ୍କ ସହ ଧୋକା ହୋଇଥାଏ, ତେବେ ଏ କଥା କେବଳ ପରିବାର ଲୋକଙ୍କ ସହ କରନ୍ତୁ । ବାହାର ବ୍ୟକ୍ତିଙ୍କୁ ଏକଥା କହିବା ଦ୍ୱାରା, ଲୋକେ ଆପଣଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଇବେ । ଆପଣଙ୍କୁ ବୁଦ୍ଧିହୀନ ବୋଲି ଭାବିବେ । ଆପଣଙ୍କ ଅସୁବିଧା ଜାଣି କେବେ କେବେ ଆପଣଙ୍କୁ ଅପମାନିତ ବି କରି ପାରନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!