୫ବର୍ଷରେ ମଲେଣି ୧୧୭୧, ରାଜଧାନୀରେ ବଢ଼ୁଛି ଆତ୍ମହତ୍ୟା …

ଭୁବନେଶ୍ବର -: ସମ୍ପ୍ରତି କିଛି ବର୍ଷ ହେଲା ରାଜଧାନୀରେ ଆତ୍ମହତ୍ୟାପ୍ରବଣତା ବଢ଼ିବାରେ ଲାଗିଛି। ଗତ ଦୁଇ ସପ୍ତାହରେ ଆତ୍ମହତ୍ୟା କାରଣରୁ ୧୦ ଜଣଙ୍କ ଜୀବନ ଯାଇଥିବା ବେଳେ ୫ ଜଣଙ୍କ ଏହି ଉଦ୍ୟମ ବିଫଳ ହୋଇଛି। ସେହିଭଳି ଗତ ୫ ବର୍ଷର ହିସାବ କହୁଛି ୧୧୭୧ ଜଣ ଏହି ଚରମ ନିଷ୍ପତ୍ତିର ଶିକାର ହୋଇଛନ୍ତି। ସେହିଭଳି ଚଳିତ ବର୍ଷ ୭ମାସ ମଧ୍ୟରେ ଏହି ସଂଖ୍ୟା ୩ ଅଙ୍କ ଛୁଇଁସାରିଲାଣି। ଗତବର୍ଷ ରାଜଧାନୀରେ ୨୭୭ଜଣ ଆତ୍ମହତ୍ୟା କରିଥିବା ବେଳେ ୧୯୦ କେବଳ ପୁରୁଷ ଥିଲେ। ଅର୍ଥାତ୍ ପ୍ରାୟ ୬୮ପ୍ରତିଶତ ପୁରୁଷ ଆତ୍ମହତ୍ୟା କରିଥିଲେ। ବଡ଼ କଥା ହେଉଛି ରାଜଧାନୀର ଆତ୍ମହତ୍ୟାପ୍ରବଣତା ପଛରେ ଅର୍ଥାଭାବ ବା ଅଭାବ ପ୍ରସଙ୍ଗ କମ୍ ରହିଥିବା ବେଳେ ମାନସିକ ଭାରସାମ୍ୟ ହରାଇବା ଭଳି ଭିନ୍ନ ପ୍ରସଙ୍ଗ ଅଧିକ ରହୁଥିବା ଜଣାପଡ଼ିଛି। ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ରାଇମୋହନ ପରିଡ଼ାଙ୍କଠାରୁ ଆରମ୍ଭ କରି ବହୁ ଯୁବକ ତଥା ଛା‌ତ୍ରଛାତ୍ରୀଙ୍କ ଆତ୍ମହତ୍ୟା ପଛରେ ରହିଛି ବିଭିନ୍ନ କାରଣରୁ ସୃଷ୍ଟି ହେଉଥିବା ମାନସିକ ଚାପ। ଏଭଳି ଘଟଣା ଦିନକୁ ଦିନ ରାଜଧାନୀରେ ବଢ଼ୁଥିବାରୁ ଏହାର କୁପ୍ରଭାବ ରାଜଧାନୀବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲି କୁହାଯାଉଛି।

