ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ

Creat A Revolution

ଯାଜପୁର -:

 ଅଜଣା ଗାଡି ଧକ୍କାରେ ଅଟୋ ଚାଳକଙ୍କ ମୃତ୍ୟୁ। ଯାଜପୁର ଜିଲ୍ଲା ୧୬ନମ୍ବର ଜାତୀୟ ରାଜପଥ ଚଣ୍ଡିଖୋଲ ଛକ ନିକଟରେ ଘଟିଛି ଏହି ଦୁର୍ଘଟଣା। ସୂଚନା ମୁତାବକ, ଆଜି ଭୋର ସମୟରେ ଏକ ଅଟୋ ଧନିଆପତ୍ର ବୋଝେଇ କରି କଟକରୁ ବାରବାଟୀ ଅଭିମୁଖେ ଯାଉଥିବା ବେଳେ ଚଣ୍ଡିଖୋଲ ଛକ ନିକଟରେ ଏକ ଅଜଣା ଗାଡି ଧକା ଦେଇଥିଲା।

ଯାହା ଫଳରେ ଅଟୋ ଡ୍ରାଇଭର ଗାଡିରେ ଚାପି ହୋଇ ଘଟଣା ସ୍ଥଳରେ ତାଙ୍କ ମୃତ୍ୟୁ ଘଟିଛି।ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ଗାଡିକୁ କଟର ସାହାଯ୍ୟରେ କାଟି ମୃତ ଦେହକୁ ବାହାର କରିଥିଲେ। ମୃତକ ଜଣକ କୁଆଖିଆ ଥାନା ସିଙ୍ଗାପୁର ଅଂଚଳର କାଳିଆ ବେହେରା ବୋଲି ଜଣାପଡିଛି। ମୃତଦେହକୁ ଶବ ବ୍ୟବଛେଦ ପାଇଁ ପଠା ଯାଇଥିବା ବେଳେ ବଡ଼ଚଣା ପୋଲିସ ଘଟଣା ସ୍ଥଳରେ ପହଁଚି ଅଧିକତଦନ୍ତ ଚଳାଇଛି।


Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!
Verified by MonsterInsights