ବିଜେପି ଅଫିସକୁ ଜାଳିଦେଲେ ବିକ୍ଷୋଭକାରୀ …

ପ୍ରଫେଟ୍ ବିବାଦକୁ ନେଇ ପଶ୍ଚିମବଙ୍ଗର ବିଭିନ୍ନ ଅଂଚଳ ବିଶେଷକରି କୋଲକାତାରେ ହିଂସାତ୍ମକ ବିକ୍ଷୋଭ ଦେଖିବାକୁ ମିଳିଛି । ନମାଜ ପରେ ମୁସଲିମ ସଂପ୍ରଦାୟରେ ଲୋକମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିବା ସହ ପଥର ମାଡ଼ କରିଛନ୍ତି । ହାଓ୍ବଡ଼ାର ଉଲୁବେରିଆଠାରେ ଥିବା ଏକ ବିଜେପି ଅଫିସରେ ପ୍ରଦର୍ଶନକାରୀମାନେ ନିଆଁ ଲଗାଇଦେଇଥିଲେ । ବିଜେପି ନେତା ଅନିର୍ବାଣ ଗାଙ୍ଗୁଲି ଏକ ଭିଡିଓ ଟୁଇଟ୍ କରି ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ନିଜର ଟୁଇଟରେ ସେ ଲେଖିଛନ୍ତି ଯେ ଯେହେତୁ ବିକ୍ଷୋଭ କରୁଥିବା ଲୋକମାନେ ମୁଖ୍ୟମନ୍ତ୍ରୀ ତଥା ଗୃହମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାନନ୍ତି ଓ ତାଙ୍କୁ ଭୋଟ ଦିଅନ୍ତି, ସେ ବିଜେପି ଅଫିସରେ ନିଆଁ ଲଗାଇଥିବା ଦଙ୍ଗାକାରୀ ଓ ପଥରମାଡ଼ କରୁଥିବା ଲୋକମାନଙ୍କୁ ଚିହ୍ନି ପାରିବେ ।  ସେ ଏବେ କାହିଁକି ନିରବ ଅଛନ୍ତି ?

Advertisement

ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ବିଶ୍ବ ବିଦ୍ୟାଳୟରେ ମଧ୍ୟ ଏହାକୁ ନେଇ ଦଙ୍ଗା ହୋଇଛି । ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ନୂପୁର ଶର୍ମାଙ୍କ ଗିରଫଦାରି ଦାବି କରିଛନ୍ତି । ଅନ୍ୟପକ୍ଷରେ ପ୍ରଫେଟ ବିବାଦର ପ୍ରତିକ୍ରିୟା ବାଂଲାଦେଶରେ ବି ଦେଖିବାକୁ ମିଳିଛି । ଢାକାର ବୈତୁଲ ମୁକରମ ମସଜିଦରେ ଲୋକମାନେ ଏକାଠି ହୋଇ ଭାରତ ବିରୋଧୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସ୍ଲୋଗାନ ଦେବା ସହ ଭାରତର ଉତ୍ପାଦ ଉପରେ କଟକଣା ଲଗାଇବାକୁ ଦାବି କରିଥିଲେ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!