ଜୁନ୍ ୩୦ ଗୁରୁବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

ସୌର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୩୦ ତାରିଖ, ଗୁରୁବାର। ତିଥି – ପ୍ରତିପଦ ଦିବା ୧୦/୪୯ ଗତେ ୨ୟା ଚନ୍ଦ୍ର – ମିଥୁନ ସନ୍ଧ୍ୟା  ୦୬/୨୩ ଗତେ କର୍କଟ ଘାତ ଚନ୍ଦ୍ର- କନ୍ୟା  ରାଶିର ସନ୍ଧ୍ୟା ୦୬/୨୩ ପର୍ଯ୍ୟନ୍ତ ଘାତ ବାର – ତୁଳା ଓ କୁମ୍ଭ ରାଶିର ପୁଷ୍କର ଦୋଷ – ମୃତ ବ୍ୟକ୍ତିର ପୁଷ୍କର ଦୋଷ, ୧ ପାଦ- କୁଟୁମ୍ଭହାନି – ତିଳକାଞନ ଦାନ ଦିବା ୦୧/୦୯ ଗତେ ୨ ପାଦ- ପଶୁ ଓ ବଂଶହାନି- ଅନ୍ନ ଓ ତିଳକାଞନ ଦାନ ରାତ୍ରି ୦୧/୦୬ ଗତେ ୧ ପାଦ- ପଶୁସମ୍ପଦ ନାଶ – ଅନ୍ନଦାନ ପର୍ଯ୍ୟନ୍ତ

Advertisement
 

ଶୁଭ ସମୟ- 
ପ୍ରାତଃ ୦୫/୧୪ ରୁ ୦୬/୦୭ 
ଦିବା ୦୯/୩୮ ରୁ ୦୯/୨୩
ସନ୍ଧ୍ୟା  ୦୭/୦୯ ରୁ ୦୯/୧୮
ରାତ୍ରି  ୦୧/୧୧ ରୁ ୦୨/୨୧
ରାତ୍ରି ୦୩/୪୮ ରୁ ୦୫/୧୫

ଅଶୁଭ ସମୟ-
ରାହୁକାଳ-  ଦିବା ୦୧/୨୯  ରୁ  ୦୩/୦୮
କାଳବେଳା-  ଦିବା ୦୩/୦୮ ରୁ ୦୪/୪୬
ବାରବେଳା – ଦିବା ୦୪/୪୬ ରୁ ୦୬/୨୫
କାଳରାତ୍ରି-  ରାତ୍ରି ୧୧/୫୦ ରୁ ୦୧/୧୧

ମେଷ -: ଭାବିଥିବା କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ରହିବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ପାରିବାରିକ ଜୀବନ ସୁଖକର ହେବ।

ବୃଷ -: ଚାକିରି ବୃତ୍ତିରେ ଆଶାଜନକ ଫଳ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ। ବାହନ କିଣିବା ଲାଗି ଆଶା ବଢ଼ିବ।

ମିଥୁନ -: ବାପାଙ୍କର ସ୍ନେହ ପାଇବେ। କୌଣସି କାମ‌ରେ ଆପଣଙ୍କ ସମ୍ମୁଖକୁ ବଡ଼ ଚ୍ୟାଲେଞ୍ଜ ଆସିବ। ସାମାଜିକ କାର୍ଯ୍ୟ ଲାଗି ଆପଣଙ୍କୁ ସମ୍ମାନିତ କରାଯିବ। ପ୍ରେମ ସମ୍ବନ୍ଧ ମଜଭୁତ ହେବ।

କର୍କଟ -: ସଂଚାର କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଆଇନ ମାମଲାରେ ଆପଣଙ୍କୁ ଆରାମ ମିଳିବ। ବ୍ୟବସାୟୀ ନିଜର ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସମ୍ଭାଳି କରି ରଖନ୍ତୁ।

ସିଂହ -: ଓକିଲ ନୂଆ ମକଦ୍ଦମା ପାଇବେ। ବନ୍ଧୁ ସହ ଫୋନରେ କଥା ହେବେ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। ଜୀବନସାଥୀଙ୍କ ସହ ଘରେ ସିନେମା ଦେଖିବେ।

କନ୍ୟା -: ଜମି କିଣିବା ପୂର୍ବରୁ ଦଲିଲକୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ଅଜଣା ବ୍ୟକ୍ତିଙ୍କ ସହ କଥା ହେବାବେଳେ ଠିକ୍ ଭାଷା ପ୍ରୟୋଗ କରନ୍ତୁ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

ତୁଳା -: ପେସାଦାର ବ୍ୟବସାୟୀ ଭଲ ଜାଗାରେ ନିବେଶ ଲାଗି ସୁଯୋଗ ପାଇବେ। ଯେଉଁମାନେ ପ୍ରେମ କରୁଛନ୍ତି ସେମାନେ ନିଜର ବିବାହ ଲାଗି ଘର ଲୋକଙ୍କ ସହ କଥା ହେବେ।

ବିଛା -: ଆପଣଙ୍କ ସଂପର୍କରେ ଆସୁଥିବା ଲୋକଙ୍କ ସହ ପ୍ରେମପୂର୍ବକ କଥା ହେବେ। ତରବରିଆ ଭାବେ କାମ କଲେ ଭୁଲ୍‌ ହୋଇପାରେ। ଇଲେକ୍ଟ୍ରୋନିକ୍ସ ବ୍ୟବସାୟୀଙ୍କ ଧନଲାଭ ହେବ।

ଧନୁ -: ଆପଣଙ୍କ ଲାଗି ଯେଉଁ ଜିନିଷ ମହତ୍ତ୍ବପୂର୍ଣ୍ଣ ତା’ ଉପରେ ଗୁରୁତ୍ବ ଦିଅନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ପାରିବାରିକ ଜୀବନ ଆନନ୍ଦମୟ ହେବ।

ମକର -: କୌଣସି ବନ୍ଧୁଙ୍କୁ ନିଜ ମନର କଥା କହିବେ। ପୂର୍ବ ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଧୁର ହେବ।

କୁମ୍ଭ -: ଯେକୌଣସି କ୍ଷେତ୍ରରେ ନିବେଶ ଲାଗି ଭଲ ଦିନଟିଏ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଘରୋଇ କଂପାନିରେ ଚାକିରି ଲାଗି ଡାକରା ଆସିବ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ମୀନ -: ଅଧ୍ୟାପକଙ୍କ ଲାଗି ଦିନଟି ଭଲ। କୌଣସି କଲେଜରେ ଭାଷଣ ଦେବା ଲାଗି ଡାକରା ଆସିବ। ବାପାମାଆଙ୍କ ଆଶୀର୍ବାଦ ନିଅନ୍ତୁ, ସଫଳତା ପାଇବେ। ବ୍ୟବସାୟରେ ଲାଭ ହେବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!