ମା’ ଝିଅଙ୍କୁ ଗାଡି ଚଢାଇ ମାରିଦେଲା ଦୁର୍ବୁତ୍ତ, ବାପାଙ୍କ ଶୁଦ୍ଧିକ୍ରିୟା ସାରି ଫେରୁଥିଲେ …

jajpur

ଯାଜପୁର -: ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ଫେରୁଥି‌ବା ବେଳେ ଗତକାଲି ମା’-ଝିଅ (ଝିଅ ଓ ନାତୁଣୀ) ଶ୍ରୀତିକା ଚକ୍ରବର୍ତ୍ତୀ (୪୭) ଓ ଝିଅ ସୋନାଲି ଚକ୍ରବର୍ତ୍ତୀ (୨୫)  ଟ୍ରକ୍‌ ଧକ୍କାରେ ମୃତ୍ୟୁ ଘଟଣା ନୂଆ ମୋଡ ନେଇଛି। ଉଭୟ ମା’ ଓ ଝିଅ ଦୁର୍ଘଟଣା ଯୋଗୁଁ ମୃତ୍ୟୁ ହୋଇନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ତାଙ୍କୁ ହତ୍ୟା କରାଯାଇଥିବା ସଂଦେହ ହେଉଛି। ଏନେଇ ପୁଲିସ ଆଜି ନିଜ ଆଡୁ ମାମଲା ରୁଜୁ ଜରି ଟ୍ରକ ଡ୍ରାଇଭରକୁ ଗିରଫ କରିଛି। ସାଇଡମରାକୁ ନେଇ ହୋଇଥିବା ବଚସା ଯୋଗୁ ଡ୍ରାଇଭର ଚରମ ନିଷ୍ପତ୍ତି ନେଇ ମା’-ଝିଅଙ୍କ ଉପରେ ଟ୍ରକ୍‌ ଚଢ଼ାଇ ଦେଇଥିବା ସଂଦେହ ହେଉଛି। ତେବେ ପ୍ରକୃତ ଘଟଣା କ’ଣ ପୁଲିସର ତଦନ୍ତ ସରିଲା ପରେ ଜଣା ପଡ଼ିବ। ସୂଚନାଯୋଗ୍ୟ, ଗତକାଲି ବାପାଙ୍କ ଶୁଦ୍ଧିକ୍ରିୟା ସାରି ଘରକୁ ମା’ଝିଅ (ଝିଅ ଓ ନାତୁଣୀ) ଫେରୁଥି‌ଲେ ।

Advertisement

ସେମାନେ ଘରେ ପହଞ୍ଚିବା ପୂର୍ବରୁ ଯାଜପୁର ଜିଲ୍ଲା ଜେନାପୁର ଥାନା ଅଞ୍ଚଳରେ ଅଧାଗଡ଼ା ୫୩ ନମ୍ବର ଜାତୀୟ ରାଜପଥର ବରଡ଼ା ଛକରେ ପହଞ୍ଚିଲା ପରେ ଡମ୍ପର ଧକ୍କା ଦେଇଥିଲା।  ଏଥିରେ ଅକାଳରେ ଚାଲିଗଲା ମା’ଝିଅଙ୍କ ଜୀବନ ଚାଲି ଯାଇଥିଲା। ସୋନାଲି ଚକ୍ରବର୍ତ୍ତୀ ସୁକିନ୍ଦା ପଞ୍ଚାୟତର ଏମ୍‌ବିକେ ଥିଲେ। ସୋନାଲି ଡ଼ୁବୁରିସ୍ଥିତ ୟୁନିଅନ ବ୍ୟାଙ୍କରେ କର୍ମଚାରୀ ଥିଲେ। ଶ୍ରୀତିକା ବାପାଙ୍କ ଶୁଦ୍ଧିକ୍ରିୟା ନିମନ୍ତେ ବାପଘର କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ାକୁ ଯାଇଥିଲେ। ଶୁଦ୍ଧିକ୍ରିୟା ସାରି ଝିଅ ସୋନାଲି ସହ ସ୍କୁଟର (ଓଡି ୦୬ ଜି ୭୯୨୯)ରେ ଦୁହେଁ ଚଣ୍ଡିଖୋଲ-ଡୁବୁରି ଜାତୀୟ ରାଜପଥରେ ‌ଘରକୁ ଫେରୁଥିଲେ। ସନ୍ଧ୍ୟାରେ ବରଡ଼ା ଛକରେ ଦ୍ରୁତଗତିରେ ପଛରୁ ଆସୁଥିବା ଡମ୍ପର (ଓଆର ୧୬ ଡି ୬୪୦୮)ଟି ମା’ଝିଅଙ୍କ ଉପରେ ଚଢ଼ିଯାଇଥିଲା। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଡମ୍ପରଟି ମଧ୍ୟ ଓଲଟି ପଡ଼ିଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ମୃତକଙ୍କ ମୁହଁ ଚିହ୍ନିବା ମଧ୍ୟ ସମ୍ଭବ ହୋଇନଥିଲା। ପରେ ସେମାନଙ୍କ ପରିଚୟ ମିଳିଥିଲା। ଦୁର୍ଘଟଣା ପରେ ଡମ୍ପର ଚାଳକ ଫେରାର ହୋଇଯାଇଥିଲା। ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ଦୁଇ ଗାଡ଼ି ଜବତ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଡମ୍ପରଟି ଚଣ୍ଡିଖୋଲର ମୁଜିବର ରହମାନ ଖାଁଙ୍କ ନାମରେ ଥିବା ଜଣାପଡ଼ିଛି।

Advertisement

Leave a Reply

Your email address will not be published. Required fields are marked *

error: Content is protected !!