ଶତ୍ରୁକୁ ପରାସ୍ତ କରିବାକୁ ଚାହୁଁଥିଲେ ଜାଣି ନିଅନ୍ତୁ , କେବେ ବି ପରାସ୍ତ ହେବେ ନାହିଁ 

ଆପଣଙ୍କୁ ଚାଣକ୍ୟଙ୍କ ନୀତି ଓ ବିଚାର କଠୋର ଲାଗିପାରେ ହେଲେ ଏହି କଠୋରତା ଜୀବନର ସତ୍ୟତା l ବ୍ୟସ୍ତ ବହୁଳ ଜୀବନରେ ଚାଣକ୍ୟଙ୍କ କଥା ଆପଣଙ୍କୁ ବହୁ ଅସୁବିଧାରୁ ରକ୍ଷା କରିବ l ଯଦି ଆପଣ ନିଜର ଶତ୍ରୁ ପାଇଁ ଅସୁବିଧା ଭୋଗୁଛନ୍ତି ହେଲେ ଜାଣି ନାହାଁନ୍ତି ଆପଣଙ୍କ ଶତ୍ରୁ କିଏ, ତେବେ ଏହି ସବୁ ଅସୁବିଧାରୁ ରକ୍ଷା ପାଇବା ପାଇଁ ଚାଣକ୍ୟଙ୍କ କିଛି ନୀତି ଆପଣଙ୍କ ପାଇଁ ବହୁତ ଫଳଦାୟକ ହେବ ।
ଶତ୍ରୁଙ୍କୁ ପରାସ୍ତ କରିବା ପାଇଁ ଚାଣକ୍ୟ କ’ଣ ଲେଖିଛନ୍ତି ତାଙ୍କ ଶ୍ଳୋକରେ –

Advertisement

ଅନୁଲୋମେନ ବଳିନଂ ପ୍ରତିଲୋମେନ ଦୁର୍ଜନମ୍‌ ।
ଆତ୍ମତୁଲ୍ୟବଳଂ ଶତ୍ରୁଂ ବିନୟେନ ବଳେନ ବା ।।

ଏହାର ଅର୍ଥ ମଜବୁତ ବା ବଳଶାଳୀ ଲୋକଙ୍କ ସହ ସକରାତ୍ମକ ବ୍ୟବହାର କରିବା ଉଚିତ୍‌ । ଦୁଷ୍ଟ ଲୋକଙ୍କ ସହ ଏହାର ବିପରୀତ ବ୍ୟବହାର କରିବା ଆବଶ୍ୟକ । ଯଦି କେହି ଶତ୍ରୁ ଆପଣଙ୍କ ସମାନ ଶକ୍ତିଶାଳୀ ତେବେ ତାର ବର୍ତ୍ତମାନ ପରିସ୍ଥିତି ଆକଳନ କରି ସେହି ଅନୁସାରେ ତାକୁ ନମ୍ର ବ୍ୟବହାର ବା ବଳ ପ୍ରୟୋଗ କରିବା ଦରକାର,ତାହା ଚିନ୍ତା କରିବା ଦରକାର ।

ଶତ୍ରୁ ବିଷୟରେ ତଥ୍ୟ ଏକତ୍ର କରନ୍ତୁ

ଚାଣକ୍ୟଙ୍କ କହିବା ଅନୁଯାୟୀ, ଶତ୍ରୁକୁ ହରାଇବା ପାଇଁ ସର୍ବ ପ୍ରଥମେ ତା’ ବିଷୟରେ ତଥ୍ୟ ହାସଲ କରିବା ଉଚିତ୍‌ । ଯେବେ ଆପଣ ଆପଣଙ୍କ ସାମନା ଲୋକର ବଳ ମାପିଦେବେ, ସେହି ଅନୁସାରେ ତା ପାଇଁ ରଣନୀତି ପ୍ରସ୍ତୁତ କରିବେ । ଏହି ରାସ୍ତାରେ ଗଲେ ହିଁ ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଅଧିକ ଶକ୍ତିଶାଳୀ ତେବେ ଆପଣ ତା ବିଷୟରେ ସବୁ ତଥ୍ୟ ହାସଲ କଲା ପରେ ଯାଇ ରଣନୀତି ପ୍ରସ୍ତୁତ କରନ୍ତୁ । ନଚେତ ଅସୁବିଧାରେ ପଡ଼ି ପାରନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!