ଜୀବନରେ ସୁଖ ସମୃଦ୍ଧି ଜାରି ରଖିବା ପାଇଁ ଆପଣାନ୍ତୁ ଏହି ସବୁ ଟିପ୍ସ …

ଭାରତୀୟ ବାସ୍ତୁ ଶାସ୍ତ୍ର ଭଳି ଚୀନର ବାସ୍ତୁ ଶାସ୍ତ୍ରକୁ ଫେଙ୍ଗସୁଇ ଶାସ୍ତ୍ର ବୋଲି କୁହାଯାଏ । ଏଥିରେ ଜୀବନରେ ନକରାତ୍ମକ ଶକ୍ତିକୁ ଦୂର କରିବା ସହ ଧନ, ମାନ ସମ୍ମାନ, କ୍ୟାରିଅର,ଚାକିରି,ପ୍ରେମ ଓ ସୁଖ ସମୃଦ୍ଧି ପାଇଁ ବହୁତ କିଛି ଉପାୟ ଦିଆଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହିଁଥାଏ ଘରେ ସୁଖ ଶାନ୍ତି ବଜାୟ ରହୁ ଓ ଏଥିପାଇଁ ସର୍ବଦା ସଫଳତା ଓ ଧନର ମାର୍ଗ ଖୋଲା ରହୁ । ଫେଙ୍ଗସୁଇ ଶାସ୍ତ୍ରରେ ଏମିତି କିଛି କଥା କୁହାଯାଇଛି ଯାହା ଘରୁ ନକରାତ୍ମକ ଶକ୍ତି ଦୂର କରିଥାଏ । ଆସନ୍ତୁ ଜାଣିବା ସୌଭାଗ୍ୟ ବୃଦ୍ଧି କାରକ ହୋଇପାରେ ଫେଙ୍ଗସୁଇର ଏହି ଟିପ୍ସ ।

Advertisement

ଫେଙ୍ଗସୁଇ ଡ୍ରାଗନ

ଫେଙ୍ଗସୁଇ ଶାସ୍ତ୍ରରେ ଡ୍ରାଗନକୁ ବାହାଦୁରୀ, ଶକ୍ତି ଓ ସମୃଦ୍ଧିର ପ୍ରତୀକ ମନାଯାଇଥାଏ । ଏମିତିରେ ଆପଣଙ୍କ ଘରର ପୂର୍ବ ଦିଗରେ ଡ୍ରାଗନ ରଖିବା ଶୁଭ ହୋଇଥାଏ । ହେଲେ ଡ୍ରାଗନକୁ କିଣିବା ସମୟରେ ଏହି କଥା ପ୍ରତି ବିଶେଷ ଧ୍ୟାନ ଦେବା ଜରୁରୀ ଯେ ତାହାର ପଞ୍ଛାରେ ଗୋଟିଏ ମୋତି କିମ୍ବା କ୍ରିଷ୍ଟାଲ ଲାଗିଥିବା ଜରୁରୀ । ଏହାଦ୍ୱାରା ମାନସିକ ଦୁଶ୍ଚିନ୍ତା କମ ହୋଇଥାଏ ।

କ୍ରିଷ୍ଟଲ ଲ୍ୟାମ୍ପ୍‌

ଫେଙ୍ଗସୁଇ ଶାସ୍ତ୍ର ଅନୁସାରେ, ଘର ଲୋକଙ୍କ ଆୟରେ ବୃଦ୍ଧି କିମ୍ବା କେଉଁଠି ଫସିଥିବା ଧନ ପାଇବା ପାଇଁ ଆପଣ ଘରେ କ୍ରିଷ୍ଟଲ ଲ୍ୟାମ୍ପ ବା କ୍ରିଷ୍ଟଲ ଗ୍ଲୋବ ମଧ୍ୟ ରଖିପାରିବେ । ଏହାଛଡ଼ା ଘରର ମୁଖ୍ୟ ଦ୍ୱାରରେ ଲାଲ ରିବନରେ ବନ୍ଧା ହୋଇଥିବା ସିକ୍କା (ପଇସା) ଓହଳାଇବା ବି ଘରକୁ ସୁଖ ସମୃଦ୍ଧି ଆଣିଥାଏ ।

ଫିସ୍‌ ଏକ୍ୱାରିୟମ

ଫେଙ୍ଗସୁଇ ଶାସ୍ତ୍ରରେ ସୌଭାଗ୍ୟ ବୃଦ୍ଧି ପାଇଁ ଘରର ଡ୍ରଇଂ ରୁମରେ ଫିସ ଏକ୍ୱାରିୟମ ରଖିବା ମଧ୍ୟ ଶୁଭ ହୋଇଥାଏ । ଫିସ ଏକ୍ୱାରିୟମରେ ସର୍ବଦା ୮ଟି ଗୋଲ୍ଡେନ ଫିସ ଓ ଏକ କଳା ରଂଗର ମାଛ ରଖିବା ଦରକାର । ଏହାଦ୍ୱାରା ଘରେ ସକରାତ୍ମକ ଶକ୍ତି ଆସିବା ସହ ବ୍ୟକ୍ତିଙ୍କ ମାନ ସମ୍ମାନ ବୃଦ୍ଧି ହୋଇଥାଏ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!