Advertisement

୫ ଜଣଙ୍କ ଉଦ୍ୟମ ବିଫଳ

ଚଳିତବର୍ଷ ଏପ୍ରିଲ୍ ୨୮ତାରିଖରେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ଚିନ୍ତାମଣିଶ୍ବର ଅଞ୍ଚଳରେ ଏକ ବନ୍ଦ ଘରୁ ଦମ୍ପତି ଓ ଛୁଆ ଏମିତି ୩ ଜଣଙ୍କ ମୃତଦେହ ଜବତ କରାଯାଇଥିଲା। ପାରିବାରିକ ବିବାଦରୁ ମହାରାଷ୍ଟ୍ରର ଏହି ସ୍ବାମୀ-ସ୍ତ୍ରୀ ଛୁଆକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ। ଏହା ପରଠାରୁ ରାଜଧାନୀରେ ବହୁ ଆତ୍ମହତ୍ୟା ଘଟିଲାଣି। ଗତ ୨ ସପ୍ତାହ ମଧ୍ୟରେ ଘଟିଥିବା ଆତ୍ମହତ୍ୟା ଭିତରେ ରହିଛି ଦୁଇ ଦୁଇଟି ଚର୍ଚ୍ଚିତ ଅଘଟଣ। ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା (ଗତ ମାସ ୧୯ ତାରିଖ) ଓ ବଲିଉଡ୍‌ ଖଳନାୟକ ରାଇମୋହନଙ୍କ ଆତ୍ମହତ୍ୟା (ଗତମାସ ୨୪ ତାରିଖ) ଏବେ ବି ରହସ୍ୟ ହୋଇରହିଛି। ରାଇମୋହନ ପାରିବାରିକ ଅଶାନ୍ତିକୁ ନେଇ ଏହି ଚରମ ପଦକ୍ଷେପ ନେଇଥିବା କୁହାଯାଉଛି। ମାତ୍ର ପୁଲିସ ଏହା ପଛର କାରଣ ସ୍ପଷ୍ଟ କରିପାରିନାହିଁ। ସେହିଭଳି ଅଭିନେତ୍ରୀ ରଶ୍ମିରେଖାଙ୍କ ମୃତ୍ୟୁ ପ୍ରେମଜନିତ ସମସ୍ୟାରୁ ବୋଲି ଚର୍ଚ୍ଚା ହେଉଛି। ଗତ ୨୭ତାରିଖ ଦିନ ଭୁବନେଶ୍ବର ଏମ୍‌ସ ନିକଟ କାଜୁ ଜଙ୍ଗଲରେ ଜଣେ ଯୁବକ ଆତ୍ମହତ୍ୟା କରିଥିଲେ। ଇନ୍‌ଫୋଭ୍ୟାଲି ଥାନା ଗୋପାଳପୁରରେ ରାଣୀ ବେହେରା ଆତ୍ମହତ୍ୟା କରିଥିଲେ।

ଏହି ଦୁଇ ଘଟଣା ପଛରେ ପାରିବାରିକ ବିବାଦ କାରଣ ଥିଲା। ସେହିଭଳି ଭରତପୁରରେ ପ୍ରେମ ସଂପର୍କକୁ ନେଇ ଆତ୍ମହତ୍ୟା ହୋଇଥିବା ବେଳେ ନୂଆପଲ୍ଲୀ ବେହେରା ସାହିରେ ଜଣେ ଶ୍ରମିକ ଋଣଭାର ସହିନପାରି ଆତ୍ମହତ୍ୟା କରିଥିଲେ। ଏହା ଭିତରେ ମଞ୍ଚେଶ୍ବରରେ ୨ଜଣ ପିଜି ଛାତ୍ର ଔଷଧ ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଏବେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ବେଶି ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଛାତ୍ରୀନିବାସରେ ସିନିୟର୍‌ ଛାତ୍ରୀମାନଙ୍କ ରାଗିଂ ଅସହ୍ୟ ହେବାରୁ ସେ ନିଜ ରୁମ୍‌ରେ ବେକରେ ରଶି ବାନ୍ଧି ଫ୍ୟାନ୍‌ରେ ଝୁଲିପଡ଼ିଥିଲେ। ରାଜ୍ୟର ଏକ ଆଗଧାଡ଼ିର ସରକାରୀ ଶିକ୍ଷାନୁଷ୍ଠାନରେ ରାଗିଂ ହେଉଥିବା ପଦାକୁ ଆସିବା ପରେ ଘଟଣା ବିଧାନସଭା ପର୍ଯ୍ୟନ୍ତ ଯାଇଛି। ସେହିଭଳି ଆଚାର୍ଯ୍ୟବିହାରେ ଭଡ଼ା‌ରେ ରହୁଥିବା ଏମ୍‌ସିଏ ଛାତ୍ରୀ ଅଶ୍ରିତା ସେନାପତିଙ୍କ ଆତ୍ମହତ୍ୟା ରୁଚିକା ଆତ୍ମହତ୍ୟା ପଛକୁ ରାଜଧାନୀରେ ହଇଚଇ ସୃଷ୍ଟି କରିଛି।

