ମାଗଣାରେ ଘରକୁ ନିଅନ୍ତୁ ଭୋଡାଫୋନ୍‌ ଆଇଡିଆର ଭିଆଇପି ନମ୍ବର, ଆପଣାନ୍ତୁ ଏହି ତରିକା

ନୂଆଦିଲ୍ଲୀ -: ଭୋଡାଫୋନ ଆଇଡିଆ(vi) ପ୍ରିପେଡ୍‌ କିମ୍ବା ପୋଷ୍ଟପେଡ କନେକସନ ବାଲା ୟୁଜର୍ସଙ୍କୁ ଭିଆଇପି ବା ଫ୍ୟାନ୍ସି ନମ୍ବର ଦେଉଛି । ୟୁଜର୍ସ ଚାହିଁଲେ ଏହି ଦୁର୍ଲଭ ନମ୍ବରକୁ ଅତି ସହଜରେ ନେଇପାରିବେ । ଆସନ୍ତୁ ଜାଣିବା କିପରି ପାଇବେ ଏହି ନମ୍ବର ।

Advertisement

କ’ଣ ଏହି ଭିଆଇପି ନମ୍ବର

ଭିଆଇପି ନମ୍ବର ମନେ ରଖିବା ପାଇଁ ସହଜ ହୋଇଥାଏ । ଏହାର ବିଶେଷ କ୍ରମ କାରଣରୁ ଏହି ନମ୍ବରକୁ ସମସ୍ତେ ଚାହିଁ ଥାନ୍ତି । ଏହା ପାଇବାକୁ ହେଲେ ବେଶୀ ମୂଲ୍ୟ ଦେବାକୁ ପଡ଼ିଥାଏ ।
ଭୋଡାଫୋନ୍‌ ଭିଆଇପି ବା ଫ୍ୟାନ୍ସି ପ୍ରିପେଡ ଓ ପୋଷ୍ଟପେଡ୍‌ ନମ୍ବର କେମିତି ପାଇବେ ।

 ପ୍ରଥମେ vi ର ଅଫିସିଆଲ େଓ୍ଵବସାଇଟକୁ ଯାଆନ୍ତୁ ।

 ଏବେ ନୂଆ କନେକସନ୍‌ ସେକ୍ସନରେ କ୍ଲିକ କରନ୍ତୁ ଓ ଏକ ଭିଆଇପି ବା ଫ୍ୟାନ୍ସି ନମ୍ବର ବାଛନ୍ତୁ । କିମ୍ବା ଅନଲାଇନରେ myvi.in/new-connection/choose-your-fancy-mobile-numbers-online ଯାଆନ୍ତୁ ।

 ଏବେ ଭିଆଇପି ବା ଫ୍ୟାନ୍ସି ନମ୍ବର ବାଛିବା ପାଇଁ ପିନକୋଡ ଓ ମୋବାଇଲ ନମ୍ବର ସହିତ ଆବଶ୍ୟକ ସୂଚନା ଦାଖଲ କରନ୍ତୁ ।

 ପୁଣି ଏବେ ବାଛନ୍ତୁ ପ୍ରିପେଡ ବା ପୋଷ୍ଟପେଡ କନେକସନ୍‌ ।

 ଏବେ ଆପଣଙ୍କ ଭିଆଇପି ନମ୍ବରକୁ ମୁକ୍ତ ବା ମାଗଣା ସୂଚୀରୁ ବାଛନ୍ତୁ ।

 ଏବେ ଆପଣ ମାଗଣା ନମ୍ବରକୁ ବାଛି ପାରିବେ କିମ୍ବା ୫୦୦ ଟଙ୍କା ଦେଇ ଅନ୍ୟ ଭିଆଇପି ନମ୍ବର ବାଛିପାରିବେ ।

 ଏବେ ଆପଣ ଟଙ୍କା ଦେବାର ପ୍ରକ୍ରିୟା ଆରମ୍ଭ କରନ୍ତୁ ।

 ଏବେ ପଞ୍ଜିକୃତ ମୋବାଇଲ ନମ୍ବରରେ ମିଳିଥିବା ଓଟିପି ଦାଖଲ କରନ୍ତୁ ।

 ଏହାପରେ ଭିଆଇପି ନମ୍ବର ଆପଣଙ୍କ ଘରେ ପହଞ୍ଚାଇ ଦିଆଯିବ ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!