ଇଡି ବିରୋଧରେ କୋର୍ଟଙ୍କ ଦ୍ବାରସ୍ଥ ହେଲା ମୋବାଇଲ କମ୍ପାନି ଭିଭୋ

ନୂଆଦିଲ୍ଲୀ -: ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ୍ (ଇଡି) ବିରୋଧରେ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ଚୀନ ମୋବାଇଲ କମ୍ପାନି ଭିଭୋ । ଇଡି ପକ୍ଷରୁ ବ୍ୟାଙ୍କ ଖାତା ଅଚଳ କରାଯାଇଥିବା ବିରୋଧରେ ଦିଲ୍ଲୀ ହାଇକୋର୍ଟରେ ଅଭିଯୋଗ କରିଛି ଭିଭୋ । ଭିଭୋ ପକ୍ଷରୁ ମାମଲା ଲଢୁଥିବା ଓକିଲ ସିଦ୍ଧାର୍ଥ ଲୁଥ୍ରା କୋର୍ଟଙ୍କୁ ଜଣାଇଛନ୍ତି ଯେ ଭାରତରେ ଭିଭୋର ୯୦୦୦ କର୍ମଚାରୀ ଅଛନ୍ତି । କମ୍ପାନିର ବକେୟା ଦେୟ ମଧ୍ୟ ରହିଛି ।

Advertisement

ବ୍ୟାଙ୍କ ଖାତା ଅଚଳ ହୋଇଥିବାରୁ କମ୍ପାନି ନିଜ କର୍ମଚାରୀଙ୍କ ଦରମା ଦେଇପାରିବ ନାହିଁ, ଏହା ସହିତ ନିଜର ଅନ୍ୟାନ୍ୟ ସରକାରୀ ଓ ବୈଧାନିକ ଦେୟ ମଧ୍ୟ ଦାଖଲ କରିପାରିବ ନାହିଁ । ଇଡିର ଏହି କାର୍ୟ୍ୟନୁଷ୍ଠାନ ଏକ ପସନ୍ଦଯୋଗ୍ୟ ବ୍ୟବସାୟସ୍ଥଳୀ ଭାବେ ଭାରତର ଥିବା ସୁନାମକୁ ହାନୀ ପହଞ୍ଚାଉଛି ।ଇଡି ପକ୍ଷରୁ ଗତ ଗୁରୁବାରଦିନ ସାରା ଦେଶରେ ଥିବା ଭିଭୋର ୪୮ଟି ଅଫିସରେ ଚଢଉ କରାଯାଇଛି ଓ ୧୧୭ଟି ବ୍ୟାଙ୍କ ଖାତାକୁ ଅଚଳ କରାଯାଇଥିଲା ।

ଏସବୁ ଖାତାରେ୬୬ କୋଟିର ସ୍ଥାୟୀ ଜମା ସହ ମୋଟ ୪୬୫ କୋଟି ଟଙ୍କା ଜମା ଥିଲା । ଏହା ସହିତ ୨ କିଲୋଗ୍ରାମ ଓଜନର ସୁନା ଓ ନଗଦ ୭୩ ଲକ୍ଷ ଟଙ୍କା ଜବତ କରାଯାଇଛି । ଦିଲ୍ଲୀ ପୁଲିସ ଦ୍ବାରା ଗତ ଫେବ୍ରୁଆରି ମାସରେ କରାଯାଇଥିବା ଏକ ଏଫଆଇଆର କି ଭିତ୍ତିକରି ଇଡି ପକ୍ଷରୁ ସେହି ମାସରେ ହିଁ ତଦନ୍ତ ଆରମ୍ଭ କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!