ଏନେଇ ଭୁବନେଶ୍ବର ଏମ୍‌ସ ମନସ୍ତତ୍ବ ବିଭାଗର ଡାକ୍ତର ଦେବଦତ୍ତା ମହାପାତ୍ର କହିଛନ୍ତି ଯେ ୧୪ରୁ ୨୫ବର୍ଷୀୟଙ୍କ ମଧ୍ୟର ଆତ୍ମହତ୍ୟାପ୍ରବଣତା ଅଧିକ ଦେଖାଯାଏ। ଏଭଳି ମାନସିକତା ସୃଷ୍ଟି ହୋଇଥିବା ବ୍ୟକ୍ତି ଅନ୍ୟୁନ ୫ରୁ୬ ଥର ପରିବାର ବା ପ୍ରିୟଜନଙ୍କୁ ଏହାର ସଙ୍କେତ ଦେଇଥାଆନ୍ତି। ଏହାକୁ ‘କ୍ରାଏ ଫର୍‌ ହେଲ୍‌ପ’ କୁହାଯାଏ। ଏହାକୁ ବୁଝିବା କଷ୍ଟକର ହେଲେ ବି ଟିକିଏ ସତର୍କ ହେଲେ ବୁଝିହୁଏ। ତେଣୁ ସେମିତି ଅବସ୍ଥା ଦେଖିବା ମାତ୍ରେ ତାଙ୍କୁ ଡାକ୍ତର କିମ୍ବା କାଉନ୍‌ସିଲର୍‌ଙ୍କ ପାଖକୁ ନେବା ଉଚିତ। ଆତ୍ମହତ୍ୟା ମାନସିକତା ସୃଷ୍ଟି ହେବା ଜଣାପଡ଼ିବା ମାତ୍ରେ ସୁଇସାଇଡ୍ ହେଲ୍‌ପ ଲାଇନ୍‌ର ସହାୟତା ନିଆଯାଇପାରିବ ବୋଲି ଡା଼ ମହାପାତ୍ର ସୂଚନା ଦେଇଛନ୍ତି।

ଦୁଇ ଡାକ୍ତରୀ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

Shahjahanpur Triple Murder Case 2002 two convicts sentenced to death for  shooting dead three girls uppm | 19 साल बाद मिला न्याय: तीन बच्चियों के  हत्यारों को फांसी की सजा, झूठा केस

ଦୁଇ ଦୁଇଜଣ ଛାତ୍ରୀ ଆତ୍ମହତ୍ୟା ନେଇ ରାଜଧାନୀ ଉଠୁଛି ପଡ଼ୁଛି। ଧାରଣା, ପ୍ରତିବାଦ, ବିକ୍ଷୋଭଠାରୁ ଆରମ୍ଭ କରି ବିଧାନସଭାରେ ବି ତାତି ଦେଖାଦେଇଛି। ଏଭଳି ସ୍ଥିତିରେ ଆଜି ଏକ ଘରୋଇ ମେଡ଼ିକାଲ୍‌ କଲେଜ୍‌ର ଦୁଇ ଡାକ୍ତରୀ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ମୁତାବକ, ଛାତ୍ରଦ୍ବୟ ପରସ୍ପରକୁ ଭଲ ପାଉଥିଲେ। ଉଭୟଙ୍କ ପରିବାରଲୋକ ଏ ସଂପର୍କରେ ଜାଣିବା ପରେ ସେମାନଙ୍କୁ ତାଗିଦ୍‌ କରିବାରୁ ସେମାନେ ଅଲଗା ରହିଥିଲେ। ଯାହାକୁ‌ ନେଇ ଦୁଇଛାତ୍ର ମାନସିକ ଚାପରେ ଥିଲେ। ହେଲେ ଉଭୟ ପୁଣି ମିଳାମିଶା କରୁଥିବା ଜଣାପଡ଼ିବା ପରେ ଗତକାଲି ପରିବାରଲୋକ ପାଟିତୁଣ୍ଡ କରିଥିଲେ। ରାଗରେ ଦୁଇ ଛାତ୍ର ମାତ୍ରାଧିକ ନିଦ ବଟିକା ଖାଇ ଦେଇଥିଲେ। ରାତିରେ ତାଙ୍କର ଅନ୍ୟଜଣେ ସହପାଠୀ ରୁମ୍‌କୁ ଯାଇଥିଲେ। ହେଲେ ଉଭୟ ବାନ୍ତି କରି ଗୁରୁତର ଅବସ୍ଥାରେ ପଡ଼ି ରହିଥିବା ଦେଖି ପାଟି କରି ଡାକିଥିଲେ। ପାଟି ଶୁଣି ହଷ୍ଟେଲ୍‌ କର୍ମଚାରୀ ଧାଇଁ ଆସିଥିଲେ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତିକରିଥିଲେ। ଉଭୟ ସୁସ୍ଥଥିବା ମେଡିକାଲ୍‌ କଲେଜ୍‌ କର୍ତୃପକ୍ଷ କହିଛନ୍ତି।

