ଅନୁଗୁଳ ଖଇରବେରେଣୀ ଗ୍ରାମରେ ହାତୀ ଆତଙ୍କ; ଦନ୍ତାହାତୀ ଆକ୍ରମଣରେ ମହିଳା ମୃତ

Creat A Revolution

ଅନୁଗୁଳ/ଛେଣ୍ଡିପଦା -: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ରେଞ୍ଜ ଖଇରବେରେଣୀରେ ଦେଖିବାକୁ ମିିଳିଛି ଏକ ଅଭାବନୀୟ ଘଟଣା। ଦନ୍ତାହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଜାଣିବାକୁ ମିଳିଛି ଯେ ଗ୍ରାମର ୪ ଜଣ ମହିଳା ସାଥି ହୋଇ ଭୋର ସକାଳ ୬ ଟାରେ ଶୌଚ ପାଇଁ ଘର ପାଖ ଆମ୍ବତୋଟାକୁ ଯାଇଥିଲେ। ସେଠାରେ ହାତୀ ପଲ ହାବୁଡ଼ରେ ପଡ଼ିଥିଲେ। ପ୍ରାଣ ବିକଳରେ ଜୀବନ ରକ୍ଷା କରିବାକୁ ସମସ୍ତେ ଦୌଡ଼ି ପଳେଇବା ସମୟରେ ହାତୀପଲ ମଧ୍ୟରୁ ଗୋଟିଏ ଦନ୍ତାହାତୀ ହାଡିବନ୍ଧୁ ଦେହୁରୀଙ୍କ ପତ୍ନୀ ଶୈଳବାଳା(୫୫)ଙ୍କୁ ଗୋଡେଇ କଚାଡି ମାରିଥିଲା। ଘଟଣାସ୍ଥଳରେ ଶୈଳବାଳାଙ୍କ ମୃତ୍ୟୁ ଘଟିଛି।

ହାତୀପଲରେ ୧୯ ଟି ହାତୀ ଥିବାବେଳେ ଦଳରୁ ଭାଗ ହୋଇ ଗ୍ରାମରେ ପଶି ଆତଙ୍କ ସୃଷ୍ଟି କରିଥିଲେ। ଭୟରେ ଗୁହାଳରେ ଥିବା ଗୋରୁ ରଡି ଛାଡିଥିବା ବେଳେ ଗ୍ରାମବାସୀ ପ୍ରାଣବିକଳରେ ଏଣେ ତେଣେ ଜୀବନ ରକ୍ଷାପାଇଁ ଦୌଡ଼ି ପଳେଇ ଥିଲେ। ହାତୀ ସ୍କ୍ୱାର୍ଡ ହାତୀ ଘଉଡେଇବା ପାଇଁ ଉଦ୍ୟମ କରିଥିଲେ। ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ହାତୀ ପଲ ମାସ ମାସ ଧରି ରହୁଥିବାରୁ ଗ୍ରାମରେ ଦୀର୍ଘ ଦିନ ଧରି ହାତୀ ଆତଙ୍କ ଦେଖାଯିବା ସହ ଫସଲ ନଷ୍ଟ ହେଉଛି। ଏହାକୁ ନେଇ ସ୍ଥାନୀୟ ୧୦ଟି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights