
କଟକ -: ଜାତିଆଣ ଆକ୍ଷେପ ମାମଲାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ମାମଲାର ଶୁଣାଣିରେ ହାଇକୋର୍ଟ ଅନ୍ତ ଘଟାଇଛନ୍ତି। ବର୍ଷାଙ୍କ ସହ ତାଙ୍କ ମାଆ ଦୀପା ସାହୁ ଏବଂ ଝିଆରି ଆୟୁସି ପ୍ରିୟଦର୍ଶିନୀଙ୍କୁ ଜଷ୍ଟିସ ଆଦିତ୍ଯ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ୩ ସପ୍ତାହ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରି ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳେଇଙ୍କୁ ଜାତିଆଣ ଆକ୍ଷେପ କରିଥିବା ନେଇ ମାମଲା ହୋଇଥିଲା।
ଏ ନେଇ ଦିଲ୍ଲୀ ଆଭେନିଉ ଥାନା ପୋଲିସ ପକ୍ଷରୁ ବର୍ଷା, ମା ଓ ଝିଆରୀଙ୍କୁ ନୋଟିସ କରାଯାଇଥିଲା।ଗତ ଜୁଲାଇ ୨୫ ତାରିଖରେ ଦିଲ୍ଲୀ ପୋଲିସ କଟକ ଆସି ପୁରୀଘାଟ ଥାନା ପୋଲିସ ଜରିଆରେ ଏହି ନୋଟିସ ଜାରି କରିଥିଲା। ସାଂସଦ ଅନୁଭବ ମହାନ୍ତିଙ୍କ ସହଯୋଗୀ ସୁଜିତ ଦଳାଇଙ୍କ ବିରୋଧରେ ଜାତିଆଣ ମନ୍ତବ୍ୟ ମାମଲାରେ ଦିଲ୍ଲୀ ପୋଲିସ୍ ନୋଟିସ୍ ଜାରି କରିବା ପରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ବର୍ଷାଙ୍କ ସହିତ ତାଙ୍କ ମା ଓ ଝିଆରୀ ମଧ୍ୟ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ। ଦିଲ୍ଲୀ ପୋଲିସ ଏସ୍.ସି ଓ ଏସ୍.ଟି ଆଇନ୍ ଅନୁଯାୟୀ ଏହି ମାମଲା ରୁଜୁ କରିଥିଲା।