ରାଜବୋଡାସମ୍ବର କୃଷକ ସଙ୍ଗଠନର ପଞ୍ଚାୟତ ସ୍ତରୀୟ କମିଟି ଗଠନ

ବରଗଡ଼(ନିରଞ୍ଜନ ତ୍ରିପାଠୀ)-ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଗାଇସିଲେଟ ବ୍ଲକର ଗାଇସିଲେଟ ଗ୍ରାମ ପଞ୍ଚାୟତର ଚାଷୀ ମାନଙ୍କୁ ନେଇ ଆଜି ଅରବିନ୍ଦ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ବସିଥିଲା l ଏହି ସଭାରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନର ପଂଚାୟତ ସ୍ତରୀୟ ଗଠନ କରିବା ସହିତ ଚାଷୀ ମାନଙ୍କ ସବୁ ପରିସ୍ଥିତିରେ ଛିଡା ହୋଇ ଏକଜୁଟ ହୋଇ ଚାଷୀ ମାନଙ୍କ ହକର ଲଢେଇରେ ସମସ୍ତେ ମିଶି ଲଢ଼ିବା ପାଇଁ ନିଷ୍ପତି ନେଇଥିଲେ l ୨୦୨୧ ପ୍ରଧାନ ମନ୍ତ୍ରୀ ଫସଲବୀମାରେ କମ୍ପାନୀର ମନମୁଖୀ କାର୍ଯ୍ୟକଳାପକୁ ନିନ୍ଦା କରିବା ସହ ଆଗାମୀ ଦିନରେ ଇନ୍ସୁରେନ କମ୍ପାନୀ ବିରୁଦ୍ଧରେ ସରକାର କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଚାଷୀ ସଂଗଠନ ଆଗାମୀ ଦିନରେ ବିରାଟ ଆନ୍ଦୋଳନ କୁ ଜୋରଦାର କରିବା କୁ ଆଲୋଚନା କରାଯାଇଥିଲା l

Advertisement

ଏହି ବୈଠକ ରେ ସମସ୍ତଙ୍କ ମତାମତ ନେଇ ଏକ କମିଟି ଗଠନ କରା ଯାଇଥିଲା l ଏହି କମିଟିରେ ବିଜୟ ସାହୁ ସଭାପତି,ପ୍ରଶାନ୍ତ ଦାନୀ ସମ୍ପାଦକ, ସନ୍ତୋଷ ସାହୁ କୋଷାଧ୍ୟକ୍ଷ ଙ୍କୁ ଚୟନ କରି ୨୧ ଜଣିଆ କମିଟି ଗଠନ କାରାଯାଇ ସର୍ବ ସମ୍ମତି କ୍ରମେ ସଂଗଠନ ର ଦାୟିତ୍ୱ ପ୍ରଦାନ କରl ଯାଇଥିଲା l ଉକ୍ତ ସଭାରେ ସମସ୍ତ ଗ୍ରାମର ଚାଷୀ ଯୋଗଦାନ କରିଥିଲେ l ଆଗାମୀ ଦିନରେ ଚାଷୀ ମାନଙ୍କ ପାଇଁ ରାଜବୋଡାସମ୍ବରକୃଷକସଙ୍ଗଠନ,ଗାଇସିଲେଟ ବ୍ଲକରେ ସମସ୍ତେ ମିଶି ଏକଜୁଟ ହେଇ କାମ କରିବା ପାଇଁ ଆଲୋଚନା କରାଗଲା l

ସବୁ କ୍ଷେତ୍ର ରେ କାମ କରି ଚାଷୀ ମାନଙ୍କ ପାଇଁ ସଙ୍ଗବଦ୍ଧ ହୋଇ ଲଢେଇ କରିବା ବୋଲି ନିଷ୍ପତି ନିଆଗଲା l ଏହି ବୈଠକ ରେ ରାଜ ବୋଡା ସମ୍ବର କୃଷକ ସଙ୍ଗଠନ ଗାଇସିଲେଟ ବ୍ଲକ କମିଟି ର ସଭାପତି ଅରବିନ୍ଦ ଚନ୍ଦ୍ର ପଣ୍ଡା, ଉପ ସଭାପତି ସରୋଜ ସାହୁ ,ଆବାହକ ବିରେନ୍ଦ୍ର ପଧାନ, କୋଷଧକ୍ଷ ଆନନ୍ଦ ଚନ୍ଦ୍ର ପଧାନ,ଉପଦେଷ୍ଟା କମିଟି ର ସଦସ୍ୟ ମହେଶ ଦାଶ,ମନୋଜ ଦାଶ ପ୍ରମୁଖ ଉପସ୍ଥିତ ରହି ସଂଗଠନ ର ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରି ସଭା ସାଙ୍ଗ କରିଥିଲେ l

Advertisement

Leave a Reply

Your email address will not be published. Required fields are marked *

error: Content is protected !!