8 ଦଫା ଦାବି ନେଇ ରିଟେଲ ମହାସଂଘର ବ୍ଲକ କାଯ୍ୟାଳୟ ସମ୍ମୁଖରେ ଧାରଣା

ସାଲେପୁର(ଶିଶୁ କୃଷ୍ନ ନନ୍ଦ) – ଆଜି ସର୍ବ ଭାରତୀୟ ଡିଲରସ ଫେଡରେସନ ର ଡାକରାରେ ରିଟେଲ ମହାସଂଘ ପକ୍ଷରୁ 8 ଦଫା ଦାବି ନେଇ ଓଡ଼ିଶାର ସମସ୍ତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାଲେପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଅନୁଷ୍ଠିତ ହୋଇଯାଇଛି ।

Advertisement

କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନା ର ବଣ୍ଟନ ବାବଦୀୟ ପାରିଶ୍ରମିକ ଅର୍ଥ ପ୍ରଦାନ , ଇ- ପୋଷ ମେସିନ ବ୍ୟବହାରିକ ଖର୍ଚ୍ଚ ବାବଦରେ ବକେୟା ବର୍ଷ ଗୁଡ଼ିକର ଅର୍ଥ ପ୍ରଦାନ ଏବଂ କୋରନା ସମୟରେ ମଧ୍ୟାହ୍ନ ଭୋଜନ ବଣ୍ଟନ ର ପାରିଶ୍ରମିକ ଅର୍ଥ ପ୍ରଦାନ ଆଦି ଏଭଳି 8 ଗୋଟି ଦାବି ନେଇ ବ୍ଲକ ର ସମସ୍ତ ଡିଲର ମାନେ ଏକ ରାଲିରେ ରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବାସହ ଧାରଣା ରେ ବସିଥିଲେ । ଏନେଇ ସେମାନେ ଏହି 8 ଦଫା ଦାବି ସମ୍ବଳିତ ଦାବିପତ୍ର ବିଡ଼ିଓ ଙ୍କ ଜରିଆରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଙ୍କୁ ପ୍ରଦାନ କରିଛନ୍ତି । ତେବେ ଆଗାମୀ ଦିନରେ ଯଦି ସେମାନଙ୍କ ଦାବି ଉପରେ ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନକରନ୍ତି ତାହାହେଲେ ସେମାନେ ଆଗାମୀ ଦିନରେ ଚରପ ପଦକ୍ଷେପ ଗ୍ରହଣ କରିବେ ବୋଲି ଚେତାବନୀ ଦେଇଛନ୍ତି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!