ଟାଟାପାୱାରର ଦାଦାଗିରି ଓ ଅନ୍ୟ ସମସ୍ୟା ନେଇ ଏକାଠି ହେଲେ ୧୯ଟି ପଞ୍ଚାୟତର କୃଷକ ସଂଗଠନ କର୍ମକର୍ତ୍ତା

ପଦ୍ମପୁର(ନିରଞ୍ଜନ ତ୍ରିପାଠୀ)-: ରାଜବୋଡାସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ ର ୧୯ ଟି ଗ୍ରାମ ପଂଚାୟତର କର୍ମକର୍ତ୍ତା ମାନଙ୍କୁ ନେଇ ଭେଲୁଅପଦର ଗ୍ରାମ ସ୍ଥିତ ଆମ୍ବ ତୋଟା ରେ ବ୍ଲକ ସ୍ତରୀୟ ଚାଷୀ ସମାବେଶ ଅନୁଷ୍ଠିତ ହୋଇଯାଇଛି ।ସଭାପତି ଶ୍ରୀ ଯୁକ୍ତ ଅରବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା l

ଏଥିରେ ବରଗଡ଼ର ବିଶିଷ୍ଟ ଚାଷୀନେତା ରମେଶ ମହାପାତ୍ର ଯୋଗ ଦେଇ ଚାଷୀ ମାନଙ୍କ ଅନେକ ମୈାଳିକ ସମସ୍ୟା ଓ ତା’ର ସମାଧାନ ସଂକ୍ରାନ୍ତରେ ଆଲୋଚନା କରିଥିଲେ ଓ ସଂଗଠନ କୁ ସୃଦୁଢ କରିବା ପାଇଁ ଆହ୍ୱାନ ଦେଇଥିଲେ l ଏହି ବୈଠକରେ ଚିର ମରୁଡି ପ୍ରପୀଡ଼ିତ ଅଂଚଳ ପଦ୍ମପୁର ଉପଖଣ୍ଡକୁ ମରୁଡି ଘୋଷଣା ଓ ମରୁଡି ସହାୟତା ପ୍ରଦାନ ଦାବି, ଫସଲବୀମା ଖରିଫ ୨୦୨୧ ଏଚ ଡି ଏଫ ସି ବୀମା କମ୍ପାନୀ ମନମୁଖୀ ବୀମା ଟଙ୍କା ନ ଦେବା ଆଳରେ ରିଭର୍ଟ ରିଜେକ୍ଟ ପେଣ୍ଡିଙ୍ଗ ନାଟକ ବନ୍ଦ କରି ଏପ୍ରିଲ ୩୦ ୨୦୨୨ ସୁଦ୍ଧା ପ୍ରଦାନ କରୁ, ନଚେତ ପ୍ରଦାନ ନ କଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ର ହେବ ବୋଲି ରାଜବୋଡାସମ୍ବର କୃଷକ ସଙ୍ଗଠନ ଚେତାବନୀ ଦେଇଛି l

Advertisement

ପଶ୍ଚିମ ଓଡିଶାର ଚାଷୀ ପର୍ବ ଅକ୍ଷୟ ତୃତୀୟା ମୁଠି ଛୁଆଁ ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମ କରିବା ନେଇ ସଂଗଠନ ନିଷ୍ପତି ନେଲା l ଲଘୁ ବନ୍ୟ ଜାତ ଦ୍ରବ୍ୟ ଯଥା – ମହୁଲ,ଚାର, ଟୋଲ, ଝାଡୁ,କେନ୍ଦୁପତ୍ର ,ହରଡ଼ା, ବାହାଡା ଅଁଳା, ଲେସା ସଂଗ୍ରହ କାରୀ ମାନେ ବହୁତ ପରିଶ୍ରମରେ ସଂଗ୍ରହ କରୁଛନ୍ତି ହେଲେ ବିକ୍ରି ହେଲା ବେଳେ ସଂଗ୍ରହକାରି ମାନେ ଉଚିତ ମୂଲ୍ୟ ପାଉ ନାହାଁନ୍ତି କିନ୍ତୁ ବେପାରି ମାନେ ବହୁତ ଲାଭ ବାନ ହେଉଛନ୍ତି ତେଣୁ ଲଘୁ ବନ୍ୟ ଦ୍ରବ୍ୟ ବିକ୍ରି ଉପରେ ସରକାର ଦୃଷ୍ଟି ଦେଇ ଉଚିତ ପଦକ୍ଷେପ ଗ୍ରହଣ କରନ୍ତୁ ଓ ଟାଟା କମ୍ପାନୀ ଚାଷୀ ମାନଙ୍କୁ ଯେଉଁ ଦାଦାଗିରି କରି ବିଲ ଅସୁଲି କରୁଛି ତାହାକୁ ନିନ୍ଦା କରି ତାର ମଧ୍ୟ ଆଲୋଚନା କରାଯାଇଥିଲା ।

ଆଗାମୀ ଦିନରେ ବିଦ୍ୟୁତ ବିଲ ଛାଡ ଉପରେ ଜୋରଦାର ଲଢେଇ ହେବ ଓ ବୃଦ୍ଧ ଗାଈ ଗୋରୁଙ୍କୁ ଥଇଥାନ କରି ଯତ୍ନ ନେବାକୁ ପ୍ରସ୍ତାବ ନେଇଛି ରାଜବୋଡା ସମ୍ବର କୃଷକ ସଙ୍ଗଠନ ଏହି ସଭାରେ ବିଶିଷ୍ଟ ଚାଷୀ ନେତା ରମେଶ ମହାପାତ୍ର ,ରୋହିତ ପଧାନ, ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ସମ୍ପାଦକ ଗଜପତି ସାହୁ,ଉପସଭାପତି ସରୋଜ ସାହୁ,କୋଷଧକ୍ଷ ଆନନ୍ଦ ଚନ୍ଦ୍ର ପଧାନ,ଆବାହକ ବିରେନ୍ଦ୍ର ପଧାନ,ହିମାଂଶୁ ମାଝୀ,କରମ ସିଂ ସାହୁ,ଫଗୁନୁ ଚରଣ ବାଗ, ବଳଦେବ ସାହୁ,କ୍ଷୀରୋଦ ସାହୁ,ଦେବେନ୍ଦ୍ର ପଧାନ, ଗଙ୍ଗାଧର ଭୋଇ, ପ୍ରସନ୍ନ କୁମ୍ଭାର, କୃପାସିନ୍ଧୁ ପଣ୍ଡା, ରସାନନ୍ଦ ବରିହା, ବିଜୟ କୁମାର ସାହୁ,ସୁରେଶ ସାହୁ,ବିରେନ୍ଦ୍ର ସାହୁ,ଲକ୍ଷଣ ଜୁଏଡ଼, ମୁକେଶ କୁମାର ସାହୁ,ରୋହିତ ସା, ରାଜେନ୍ଦ୍ର ରଣା ବିଷ୍ଣୁ ପ୍ରସାଦ ସାହୁ ସମସ୍ତ ପଂଚାୟତ ରୁ ଚାଷୀ ମାନେ ଯୋଗ ଦେଇ ଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!