ଯୁବ ବିଜେପିର ଆଇଡଲ ପ୍ରକାଶ ଚନ୍ଦ୍ର ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରି ସମୂହ ଦୀପଦାନ

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ଯୁବ ବିଜେପିର ଆଇଡଲ,ସମସ୍ତଙ୍କ ସୁଖ ଦୁଃଖ ର ସାଥି କଟକ ଜିଲ୍ଲା ବିଜେପିର ସଭାପତି ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ଏବେ ଆଣ୍ଠୁ ରେ ସ୍ନାୟୁ ଜନିତ ସମସ୍ୟା ରେ ପଡି ଚିକିତ୍ସିତ ହେଉଛନ୍ତି ।ସେ ଜଣେ କେବଳ ରାଜନେତା ନୁହନ୍ତି ଜଣେ ଗୁଣବାନ ,ସଫଳ ରାଜନେତା,ସମସ୍ତଙ୍କ ସୁଖ ଦୁଃଖ ର ସାଥି ,ଦୃଢ ସଂଗଠକ ନେତା ଭାବେ ଟାଙ୍ଗୀ ସାଲେପୁର ନିର୍ବାଚନ ମଣ୍ଡଳରେ ପରିଚିତ ।ରାଜନେତା ଭାବେ ନା ତାଙ୍କର ଗର୍ବ ଥିଲା ଏବେ ଅଛି ।

Advertisement

ସମସ୍ତଙ୍କୁ ନିଜର କରିନେବା ହେଉଛି ତାଙ୍କର ବଡଗୁଣ ଓ ମହାନତା ।ସବୁବେଳେ ସମସ୍ତଙ୍କ ଅସୁବିଧା ବୁଝିବା ଓ ଅସମୟରେ ଲୋକଙ୍କ ପାଖରେ ଠିଆ ହେବା ନେତା ହେଉଛନ୍ତି ପ୍ରକାଶ ଚନ୍ଦ୍ର ବେହେରା ।ଆଜି ସେ ହସପିଟାଲ ରେ ଚିକିତ୍ସିତ ହେଉଛନ୍ତି ।ଏଭଳି ପରିସ୍ଥିତିରେ ଦଳୀୟ କର୍ମୀ ଙ୍କ ସହିତ ମହିଳା ମାନେ ବି ଘରୁ ବାହାରି ଆସିଛନ୍ତି ସେଭଳି ଜଣେ ସଫଳ ନେତାଙ୍କ ଆଶୁଆରୋଗ୍ୟ କାମନା କରି ।ଆଜି ସାଲେପୁର ବ୍ଲକ ଅନ୍ତର୍ଗତ ମାଳ ଶାସନ ବିଜେପି ମଣ୍ଡଳ ତରଫରୁ ଶତାଧିକ ମହିଳା,ରାମଚନ୍ଦ୍ର ସାହୁ,ଅନିଲ ଲେଙ୍କା,ଧୁସାସନ ଜତି,ରାଜେଶ ଲେଙ୍କା,ସୌମ୍ୟ ରଞ୍ଜନ ଲେଙ୍କା,ରତିକାନ୍ତ ଷଢଙ୍ଗୀ ଙ୍କ ନେତୃତ୍ଵରେ ଗ୍ରାମ ଦେବତୀ ମନ୍ଦିର ରେ ମିଶି ତାଙ୍କ ସୁଖ ଦୁଃଖ ର ସାଥି ପ୍ରକାଶ ଚନ୍ଦ୍ର ବେହେରାଙ୍କ ପାଇଁ ଦୀପଦାନ କରିଥିଲେ ।ଯେଙ ନେତା ନିଜକୁ କେବେ ଜଣେ ନେତା ନଭାବି ସବୁବେଳେ ତାଙ୍କ ସୁଖ ଦୁଃଖ ରେ ଠିଆ ହୋଇଛନ୍ତି ସେଭଳି ଜଣେ ହୃଦୟବାନ ନେତାଙ୍କ ପାଇଁ ଆଜି ମହିଳା ମାନେ ବି ଆଗେଇ ଆସିଲେ ଆଶୁ ଆରୋଗ୍ୟ କାମନା କରି ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!