ପୋଲିସ ଦାଦଗିରି ପାଇଁ ଚାଲିଗଲା ଗୋଟିଏ ଝିଅର ଜିବନ

ଜଗତସିଂହପୁର – ଜଗତସିଂହପୁର ବ୍ଲକ ପଲ୍ଲୀ ପଞ୍ଚାୟତରେ ଘଟିଛି କରୁଣ ପରିସ୍ଥିତି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପଲ୍ଲୀ ଗ୍ରାମର କିଛି ବ୍ୟକ୍ତି ଜଗତସିଂହପୁର ପୋଲିସକୁ ଆକ୍ରମଣ କରିଥିଲେ । ଆକ୍ରମଣକାରୀକୁ ପୋଲିସ ଧରିବା ପାଇଁ ବିଭିନ୍ନ ସମୟରେ ପଲ୍ଲୀ ଗ୍ରାମକୁ ପୋଲିସ ଟିମ ଯାଇଥିଲା । ଗିରଫ ଭୟରେ ଅଭିଯୁକ୍ତ ମାନେ ଗ୍ରାମଛାଡି ବାହାରେ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଭିଯୁକ୍ତଙ୍କ ଘର ଉପରେ ଚଢ଼ାଉ କରି ଧମକ ଚମକ କରିଥିଲେ । ଏଥିରେ ଭୟଭୀତ ହୋଇ ଜଣେ ଯୁବତୀ ଘରେ ରଶି ଲଗାଇ ଆତ୍ମ ହତ୍ୟା କରିବାକୁ କେନ୍ଦ୍ରକରି ପଲ୍ଲୀ ଗ୍ରାମରେ ଉତେଜନା ଦେଖାଦେଇଛି । ପୋଲିସର ଦାଦାଗିରିକୁ ବିରୋଧ କରି ଗ୍ରାମବାସୀ ରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଛନ୍ତି ।

Advertisement
Advertisement

Leave a Reply

Your email address will not be published. Required fields are marked *

error: Content is protected !!