ଭୟଙ୍କର ଜଳତାଣ୍ଡବ କେବେବି ଆଗରୁ ଏଭଳି ଦେଖି ନଥିବେ …ଥରେ ଦେଖନ୍ତୁ ଭିଡିଓ

ଗତ କିଛି ଦିନ ହେବ ବିଶ୍ୱ ବ୍ୟାପି ଯେମିତି ପ୍ରକୃତି ତା ତାଣ୍ଡବ ରଚିବାରେ ଲାଗିଛି ସେଗୁଡିକୁ ହୁଏତ ନିଜ ଆଖିରେ ଥରେ ନଦେଖିଲେ ବିଶ୍ୱାସ କରିହେବ ନାହିଁ । ଅବଶ୍ୟ ଏଗୁଡିକର ଅନେକ ଭିଡିଓ ମାନ ଟିଭି ତଥା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭୂକମ୍ପ, ଜ୍ୱାଳାମୁଖୀ, ତୋଫାନ, ବାଦଲ ଫାଟିବା ସୁନାମି ପରି ମହା ବିପଦ ଗୁଡିକ ତ ଅନେକ ବଡ ବଡ ସହର ଗୁଡିକୁ ବର୍ବାଦ କରିଦେଇଛି । ଏହା ସହ ହଜାର ହଜାର ସଂଖ୍ୟକ ମଣିଷ ମାନଙ୍କର ବି ଜୀବନ ନେଇଛି । ଆଉ ବର୍ତ୍ତମାନ ସମୟରେ ସୁନାମି ପରି ଏକ ପ୍ରାକୃତିକ ବିପର୍ଯ୍ୟୟର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ।

Advertisement

ଟ୍ୱିଟର ହ୍ୟାଣ୍ଡଲ @TheFigenରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓଟିକୁ ପୋଷ୍ଟ କରାଯାଇଛି । ଏହି ନିକଟରେ ହିଁ ଏହି ଭିଡିଓଟିକୁ ସେୟାର କରାଯାଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ ।୨୦୧୧ ମସିହାରେ ଜାପାନରେ ଏକ ଭୟଙ୍କର ସୁନାମି ହୋଇଥିଲା । ସମୁଦ୍ର ପଟରୁ ଦ୍ରୁତ ବେଗରେ ପବନ ବୋହିବାକୁ ଲାଗିଥିଲା । ଆଉ ଧୀରେ ଧୀରେ ସବୁକିଛି ନଷ୍ଟ ହୋଇଯାଇଥିଲା । ସୁନାମିଯେ କେତେ ଭୟଙ୍କର ହୋଇପାରେ ତାର ଉତ୍ପାତ ଯେ କେତେ ଭୟଙ୍କର ହୋଇପାରେ ତାହା ଭିଡିଓରୁ ସ୍ପଷ୍ଟ ହୋଇପାରିବ । ଆପଣ ଦେଖିପାରିବେ ସମୁଦ୍ରର ସ୍ତର କେତେ ବଢିଯାଉଛି । ତାହା ଏତେ ଉପରକୁ ଉଠିଯାଉଛିଯେ ତାହା ବାଡ଼ର ସେପଟକୁ ଯାଇ ସଡକକୁ ମାଡିଯାଉଛି । ଆଉ ଏବେ ରାସ୍ତାରେ ପୁରା ପାଣି ହୋଇଉଠୁଛି । ଖାଲି ସେତିକି ନୁହେଁ ପାଣିର ତେଜ ବଢି ବଢି ଚାଲିଥିବାରୁ ବଡ ବଡ ନୌକାରେ ପାଣି ଭର୍ତ୍ତି ହୋଇ ଶହର ମଧ୍ୟକୁ ପଶି ଆସୁଛି । ଆଉ ଉଚ୍ଚ ଉଚ୍ଚ ଖମ୍ବ ସହିତ ପିଟି ହୋଇ ଦୁର୍ଘଟଣା ଘଟୁଛି । ରାସ୍ତା କଡରେ ଛିଡା ହୋଇଥିବା କିଛି ଲୋକ ପୁରା ଘଟଣାକୁ ରେକର୍ଡ କରିବାକୁ ଚେଷ୍ଟା କରୁଛନ୍ତି । ଭିଡିଓଟିକୁ ଏଯାବତ ୬ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଯେବେକି ହଜାରେରୁ ଅଧିକ ଲୋକ ଲାଇକ କରିବା ସହିତ ରିଟ୍ୱିଟ କରିଛନ୍ତି । କିଛି ଲୋକ ଭିଡିଓ ଉପରେ କମେନ୍ଟ କରି ନିଜ ନିଜ ପ୍ରତିକ୍ରିୟା ରଖିଛନ୍ତି । କିଛି ଲୋକ କହିଛନ୍ତିଯେ ପାଣିର ରଙ୍ଗ ଏତେ କଳା କିପରି ହେଲା ? ଯେବେକି ଆଉଜଣେ କହିଛନ୍ତିକି ଯେବେ ସୁନାମି ଭୂମି ସହିତ ଧକ୍କା ଖାଏ ସେସମୟରେ ସବୁ ଅଳିଆ ଆବର୍ଜନା ନିଜ ଆଡକୁ ନେଇଯାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!