ଫେକ୍ ଦୈନିକ ଖବରକାଗଜ ‘ପ୍ରଭାବ’ ନାଁରେ ସାମ୍ବାଦିକ ରହିବା ପାଇଁ ବିଜ୍ଞାପନ !

କଟକ – ବର୍ତ୍ତମାନ ସାମ୍ବାଦିକ ନାମକୁ କଳିଙ୍କତ କରିବା ପାଇଁ ଏକ ଗୋଷ୍ଠି ପ୍ରୟାସ ରତ । ମନ ଇଛା ୱେବପୋର୍ଟାଲ ଓ ଡିଜିଟାଲ ପ୍ଲାଟଫର୍ମରେ କୋଣସି ଶିକ୍ଷାଗତ ଯୋଗ୍ୟତା ନଥିବା ଅପରାଧରେ ଜଡିତଥିବା ବ୍ୟକ୍ତିତ୍ୱ ମାନେ ସାମ୍ବାଦିକ ବୋଲାଉଛନ୍ତି । ସରକାରଙ୍କ ତରଫରୁ କୈାଣସି ପ୍ରତିବନ୍ଧକ ରହୁନଥିବାରୁ ଏମାନଙ୍କ ଦୈାରାତ୍ମ୍ୟ ବଢିଚାଲିଛି । ମୋବାଇଲ ଗୋଟିଏ ଗୋଟିଏ ଧରି ଚାନ୍ଦା ଆଦାୟ କରିବା ସହ ସର୍ବସାଧାରଣରେ ଧମକାଇ ଲୁଟିବା ଭଳି ଅନେକ ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି ।

Advertisement

କିନ୍ତୁ ବିଡମ୍ବନାର କାରଣ ବେଆଇନ ଭାବରେ ଫେକ୍ ଖବରକାଗଜ ମୋବାଇଲରୁ ମୋବାଇଲ ଘୁରିବୁଲୁଛି । ‘ପ୍ରଭାବ’ ଦୈନିକ ଖବରକାଗଜ ନାମରେ ଏକ ପିଡିଏଫ୍ କରି ହ୍ୱାଟସଅପରେ ସାମ୍ବାଦିକ ଆବଶ୍ୟକ ବୋଲି ବିଜ୍ଞାପନ ଦିଆଯାଉଛି । ସୁଚନା ମୂତାବକ ଘୁରିବୁଲୁଥିବା ‘ପ୍ରଭାବ’ ପିଡିଏଫ୍ କଟକ ଜିଲ୍ଲା ସାଲେପୁରରୁ ପ୍ରକାଶ ପାଉଥିବା ସୁଚନା ଥିବା ବେଳେ ସମ୍ପାଦକ ଅଛନ୍ତି ପ୍ରସନ୍ନ ମହାପାତ୍ର ବୋଲି ରହିଛି । ଏହି ପିଡିଏଫରେ ଦିଆଯାଇଥିବା ମୋବାଇଲ ନମ୍ବରରେ (୭୩୮୧୯୧୩୮୧୨ ଓ ୯୮୫୩୭୩୫୩୯୮) ବି.ଏନ୍‌.ଏସ୍‌. ତରଫରୁ ଯୋଗାଯୋଗ କରାଯାଇଥିଲା । ଏହି ପିଡିଏଫ୍ ନିଜେ ପ୍ରସ୍ତୁତ କରିଥିବା କଥାକୁ ସ୍ୱୀକାର କରିଥିଲେ ।

ଆମ ପ୍ରଶ୍ନର ଉତ୍ତରରେ କହିଲେ ଯେ ଆମର ଆର୍‌.ଏନ୍‌.ଆଇ ପଞ୍ଜିକରଣ ରହିଛି । ହେଲେ ଏଠି ପ୍ରଶ୍ନ ଉଠୁଛି ଯଦି ଆର୍‌.ଏନ୍‌.ଆଇ ପଞ୍ଜିକରଣ ତେବେ ଆର୍‌.ଏନ୍‌.ଆଇ ନମ୍ବରକୁ ପେପରରେ ସ୍ଥାନ ନଦେବା କେତେ ଦୁର୍ ଠିକ୍ । ଯଦି ବେଆଇନ୍ ଭାବରେ ଏଭଳି କାର୍ଯ୍ୟ ଚାଲୁଛି କେବେ ପଦକ୍ଷେପ ନେବ ସ୍ଥାନୀୟ ସାଲେପୁର ପୋଲିସ ତାକୁ ନେଇ ଏବେ ଅପେକ୍ଷା । ହ୍ୱାଟସଅପ ଡିପିରେ ଥିବା ଫଟୋକୁ ଆମେ କଭର ପେଜରେ ଦେଉଛୁ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!