ମନ୍ଦିରକୁ ଯାଇ ଭ଼ଗବାନଙ୍କୁ ପଚାରିବା ପରେ ଆଜି ବିଜେପିରେ ଯୋଗ ଦେଲୁ, ଭଗବାନ କ’ଣ କହିଲେ ଆସନ୍ତୁ ଜାଣିବା

BJP vs Congress: किसने देश को ज्यादा बर्बाद किया? | Which Political Party  is Better? | Rahul Vs Modi - YouTube

ଏକ ମନ୍ଦିର, ଚର୍ଚ୍ଚ ଏବଂ ଏକ ମସଜିଦରେ ବିଶ୍ୱସ୍ତତା ପାଇଁ ଶପଥ ନେବାର ସାତ ମାସ ପରେ ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଆଠ ଜଣ ଆଜି ଦଳ ଛାଡ଼ି ଶାସକ ବିଜେପି ଦଳରେ ଯୋଗ ଦେଇଛନ୍ତି। ଏପରିକି ଏହି ନେତାମାନେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ  ଶପଥ  ମଧ୍ୟ ନେଇଥିଲେ ଯେ ସେମାନେ ଭୋଟରମାନଙ୍କର ଏବଂ ଦଳୀୟ ନେତୃତ୍ୱର ବିଶ୍ୱାସକୁ ବଜାୟ ରଖିବେ ଏବଂ ନିର୍ବାଚନ ପରେ ମଧ୍ୟ ଦଳ ପରିବର୍ତ୍ତନ କରିବେ ନାହିଁ। ତେବେ, ଆଜି ଦଳବଦଳ ନେତୃତ୍ୱ ନେଇଥିବା ଭେଟେରାନ ନେତା ଦିଗମ୍ବର କାମତ କହିଛନ୍ତି ଯେ ସେ ଏବଂ ବାକି ବିଧାୟକମାନେ ବିଜେପିରେ ଯୋଗଦେବା ପୂର୍ବରୁ ଭଗବାନଙ୍କ ଠାରୁ ଅନୁମତି ମାଗିଥିଲେ ଏବଂ ଭଗବାନ ଏଥିପାଇଁ ଅନୁମତି ଦେବାପରେ ସେମାନେ ଦଳ ବଦଳ କରିଛନ୍ତି। ଗୋଆର ପୂର୍ବତନ ମୁଖ୍ୟମନ୍ତ୍ରୀ କାମାତ କହିଛନ୍ତି ଯେ ସେ ଭଗବାନଙ୍କ ଉପରେ ବିଶ୍ୱାସ କରନ୍ତି ଏବଂ ଏହା ସତ୍ୟ ଯେ ନିର୍ବାଚନ ପୂର୍ବରୁ ସେମାନେ କଂଗ୍ରେସ ନ ଛାଡିବାକୁ ଶପଥ ନେଇଥିଲେ।

Advertisement

ମୁଁ ପୁନର୍ବାର ମନ୍ଦିରକୁ ଯାଇ ଭଗବାନଙ୍କୁ କ’ଣ କରିବି ବୋଲି ପଚାରିଲି। ଭଗବାନ ମୋତେ କହିଥିଲେ ଯେ ତୁମ ପାଇଁ ଯାହା ସର୍ବୋତ୍ତମ ତାହା କର ବୋଲି ସେ ସାମ୍ବାଦିକମାନଙ୍କୁ କହିଛନ୍ତି। ଗୋଆ ନିର୍ବାଚନର କିଛି ଦିନ ପୂର୍ବରୁ ଫେବ୍ରୁଆରିରେ କଂଗ୍ରେସ ପ୍ରାର୍ଥୀମାନେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତିରେ ବିଶ୍ୱସ୍ତତାର ଶପଥ ଦେଇଥିଲେ। ଆମେ ମନ୍ଦିର, ମସଜିଦ ଏବଂ ଚର୍ଚ୍ଚ ସମ୍ମୁଖରେ ଶପଥ ନେଇଛୁ। ଆଜି, ଆମେ ଅଛୁ ଓ ଦଳ ସହିତ ରହିବୁ। ଆମର ନେତା ରାହୁଲଜୀଙ୍କ ସମ୍ମୁଖରେ ମଧ୍ୟ ଶପଥ ନେଇଛୁ ବୋଲି ସେତେବେଳେ କହିଥିଲେ ଆଜି ଦଳ ଛାଡ଼ିଥିବା ଅନ୍ୟତମ ବିଧାୟକ ସଂକଳ୍ପ ଆମୋଙ୍କାର। ନିକଟରେ ଶେଷ ହୋଇଥିବା ଗୋଆ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଗୋଟିଏ ଦିନ ପୂର୍ବରୁ କଂଗ୍ରେସ ଏହାର ପ୍ରାର୍ଥୀମାନଙ୍କୁ ଏକ ରିସର୍ଟରେ ରଖିଥିଲା। ବିଧାୟକ ଭାବେ ନିର୍ବାଚିତ ହୋଇଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ କାମାତ ସେହି ସମୟରେ ଦଳବଦଳକୁ ଗଣତନ୍ତ୍ରର ମୃତ୍ୟୁ ବୋଲି କହିଥିଲେ।

Advertisement

Leave a Reply

Your email address will not be published. Required fields are marked *

error: Content is protected !!