ଏମ୍‌ସିଏ ଛାତ୍ରୀଙ୍କ ଆତ୍ମହତ୍ୟା

fasi.jubilee > Jubilee Post | जुबिली पोस्ट

ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ସମଗ୍ର ରାଜ୍ୟ ପଡ଼ୁଛି ଉଠୁଛି। ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ରାଜଧାନୀରେ ଆଜି ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ମୃତା ଛାତ୍ରୀ ହେଲେ ଭଦ୍ରକ ଜିଲ୍ଲା ତିହିଡ଼ି ଅଞ୍ଚଳର ଆଶ୍ରିତା ସେନାପତି(୨୨)। ସେ ଏଠାରେ ଏକ ଘରୋଇ କଲେଜ୍‌ରେ ଏମ୍‌ସିଏ ପଢ଼ୁଥିଲେ। ଭଡ଼ା ଘରେ ସେ ନିଜ ରୁମ୍‌ରେ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିବା କୁହାଯାଉଛି। ଏନେଇ ସହିଦନଗର ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ଆଶ୍ରିତା ଏକ ଘରୋଇ ଇଂଜିନିୟରିଂ କଲେଜ୍‌ରେ ଏମ୍‌ସିଏ ପାଠ୍ୟକ୍ରମର ପ୍ରଥମ ବର୍ଷର ଛାତ୍ରୀ। ସେ ଆଚାର୍ଯ୍ୟବିହାର ପାଣିଟାଙ୍କି ନିକଟରେ ଏକ ଭଡ଼ା ଘରେ ରହୁଥିଲେ।

ମଙ୍ଗଳବାର ଆଶ୍ରିତା କଲେଜ୍‌ ଯାଇଛି କି ନାହିଁ, ବୁଝିବା ପାଇଁ ତାଙ୍କ ବାପା ବିଜୟ ସେନାପତି ଫୋନ୍‌ କରିଥିଲେ। ବାରମ୍ବାର କଲ୍‌ କରିଥିଲେ ବି ଆଶ୍ରିତା ଫୋନ୍‌ ଉଠାଇନଥିଲେ। ସନ୍ଦେହ ହେବାରୁ ଚନ୍ଦ୍ରଶେଖରପୁରରେ ରହୁଥିବା ବିଜୟ ଝିଅକୁ ଦେଖିବା ପାଇଁ ପାଖାପାଖି ୧୧ଟା ବେଳେ ଆଚାର୍ଯ୍ୟବିହାର ଆସିଥିଲେ। ଉକ୍ତ ରୁମ୍‌ର କବାଟ ବନ୍ଦ ଥିବା ଦେଖି ସେ ଝିଅକୁ ବାରମ୍ବାର ଡାକିଥିଲେ ମଧ୍ୟ ଭିତରକୁ କିଛି ସ୍ବରଶବ୍ଦ ନଥିଲା। ଶେଷରେ ଝରକା ପଟେ ଆଶ୍ରିତା ଫ୍ୟାନ୍‌ରେ ଝୁଲୁଥିବା ଦେଖି ସେ ପାଟି କରିଥିଲେ। ପାଟିଶୁଣି ଆଖାପାଖ ଲୋକେ ଧାଇଁ ଆସିଥିଲେ ଓ କବାଟ ଭାଙ୍ଗି ଆଶ୍ରିତାକୁ ଉଦ୍ଧାର କରିଥିଲେ। କାଳେ ବଞ୍ଚିଥିବା ଭାବି ବିଜୟ ତୁରନ୍ତ ଝିଅକୁ କ୍ୟାପିଟାଲ୍‌ ହସ୍ପିଟାଲ୍‌‌ ନେଇଥିଲେ। ମାତ୍ର ସେ‌ତେବେଳକୁ ବହୁ ବିଳମ୍ବ ହୋଇସାରିଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ହସ୍ପିଟାଲରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ପୁଲିସ ଘଟଣାକୁ ଗୁରୁତ୍ବର ସହ ନେଇ ତଦନ୍ତ ଆରମ୍ଭ କରିଛି। ଆଶ୍ରିତାଙ୍କ ମୋବାଇଲ୍‌ ଫୋନ୍‌କୁ ପୁଲିସ ଜବତ କରିଛି। ଆଶ୍ରିତାଙ୍କ ଆତ୍ମହତ୍ୟା ପଛରେ କି କାରଣ ରହିଛି, ସେନେଇ ପୁଲିସ ବିଜୟଙ୍କୁ ବି ପଚରାଉଚରା କରିଛି।`

Advertisement

Leave a Reply

Your email address will not be published. Required fields are marked *

error: Content is protected !!