ଭୁଲରେ ଏହି ୪ଜଣଙ୍କୁ ଟଙ୍କା ଦେବା ବେଳେ ଚିନ୍ତା କରନ୍ତୁ, ନହଲେ ପାପରେ ହେବେ ଭାଗୀଦାରି ଓ ଟଙ୍କାର ବର୍ବାଦ୍ ହେବ

ଆସନ୍ତୁ ଜାଣିବା କିଛି ମହତ୍ୱପୂର୍ଣ୍ଣ ନୀତିବାଣୀ । ମନୁଷ୍ୟ ଆର୍ଥିକ ଉନ୍ନତି ପାଇଁ କ’ଣ କରିବା ଦରକାର । କେଉଁ ଲୋକଙ୍କୁ ଟଙ୍କା ଦେବା ଦରକାର ଓ କେଉଁ ଲୋକଙ୍କ ସହ ସମ୍ପର୍କ ରଖିବା ଦରକାର ।

Advertisement

ବିଦୁରଙ୍କ ଅନୁସାରେ ଏହି ୪ ଲୋକଙ୍କୁ ଧନ ଦେବା ଉଚିତ୍‌ ନୁହେଁ

ସ୍ତ୍ରୀ ଲୋକ -: ବିଦୁର ନୀତି ଅନୁସାରେ ସ୍ତ୍ରୀ ଲୋକଙ୍କୁ ଅନାବଶ୍ୟକ ଭାବେ ଅର୍ଥ ଦେବା ଆବଶ୍ୟକ ନୁହେଁ । କାରଣ ଏହାଦ୍ୱାରା ତାଙ୍କର ଖର୍ଚ୍ଚର ପ୍ରବୃତି ବଢ଼ିଥାଏ । ଆପଣଙ୍କ ଧନ ଅନାବଶ୍ୟକ ଭାବରେ ବ୍ୟୟ ହୋଇଥାଏ । ଏମାନଙ୍କ ପାଖରେ ଆବଶ୍ୟକ ଠାରୁ ଅଧିକ ଧନ ରଖିବା ହିତକର ହୋଇନଥାଏ ।

ଅଳସୁଆ -: ବିଦୁର ନୀତି ଅନୁସାରେ ଅଳସୁଆଙ୍କୁ ଅର୍ଥ ଦେବା ଯାହା ନଦେବା ତାହା । କାରଣ ତାଙ୍କୁ ଅର୍ଥ ଦେଲେ ସେ ଅର୍ଥର ସଦୁପଯୋଗ କରନ୍ତି ନାହିଁ । ଯାହାକି ଅଯଥାରେ ଖର୍ଚ୍ଚ ହୋଇଯାଏ । ଅବସ୍ଥା ଯେମିତି ପୁଣି ସେମିତି ହୋଇଥାଏ ।

ବଦଖର୍ଚ୍ଚୀ -: ଯିଏ କୌଣସି ପ୍ରକାରର ନିଶାରେ ଜଡିତ ଥାଏ ତାକୁ ମଧ୍ୟ ଅର୍ଥ ଦେବା କଥା ନୁହେଁ । କାରଣ ଏ ବ୍ୟକ୍ତି ଆପଣଙ୍କ ଟଙ୍କାକୁ ଭୁଲ ରାସ୍ତାରେ ଖର୍ଚ୍ଚ କରିଥାନ୍ତି । ଫଳରେ ଆପଣଙ୍କ ଆର୍ଥିକ ନଷ୍ଟ ହୋଇଥାଏ ।

ଅଧର୍ମୀ ବ୍ୟକ୍ତି -: ବିଦୁର ନୀତି ଅନୁସାରେ, ଯେଉଁ ବ୍ୟକ୍ତି ଅଧର୍ମୀ, ସେ ଯେତେ ଧନ ପାଇଲେ ବି ଠିକ୍‌ ରାସ୍ତାରେ ଲଗାଇ ନଥାନ୍ତି । ଧନକୁ ଅନାବଶ୍ୟକ ଭାବେ ଖର୍ଚ୍ଚ କରିଥାନ୍ତି । ଅଧର୍ମୀ ବ୍ୟକ୍ତି ଧନକୁ ଖରାପ କାମରେ ଖର୍ଚ୍ଚ କରି ଦେଇଥାଏ । ଏପରି ଲୋକଙ୍କୁ ଅର୍ଥ ଦେବା ଯାହା ନାଳରେ ପକାଇବା ସହ ସମାନ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!