ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌, ୧୪ ଜିଲ୍ଲାକୁ ସତର୍କତା ଜାରି

ସମ୍ବଲପୁର -: ଛତିଶଗଡ଼ରେ ପ୍ରବଳ ବର୍ଷା । ଫୁଲୁଛି ମହାନଦୀ । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ଖୋଲିଲା ହୀରାକୁଦ ଡ୍ୟାମର ୧୪ଟି ଗେଟ୍‌ । ବାମପାର୍ଶ୍ୱରୁ ୮ଟି ଓ ଡାହାଣ ପାର୍ଶ୍ୱରୁ ୬ଟି ଗେଟ୍‌ ଖୋଲିଛି। ଏଥିପାଇଁ ମହାନଦୀ ଅବବାହିକା ୧୪ ଜିଲ୍ଲାକୁ ସତର୍କ ରହିବାକୁ କୁହାଯାଇଛି। ମହାନଦୀ ମଧ୍ୟକୁ କେହି ନ ଯିବାକୁ ପରାମର୍ଶ ଦିଆଯାଇଛି ।

Advertisement

ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ରହିଛି ୬୧୫.୧୭ ଫୁଟ୍‌ । ପ୍ରତି ସେକେଣ୍ଡରେ ୩ଲକ୍ଷ ୯୭ ହଜାର ୪୫୧ କ୍ୟୁସେକ ଜଳ ପ୍ରବେଶ କରୁଛି । ନିଷ୍କାସିତ ହେଉଛି ୧ଲକ୍ଷ ୯୨ ହଜାର ୩୩ କ୍ୟୁସେକ ଜଳ । ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ୧୩ ତାରିଖଠାରୁ ୧୫ ତାରିଖ ପୂର୍ବାହ୍ନ ପର୍ଯ୍ୟନ୍ତ ୨୨ ଜିଲ୍ଲା ପାଇଁ ଅରେଞ୍ଜ ଓ ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ଲାଗି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଅରେଞ୍ଜ ଆଲର୍ଟ ହୋଇଥିବା ଜିଲ୍ଲାର ଜିଲ୍ଲାପାଳମାନେ ଜଳବନ୍ଦୀ ସମସ୍ୟା ଓ ଭୂସ୍ଖଳନ ପ୍ରତି ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି।


ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୧୩ ତାରିଖ ବେଳକୁ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ବଳୟ ପରବର୍ତୀ ୨୪ ଘଣ୍ଟାରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପର ରୂପ ନେବ ଓ ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ଆରମ୍ଭ ହେବ। ୧୩ ଓ ୧୪ ତାରିଖରେ ଉପକୂଳ ଏବଂ ୧୪ ଓ ୧୫ ତାରିଖରେ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷିବ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!