ଜୁନ୍ ୧୧ ଶନିବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ମେଷ: ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ଉନ୍ନତି ପାଇଁ ନୂଆ ମାର୍ଗ ଦୃଷ୍ଟିଗୋଚର ହେବ। ପ୍ରତିଯୋଗିତାମୂଳକ ପରୀକ୍ଷାର୍ଥୀଙ୍କୁ ଭଲ ଖବର ମିଳିବ।

Advertisement

ବୃଷ: ବାଲ୍ୟବନ୍ଧୁଙ୍କ ଠାରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ କାମ ପୂରା କରି‌ବେ। ବ୍ୟବସାୟରେ ନୂଆ ଚୁକ୍ତି ସ୍ବାକ୍ଷର କରିବେ।

ମିଥୁନ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଉନ୍ନତି ପାଇଁ କିଛି ନୂଆ ସାଧନ ପାଇବେ। ବିବାଦଠୁଁ ଯେତେ ଦୂରରେ ରହିବେ ସେତେ ଭଲ।

କର୍କଟ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ଆପଣ ଅଗ୍ରଣୀ ରହିବେ।

ସିଂହ: ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା ଅଛି। ଅଫିସରେ ମିଶ୍ରିତ ପରିବେଶ ରହିବ। କୌଣସି ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ।


କନ୍ୟ‌ା: ଆପଣଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଜୀବିକାରେ କିଛି ପରିବର୍ତ୍ତନ ହୋଇପାରେ। ଆପଣଙ୍କ କ୍ୟାରିୟରରେ ବହୁତ ଭଲ ସୁଯୋଗ ମିଳିବ।

ତୁଳା: ଘରେ କୌଣସି ଧାର୍ମିକ କାର୍ଯ୍ୟ ଆୟୋଜନ କରିବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ।

ବିଛା: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠ ସହଯୋଗ କରିବେ। ପରିବାର କାମରେ ଆପଣଙ୍କୁ ଅଧିକ ଯା’ଆସ କରିବାକୁ ପଡ଼ିପାରେ।

ଧନୁ: ନିଜକୁ ଶକ୍ତିବାନ ଅନୁଭବ କରିବେ। ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ବୈବାହିକ ଜୀବନ ସୁଖକର ହେବ।

ମକର: ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ସଫଳ ହେବେ। ସମାଜରେ ମାନ ସମ୍ମାନ ବଢ଼ିବ।

କୁମ୍ଭ: କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ କାରବାରରେ ପାଣ୍ଠି ଲଗାଇବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।

ମୀନ: ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। କାରବାରରେ ଲାଭ ହେବ। ସନ୍ଧ୍ୟାରେ ପରିବାର ସହିତ ସମୟ ଅତିବାହିତ କରିବେ। ଶିକ୍ଷାର୍ଥୀଙ୍କ ଲାଗି ଦିନଟି ଭଲ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!