ବିଜେଡି ବିଧାୟକ ବିଜୟଶଙ୍କର ଚଲାଉଛନ୍ତି ସେକ୍ସ ରାକେଟ୍ ! ଥାନାରେ ରୁଜ୍ଜୁ ହେଲା ମାମଲା

Creat A Revolution
Tirtol MLA & Girlfriend Apply For Marriage In Sub-Registrar Office In  Odisha's Jagatsinghpur - odishabytes

ଜଗତସିଂହପୁର (ଜ୍ୟୋତି ରଞ୍ଜନ ପରିଡା) -:  ତିର୍ତ୍ତୋଲ ବିଧାୟକ ବିଜୟଶଙ୍କର ଦାସ ସେକ୍ସ ରୢାକେଟ୍ ଚଳାଉଛନ୍ତି। ଏଭଳି ସଂଗିନ ତଥା ଗୁରୁତର ଅଭିଯୋଗ ଆଣିଛନ୍ତି ତାଙ୍କର ପ୍ରେମିକା ସୋମାଲିକା ଦାସ। ସୋମାଲିକାଙ୍କ ଲିଖିତ ଅଭିଯୋଗ ଆଧାରରେ ବି ଜଗତସିଂହପୁର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ବିଧାୟକଙ୍କ ବିରୋଧରେ ସୋନାଲିକାଙ୍କ ଏଭଳି ଅଭିଯୋଗ ଏବେ ହଟଚମଟ ସୃଷ୍ଟି କରିଛି। ସୋମାଲିକା ଲିଖିତ ଅଭିଯୋଗରେ ଦର୍ଶାଇଛନ୍ତି ଯେ ନିରୀହ ଝିଅଙ୍କୁ ଏହି କାରବାରରେ ନିୟୋଜିତ କରି ସେଥିରେ ସଂଗୃହୀତ ଅର୍ଥ ବିଧାୟକ ନିର୍ବାଚନରେ ଖର୍ଚ୍ଚ କରୁଛନ୍ତି। ବିଜୟ ଶଙ୍କରଙ୍କ ସହ ୬ ଜଣଙ୍କ ନାଁ ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅନ୍ୟପଟେ ଆଇନଜୀବୀଙ୍କୁ ଗାଳିଗୁଲଜ, ଧମକ ନେଇ ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି।

Advertisement
BJD's Bijay Sankar Das Will Contest From Tirtol, While Swarup Kumar Das  Will Contest From Balasore - YouTube
ନିର୍ବାଚନ ଲଢିବା ବେଳେ ଗଣମାଧ୍ୟମକୁ ଦେଇଥିବା ବୟାନ …

ସୋମାଲିକାଙ୍କ ଅଭିଯୋଗ ଆଧାରରେ ପୁଲିସ ଆଇପିସିର ଦଫା ୪୨୦, ୧୯୫-ଏ, ୫୦୬-ବି, ୨୯୪, ୫୦୯, ୩୪୧, ୧୨୦-ବି, ୩୪ ଏବଂ ଅନୈତିକ ଯୁବତୀ ଚାଲାଣ ଆଇନର ଦଫା-୩, ୪, ୫, ୬ ଅନୁସାରେ ମାମଲା (କେସ୍ ନଂ-୩୯୭/୨୨) ରୁଜୁ କରିଛି। ଆଜି (ରବିବାର) ସୋମାଲିକାଙ୍କ ବୟାନ ରେକର୍ଡ ହେବାର ସମ୍ଭାବନା ରହିଛି। ଜଣେ ମହିଳା ପୁଲିସ ଅଧିକାରୀ ତାଙ୍କ ବୟାନ ରେକର୍ଡ କରିବେ। ଏହା ପରେ ପୁଲିସ ହୁଏତ ବିଧାୟକଙ୍କୁ ଜେରା କରିବାକୁ ପଦକ୍ଷେପ ନେଇପାରେ ବୋଲି କୁହାଯାଉଛି। କିନ୍ତୁ ବିଜୟଶଙ୍କର ଏଭଳି ଅଭିଯୋଗ ସଂପର୍କରେ କିଛି କହିବାକୁ ମନା କରି ଦେଇଛନ୍ତି। ସେ କହିଛନ୍ତି ଯେ ମୁଁ କାହାକୁ ଠକୁନି। କିନ୍ତୁ ଏଭଳି ଚାପ ପକାଇ ଯଦି କାହାର କିଛି ଅନ୍ୟ ଉଦ୍ଦେଶ୍ୟ ଥିବ, ତେବେ ସେ କିଛି କରି ପାରିବେନି। ସୂଚନାଯୋଗ୍ୟ ଯେ ସୋମାଲିକା ଓ ବିଜୟ ଶଙ୍କର ମେ ମାସ ୧୭ ତାରିଖରେ ବିବାହ କରିବା ପାଇଁ ସବ୍‌ରେଜିଷ୍ଟ୍ରାର ଅଫିସରେ ଆବେଦନ କରିଥିଲେ।

ନିୟମ ଅନୁସାରେ ୩୦ ଦିନ ଭିତରେ ଯଦି କୌଣସି ଆପତ୍ତି ଅଭିଯୋଗ ନ ଆସେ ତାହେଲେ ଆବେଦନକାରୀ ବିବାହ କରିବା ପାଇଁ ଯୋଗ୍ୟ ଅଟନ୍ତି। ଏହି ବିବାହ ୩୦ରୁ ୯୦ ଦିନ ଭିତରେ ହୋଇପାରିବ। ଗତକାଲି ସୋମାଲିକା ସବରେଜିଷ୍ଟ୍ରାର ଅଫିସରେ ପହଞ୍ଚି ଦୀର୍ଘ ସମୟ ଅପେକ୍ଷା କରିଥିଲେ ବି ବିଜୟଶଙ୍କର ଆସି ନଥିଲେ। ସେଠାରୁ ନିରାଶ ହୋଇ ଫେରିବା ବେଳେ ସୋମାଲିକା ଗଣମାଧ୍ୟମକୁ କହିଥିଲେ ଯେ ବିଜୟ ଶଙ୍କର ତାଙ୍କୁ ବିବାହ କରିବାକୁ ଆସିବାର ପ୍ରତିଶ୍ରୁତି ଦେଇ ଆସି ନ ଥିଲେ। ବରଂ ତାଙ୍କ ପରିବାର ପକ୍ଷରୁ ତାଙ୍କୁ ଏବେ ଧମକ ‌ଦିଆଯାଉଛି। ତେଣୁ ସେ ଥାନାର ଆଶ୍ରୟ ନେବେ ବୋଲି କହିଥିଲେ। କିନ୍ତୁ ବିଜୟଶଙ୍କର କହିଥିଲେ ଯେ ୯୦ ଦିନ ଭିତରେ ବିବାହର ସୁ‌ଯୋଗ ଥିବାରୁ ସେ ତା ଭିତରେ ବିବାହ କରି ପାରିବେ। କିନ୍ତୁ ଗତକାଲି ତାଙ୍କର ବିବାହ ପାଇଁ ଯିବାର ନଥିଲା ବୋଲି ବିଜୟଶଙ୍କର କହିଥିଲେ।

Advertisement

Discover more from bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from bnslive.in

Subscribe now to keep reading and get access to the full archive.

Continue reading

Verified by MonsterInsights