ବାଙ୍କୀ ଥାନା ତାଳବସ୍ତ ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅଭାବନୀୟ ଘଟଣା …

ବାଙ୍କୀ -:ଶିକ୍ଷୟିତ୍ରୀଙ୍କ ମାଡ଼ରେ ଛାତ୍ର ବେହୋସ। କଟକ ବାଙ୍କୀ ଥାନା ତାଳବସ୍ତ ପଞ୍ଚାୟତର ସାମନ୍ତରାପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟରୁ ଆସିଛି ଅଭିଯୋଗ। ସପ୍ତମ ଶ୍ରେଣୀର ଛାତ୍ର ଦେବାଶିଷ ବେହେରାଙ୍କୁ କୌଣସି କାରଣରୁ ନିସ୍ତୁକ ମାଡ଼ ମାରିଥିଲେ ଶିକ୍ଷୟିତ୍ରୀ। ସେଠାରେ ଦେବାଶିଷ ଅଚେତ ହୋଇପଡ଼ିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଶିକ୍ଷୟିତ୍ରୀଙ୍କ ବିରୋଧରେ ତାଳବସ୍ତ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି ଦେବାଶିଷଙ୍କ ପରିବାର। ଶିକ୍ଷୟିତ୍ରୀ ଏଭଳି ମାଡ଼ ମାରିବା ଠିକ୍‌ ନୁହେଁ ବୋଲି କହିଛନ୍ତି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ। ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!