ରାଜନେତାଙ୍କ ସହ ଶାରୀରିକ ସଂପର୍କ ପରେ ଭିଡିଓ କରି ବ୍ଲାକମେଲିଂ କରିବା ପଡିଲା ମହଙ୍ଗା, କମିସନରେଟ ପୋଲିସ ହାତରେ ଅର୍ଚ୍ଚନା

ଭୁବନେଶ୍ୱର -: ରାଜନେତାଙ୍କ ସହ ଫେସ୍‌ବୁକ୍‌ରେ ସମ୍ପର୍କ । କିଛିଦିନ ପରେ ଫୋନ୍‌ରେ ପ୍ରେମାଳାପ । ତା’ପରେ ଶାରୀରିକ ସମ୍ପର୍କ ସ୍ଥାପନ । ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୁଟିଂ କରି ବ୍ଲାକ୍‌ମେଲ୍‌ କରି ଲକ୍ଷ ଲକ୍ଷ ଟଙ୍କା ଆଦାୟ କରିବା ମୂଳ ଲକ୍ଷ୍ୟ ।  ରାଜଧାନୀରେ ରହି ନେତା ଓ ଅଭିନେତାଙ୍କୁ ବ୍ଲାକମେଲିଂ ଅଭିଯୋଗ । କମିଶନରେଟ ପୋଲିସ ଜାଲରେ ମାଷ୍ଟର ମାଇଣ୍ଡ ଯୁବତୀ । ଅର୍ଚ୍ଚନା ନାଗ ନାମକ ଜଣେ ଯୁବତୀଙ୍କୁ ଗିରଫ କରିଛି କମିଶନରେଟ ପୋଲିସ ।

Advertisement
5 basic tips to improve your sex life | HealthShots

କିଛିଦିନ ତଳେ ପ୍ରତିଷ୍ଠିତ ରାଜନେତାଙ୍କୁ ବ୍ଲାକମେଲ ନେଇ ଆସିଥିଲା ଅଭିଯୋଗ । ମୋଟା ଅଙ୍କର ଟଙ୍କା ନେଇଥିଲେ ଅର୍ଚ୍ଚନା ନାଗ । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଛି । ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମାଗୁଥିଲେ ଟଙ୍କା । ସୁନା ଦୋକାନ ମାଲିକଙ୍କଠୁ ନେଇଛନ୍ତି କୋଟି କୋଟି ଟଙ୍କା । ଅର୍ଚ୍ଚନାଙ୍କ ସହ ବେଶ ସମ୍ଭ୍ରାନ୍ତ ଶ୍ରେଣୀର ଲୋକଙ୍କ ଫଟୋ ବି ରହିଛି । କମ୍ ଦିନ ମଧ୍ୟରେ କୋଟି କୋଟି ଟଙ୍କାର ସମ୍ପତ୍ତିର ମାଲିକାଣି ହୋଇଛନ୍ତି ଅର୍ଚ୍ଚନା । ଗିରଫ ପରେ ଅଜ୍ଞାତ ସ୍ଥାନରେ ଜେରା କରୁଛି କମିଶନରେଟ ପୋଲିସ । ଅର୍ଚ୍ଚନାଙ୍କ ରାତାରାତି କୋଟିପତି ହେବାର ରହସ୍ୟ ସମ୍ପର୍କରେ ପଚରାଉଚରା କରୁଛି ପୋଲିସ । ତାଙ୍କ ଠାରୁ ପୁଲିସ୍‌ ୨ଟି ପେନ୍‌ଡ୍ରାଇଭ୍‌ ଓ ୨ଟି ମୋବାଇଲ୍‌ ଜବତ କରିଛି । ସେ ପେନ୍‌ଡ୍ରାଇଭରେ ନେତା, ପୂର୍ବତନ ମନ୍ତ୍ରୀ, ବ୍ୟବସାୟୀ, ପୁଲିସ୍‌  ଓ ବିଲ୍ଡରଙ୍କ ବହୁ ଅଶ୍ଳୀଳ ଫଟୋ ଓ ଭିଡିଓ ଥିବା କମିଶନରେଟ୍‌ ପୁଲିସ୍‌ର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । 

Advertisement

Leave a Reply

Your email address will not be published. Required fields are marked *

error: Content is protected !!